September 2024
୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ପୋଲିସର ତନାଘନା
ଢେଙ୍କାନାଳ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଢେଙ୍କାନାଳରେ ଲଜ୍ଜା । ୨୨ ବର୍ଷୀୟ ଯୁବତୀଙ୍କୁ ଅଙ୍ଗନବାଡ଼ି ଛାତ ଉପରକୁ ଟେକି ନେଇ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ। ୭ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ହୋଇଛି ଅଭିଯୋଗ। ବାପା ଆଗରେ ଝିଅକୁ ଟେକି ନେଇ ବାରମ୍ବାର କରୁଥିଲେ ଦୁଷ୍କର୍ମ। ବାପା ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି। ଯୁବତୀଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।କିଛିଦିନ ହେବ ପ୍ରତ୍ୟେକ ଦିନ ଯୁବତୀଙ୍କୁ ରାତିରେ ଗଣଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ […]
ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କଟକ,୦୮-୦୯-୨୦୨୪(ପିପିଏସ) : କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ୬୭ ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବ୍ୟକ୍ତିଗତ ଭାବରେ ଶୁଭେଚ୍ଛା ଜଣାଇବା ସହିତ ସାମାଜିକ ଗଣ ମାଧ୍ୟମରେ ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ l ସେ କହିଛନ୍ତି, “ଆମ ଦଳର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଜନ୍ମଦିନରେ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ […]
ନିମ୍ନମାନର କାମ ଯୋଗୁ ଭୁଷୁଡ଼ିଲା କାଳିଆବୁଦା ଶ୍ମଶାନ
କଟକ /୦୮-୦୯-୨୦୨୪(ପିପିଏସ): କଟକ ଶିଖରପୁରସ୍ଥିତ କାଳିଆବୁଦା ମହାଶ୍ମଶାନର ପ୍ରବେଶ ପଥ ନିକଟରେ ଥିବା ସୁଲଭ ଶୌଚାଳୟ ପାଶ୍ୱର୍ରେ ଥିବା ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଷୁଡ଼ି ପଡ଼ିଛି । ପ୍ରାୟ ୧୦୦ ଫୁଟ ଲମ୍ବର ଏହି ପାଚେରିଟି ଗତ ଦଇ ବର୍ଷ ହେବ ତିଆରି କରାଯାଇଥିଲା । କାଳିଆବୁଦା ଶ୍ମଶାନର ସୌନ୍ଦର୍ଯ୍ୟକରଣ ପାଇଁ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାଚେରୀ ନିମ୍ନମାନର କାମ ଯୋଗୁ ଭୁଷୁଡ଼ି ପଡ଼ିଥିବା ସ୍ଥାନୀୟ ଅଧିବାସୀମାନେ ଆଲୋଚନା କରୁଥିବା ବେଳେ ପୁନର୍ବାର […]
ଓଡ଼ିଶାରେ ଉତ୍ପାଦନ ହେବ ସିଲିକନ୍ କାର୍ବାଇଡ୍: ଦେଶର ପ୍ରଥମ କାରଖାନା
ଭୁବନେଶ୍ୱର/୦୮-୦୯-୨୦୨୪(ପିପିଏସ): ରାଜ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନର ଭିତ୍ତି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍ଫୋଭ୍ୟାଲିର ଇଏମ୍ସି ପାର୍କରେ ‘ଆର୍ଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶାକୁ […]
ସୁଭୁଦ୍ରା ପାଇଁ କାହାରିକୁ ଠକାମି କଲେ କ୍ଷମା ନାହିଁ: ମନ୍ତ୍ରୀ
ଆସନ୍ତା ୧୭ତାରିଖ ଠାରୁ ସୁଭଦ୍ରା ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। କୋରାପୁଟ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ): ସୁଭୁଦ୍ରା ଯୋଜନା ନାଁରେ କେହି ଠକାମି, ଭଣ୍ଡାମି କରିବା, ଟଙ୍କା ମାଗିବା ଜଣାପଡ଼ିଲେ କାହାରିକୁ ବି କ୍ଷମା ଦିଆଯିବନି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ […]
ମେଟ୍ରୋ ଟ୍ରେନ୍ ପାଇଁ ମାଟି ପରୀକ୍ଷା
