ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର
1 min read

ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର

ନୂଆଦିଲ୍ଲୀ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ୍‌ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍‌ ସଫଳତାର ସହିତ ଅବତରଣ କରିଛି । ଫଳରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲମୋର ଆସନ୍ତାବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ରହିବେ । ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ(spaceX) ସ୍ପେଶକ୍ରାଫ୍ଟ ଜରିଆରେ ସେମାନଙ୍କୁ ଫେରାଇ ଅଣାଯିବ। ବୋଇଂ ଷ୍ଟାରଲାଇନର ଆଇଏସଏସ ଛାଡ଼ିବା ପରେ ସୁନୀତା ରେଡିଓ ଯୋଗେ ବାର୍ତ୍ତା ଦେଇ ସୂଚନା ଦେଇଥିଲେ। ଗତ ଜୁନରେ ସୁନୀତା ଏବଂ ବୁଚ୍‌ ଓ୍ବିଲମୋର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ଜରିଆରେ ଆଇଏସଏସକୁ ଯାଇଥିଲେ। ସପ୍ତାହେ ପ‌ରେ ସେମାନେ ପୃଥିବୀକୁ ଫେରିବାର ଥିଲା। କିନ୍ତୁ ସ୍ପେସକ୍ରାଫ୍ଟରେ ଯାନ୍ତ୍ରିକ ସମସ୍ୟା ଯୋଗୁ ସେଥିରେ ଅବତରଣ କରିବା ନିରାପଦ ନ ହେବାରୁ ତାହାକୁ ସ୍ଥଗିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଷ୍ଟାରଲାଇନରକୁ ଫେରାଇ ଆଣିବାକୁ ନାସା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *