1 min read

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ତାହା ହେଲା ଟଙ୍କପାଣି ବ୍ରିଜ ଏବଂ ଦୟାନଦୀ କୂଳ।ହ୍‌ ବିସର୍ଜନ ପାଇଁ ବିଏମସି ତରଫରୁ ଆୟୋଜନ ହୋଇଛି ।ଅନ୍ୟପକ୍ଷେ, ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ ବିଏମ୍‌ସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ […]

1 min read

ଲକ୍ଷ୍ନୌରେ ଭୁଷୁଡ଼ିଲା ୩ମହଲା କୋଠା : ୪ ମୃତଦେହ ଉଦ୍ଧାର, ୨୮ ଜଣ ଗୁରୁତର

ଲକ୍ଷ୍ନୌ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଗୋଟିଏ ୩ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ିବା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଆଉ ୨୮ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏହାବାଦ ଏବେ ବି ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଫସି […]

1 min read

ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର

ନୂଆଦିଲ୍ଲୀ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ୍‌ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍‌ ସଫଳତାର ସହିତ ଅବତରଣ କରିଛି । ଫଳରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲମୋର ଆସନ୍ତାବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ରହିବେ । ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ(spaceX) ସ୍ପେଶକ୍ରାଫ୍ଟ ଜରିଆରେ ସେମାନଙ୍କୁ ଫେରାଇ ଅଣାଯିବ। ବୋଇଂ ଷ୍ଟାରଲାଇନର ଆଇଏସଏସ ଛାଡ଼ିବା ପରେ […]

1 min read

ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିଲା ଛୁଟି

ସମ୍ବଲପୁର/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲ୍ଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ। ଏସପି ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ଜିଲା ପୋଲିସ ମୁତୟନ ହେବେନି। ବିକଳ୍ପ ବ୍ୟବସ୍ଥା ସ୍ବରୁପ ପୋଲିସ ମୁଖ୍ୟାଳୟରୁ ଫୋର୍ସ ପହଞ୍ଚିବେ।

1 min read

ଓଭର ଟେକ୍‌ କଲାବେଳେ ଚାପିଦେଲା ଟ୍ରକ୍‌ : ଦୁଇ ନାବାଳକ ମୃତ

କୋରାପୁଟ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଓଭର ଟେକ୍‌ କରିବା ବେଳେ ଟ୍ରକ ଚକ ତଳେ ଚାପିହୋଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି l ଶନିବାର ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଟାଉନ୍‌ରେ । କୋରାପୁଟରୁ ସୁନାବେଡା ଅଭିମୁଖେ ଯାଉଥିଲା ଏକ ଟ୍ରକ୍‌। ଆଉ ଟ୍ରକ୍‌ ପଛେ ପଛେ ବାଇକ୍‌ରେ ଯାଉଥିଲେ ଦୁଇ ଜଣ ନାବାଳକ। ସଦର ଥାନା ରେଳ ଓଭର ବ୍ରିଜ୍‌ ନିକଟରେ ନାବାଳକ ଦୁଇ ଜଣ ଟ୍ରକ୍‌କୁ ଓଭର ଟେକ୍‌ କରିବାକୁ ଚେଷ୍ଟା କରୁଥିଲେ […]

1 min read

ମାତାଲ ଅବସ୍ଥାରେ ସ୍କୁଲରେ ଗଡ଼ିଲେ ପ୍ରଧାନ ଶିକ୍ଷକ : କାର୍ଯ୍ୟାନୁଷ୍ଠାନ ନେଲେ ଅଧିକାରୀ

ସୁନ୍ଦରଗଡ଼/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ପାଠ ପଢ଼ାଇବା ପରିବର୍ତ୍ତେ ନିଶାସକ୍ତ ଅବସ୍ଥାରେ ଶ୍ରେଣୀ କକ୍ଷରେ ଶୋଇଥିଲେ ପ୍ରଧାନ ଶିକ୍ଷକ। ଏତେ ପରିମାଣରେ ମଦ ପିଇଥିଲେ ଯେ ଭୂଇଁରୁ ଉଠିବାକୁ ସକ୍ଷମ ନଥିଲେ । ଦୀର୍ଘ ସମୟ ଧରି ସାର୍‌ ନଉଠିବାରୁ ଅଭିଭାବକମାନେ ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ । ତା’ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି l ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଭାଲୁଡୁଙ୍ଗରି ଉଚ୍ଚ […]

1 min read

ଗଣେଷ ପୂଜାରେ ଅଘଟଣ : ସ୍କୁଲରେ ମହୁମାଛି ଆକ୍ରମଣ, ୩ ଛାତ୍ରୀ ଆହତ

କଟକ,୦୭-୦୯-୨୦୨୪(ପିପିଏସ) : ସ୍କୁଲ ପରିସରରେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରହମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣେଶ ପୂଜାରେ ବିଦ୍ୟାଳୟ ପରିସରରେ ଛାତ୍ରୀମାନେ ବାଣ ଫୁଟାଉଥିଲେ। ବାଣ ଫୁଟାଇବାବେଳେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ବାଣ ଶବ୍ଦରେ ନିକଟସ୍ଥ ଏକ ଗଛରୁ ମହୁମାଛି ହଠାତ ଚାଲି ଆସିଥିଲେ ଏବଂ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ […]

1 min read

ଲକ୍ଷାଧିକ ନଗଦ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏମଭିଆଇ

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ସହ ଏମଭିଆଇଙ୍କୁ ଧରିଲା ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ଠାରେ ମାଡ଼ିବସିଲା ଭିଜିଲାନ୍ସ । ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ।

1 min read

ସାଉଦି ଆରବରେ ଫସିଲେ ଓଡ଼ିଆ ଶ୍ରମିକ : ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ପେଟ ପାଟଣା ପାଇଁ କାମ କରିବାକୁ ସାଉଦି ଆରବରେ ପଳାଇଥିଲେ। ଏକ ଘରୋଇ କମ୍ପାନୀରେ ପାଣି ପାଇପରେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ମଧ୍ୟ ଦେଉନାହିଁ। ଶ୍ରମିକମାନେ ଘରକୁ ଫେରିବାକୁ ସେମାନଙ୍କ ପାଖର ଆର୍ଥିକ ସମ୍ବଳ ନାହିଁ। ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ। […]

1 min read

ଜଙ୍ଗଲ ମନ୍ତ୍ରୀଙ୍କ ଅଗଣାରେ ଢମଣା

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ବାହାରିଲା ସାପ । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନରେ ଏବେ ନବୀକରଣ କାମ ଚାଲୁଥିବା ବେଳେ ସେଠାରୁ ଏକ ସାପ ଉଦ୍ଧାର ହୋଇଛି। କ୍ୱାର୍ଟର୍ସ ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା। […]