ଫରେଷ୍ଟ ପାର୍କରୁ ଗଛକଟାକୁ ବିରୋଧ ଭୁବନେଶ୍ୱର/୦୮-୦୯-୨୦୨୪(ପିପିଏସ): ଗତ ଏପ୍ରିଲ୍ ମାସରେ ଜନପଥରେ ମେଟ୍ରୋ ଟ୍ରେନ୍ ଧାରଣା ବିଛା ଯିବା ପାଇଁ ସର୍ଭେ ହୋଇଥିଲା। ଏହା ପରେ ପରେ ଥମି ଯାଇଥିବା ମେଟ୍ରୋ ଟ୍ରେନ୍ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଫରେଷ୍ଟ ପାର୍କ ଦେଇ ଯିବାକୁ ଥିବା ଏହି ରେଳ ଧାରଣା ପାଇଁ ପାର୍କ ଭିତରୁ ପ୍ରାୟ ୪ଶହ ଗଛ କଟାଯିବ। ଏ ନେଇ ଗଛଗୁଡ଼ିକୁ ଚିହ୍ନିତ କରାଯିବା ସହ ପାର୍କ ପରିସରରେ ଆଜି ମାଟି ପରୀକ୍ଷଣ […]
ଭୁବନେଶ୍ୱର ଆଠ ନମ୍ବର ପାର୍କରେ ମଶାରୀ ଭିତରେ ଯୋଗ
ଭୁବନେଶ୍ୱର/୦୮-୦୯-୨୦୨୪(ପିପିଏସ): ରାଜଧାନୀ ଭୁବନେଶ୍ୱରରେ ପାର୍କରେ ମଶାରୀ ଭିତରେ ଯୋଗ। କଥାଟି ଟିକେ ଅଡୁଆ ଲାଗୁଥିବ। ହେଲେ କଥାଟି ପୂରା ସତ। କାରଣ ରାଜଧାନୀରେ ବ୍ୟାପୁଥିବା ଡେଙ୍ଗୁ ଦାଉରୁ ବଞ୍ଚିବା ପାଇଁ ଏପରି ଉଦ୍ୟମ କରାଯାଇଛି। ୮୦୦ ବର୍ଗ ଫୁଟରେ ନିର୍ମିତ ମଶାରୀ ଭିତରେ ଯୋଗୀମାନେ ଯୋଗଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର ଆଠ ନମ୍ବରରେ ରହିଛି ଗୋପବନ୍ଧୁ ପାର୍କ। ଆଉ ପାର୍କ ଭିତରେ ରହିଛି ଗୋଟିଏ ଯୋଗ ମଣ୍ଡପ। ପ୍ରତ୍ୟେକ ଦିନ ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ […]
ଅଦାଲତରେ ‘ଆଇ ଲଭ୍ ୟୁ-୨’ ବିବାଦ
କଟକ/,୦୮-୦୯-୨୦୨୪(ପିପିଏସ): ଆଇ ଲଭ୍ ୟୁ-୨ ଚଳଚ୍ଚିତ୍ର ବିବାଦ ଅଦାଲତରେ ପହଞ୍ଚିଛି। ବ୍ରଜରାଜ ମୁଭିଜ୍ର ଭାଗିଦାର ବିନୟ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଅଦାଲତ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବ୍ରଜରାଜ ମୁଭିଜର ଅନ୍ୟତମ ଭାଗିଦାର ସଂଜୟ କୁମାର ନାୟକ ‘ଆଇ ଲଭ୍ ୟୁ-୨’ ଚଳଚ୍ଚିତ୍ରର ପ୍ରଯୋଜନା ପ୍ରସଙ୍ଗରେ ଅଗ୍ରସର ହୋଇ ପାରିବେ, କିନ୍ତୁ ଉପରୋକ୍ତ ଟାଇଟଲ ଓ ପାର୍ଟନରସିପ୍ ଫାର୍ମର ଲୋଗୋ ବ୍ୟବହାର କରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାର […]
ଭିତରକନିକାରେ ଜନ୍ମନେଲେ ୨୫୦୦ କୁମ୍ଭୀର ଛୁଆ
ଋାଜନଗର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ): ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର। ୩ ଦିନ ଭିତରେ ଜନ୍ମ ହୋଇଥିବା ଏହି କୁମ୍ଭୀରଗୁଡ଼ିକ ବିଭିନ୍ନ ନଦୀ ନାଳ ଓ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଜାତୀୟ ଉଦ୍ୟାନ ସଂଲଗ୍ନ ଗାଁଗୁଡ଼ିକର ରାସ୍ତାରେ ଏହି ଛୁଆ କୁମ୍ଭୀରଗୁଡ଼ିକୁ ଦେଖିବାକୁ ମିଳିଛି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ କୁମ୍ଭୀର ଛୁଆ ଜନ୍ମ ପରିବେଶବିତ୍ଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ଚଳିତବର୍ଷ ଭିତରକନିକାରେ ୧୧୪ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା। ସେଥିରୁ କନିକା […]
ଖୁବ୍ଶୀଘ୍ର କମିବ ପେଟ୍ରୋଲ ଦର! ୨ରୁ ୩ ଟଙ୍କା କମିବା ସମ୍ଭାବନା
୨ରୁ ୩ ଟଙ୍କା କମିବା ସମ୍ଭାବନାମାର୍ଚ୍ଚ ୧୪ରେ ୨ ଟଙ୍କା କମିଥିଲା୭୩ ଡଲାର ତଳେ ଅଶୋଧିତ ତେଲ ଭୁବନେଶ୍ବର/୦୮-୦୯-୨୦୨୪(ପିପିଏସ): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୩ ଡଲାର ତଳକୁ ଏବେ ଖସିଆସିଛି। ଏଥିସହିତ ଆମେରିକା, ଚୀନ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଅଶୋଧିତ ତେଲ ଚାହିଦା କମ୍ ରହିଛି। ଆଗାମୀ ଅକ୍ଟୋବର ପହିଲାରୁ ଓପେକ୍ ପ୍ଲସ ଦେଶଗୁଡ଼ିକ ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରୁ ଜମ୍ମୁ […]
