September 2024
ବାଣୀବିହାରରେ ଲାଗିଲା କଳଙ୍କର ଦାଗ : ଛାତ୍ରୀଙ୍କୁ ବରିଷ୍ଠ ପ୍ରଫେସରଙ୍କ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ବାଣୀବିହାର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଜଣେ ପ୍ରଫେସର ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ନିଜ ବିଭାଗର ଜଣେ ଛାତ୍ରୀ। ପୀଡ଼ିତା ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ଅଭିଯୋଗ କରିଛନ୍ତି। ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି। ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ହୋଇଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ […]
୪ର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀ ଉଦଘାଟିତ
ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ) : ଶନିବାର ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ ରେ ହିନ୍ଦୀ ଦିବସ ଏବଂ ଚତୁର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀର ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଅମିତ ଶାହ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବଣ୍ଡି ସଞ୍ଜୟ କୁମାର, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ସଂସଦୀୟ […]
ସମାଜର ଦୁର୍ବଳଶ୍ରେଣୀଙ୍କୁ ସେବା ବର୍ତ୍ତମାନର ଆହ୍ୱାନ : ପ୍ରଫେସର ସାନ୍ୟାଲ୍
କଟକ,୧୪-୦୯-୨୦୨୪ (ପିପିଏସ୍) : ମହାତ୍ମାଗାନ୍ଧୀଙ୍କ ଦ୍ୱାରା ୧୯୩୨ରେ ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଓଡ଼ିଶାରେ ଗାନ୍ଧୀ ବିଚାରଧାରାକୁ ଆଗେଇନେବାକୁ ଆହ୍ୱାନ ଦେଇଛନ୍ତି । କଟକର ଐତିହାସିକ ସ୍ୱରାଜ ଆଶ୍ରମ ପରିଦର୍ଶନ କରି ପ୍ରଫେସର ସାନ୍ୟାଲ୍ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଏବଂ ଗାନ୍ଧିଜୀଙ୍କ ସହ ଓଡ଼ିଶାର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ […]
ରିହାତି ଦରରେ ପିଆଜ ବିକ୍ରି
ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ପିଆଜ ଦର ବୃଦ୍ଧି ଯୋଗୁ ଅସୁବିଧାରେ ପଡ଼ିଥିବା ଜନସାଧାରଣଙ୍କୁ ଶନିବାର ଦିନ ବ୍ୟାପାର ମନ୍ତ୍ରଣାଳୟ କିଛି ଆଶ୍ବସ୍ତି ପ୍ରଦାନ କରିଛି। ସେପ୍ଟେମ୍ବର ୫ରୁ ସରକାର ସବସିଡିଯୁକ୍ତ ପିଆଜ ବିକ୍ରୟ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରମୁଖ ସହରର ଲୋକମାନେ କିଛି ଦିନ ମଧ୍ୟରେ ପିଆଜର ବଢ଼ନ୍ତା ଦରରୁ ଆଶ୍ବସ୍ତି ପାଇଛନ୍ତି। କାରଣ ଏହି ସହରଗୁଡ଼ିକରେ ପିଆଜ ଦର ଅଳ୍ପ ସମୟ ମଧ୍ୟରେ ହ୍ରାସ ପାଇଛି।ଦିଲ୍ଲୀରେ […]
ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ସେ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ। ଖାଲି ସେତିକି ନୁହେଁ, ଆସନ୍ତା ୧୭ ତାରିଖରେ ଭୁବନେଶ୍ବରର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ବିଭିନ୍ନ ରାଜ୍ୟର ୧୦ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପ୍ରଧାନମନ୍ତ୍ରୀ […]
ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ
ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। କଟକ-୧୪-୦୯-୨୦୨୪(ପିପିଏସ): ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା […]
ଖଣ୍ଡଗିରି ଥାନାରେ ନାଇଜେରୀୟ ପର୍ଯ୍ୟଟକ
ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆଜି ରାତି ପ୍ରାୟ ୧୨ଟା ସମୟରେ ଖଣ୍ଡଗିରି ପୁଲିସ ଜଣେ ନାଇଜେରୀୟ ପର୍ଯ୍ୟଟକଙ୍କୁ ଥାନାକୁ ଉଠାଇଆଣିଛି। ତାଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଚର୍ଚ୍ଚା ହେଉଛି ଯେ ପୁଲିସ ଉକ୍ତ ଯୁବକଙ୍କ ନିକଟରୁ ପ୍ରାୟ ୨ଲକ୍ଷ ନଗଦ ଟଙ୍କା ଜବତ କରିଛି। ତେବେ ସେ ଟଙ୍କା ତାଙ୍କ ବନ୍ଧୁଙ୍କର ବୋଲି ନାଇଜେରୀୟ ପର୍ଯ୍ୟଟକ କହୁଛନ୍ତି। ତାଙ୍କ ବନ୍ଧୁମାନେ ଦିଲ୍ଲୀ ଓ ଆଜମେରରେ ଥିବା ସେ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।ତେବେ […]
ଆପାର୍ଟମେଣ୍ଟରୁ ୩୦ ଭରି ସୁନା ଲୁଟ୍
କଟକ/ ୧୪-୦୯-୨୦୨୪(ପିପିଏସ): ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମ ନିକଟ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଘରୁ ୩୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପଛପାଖ ଜଙ୍ଗଲିଆ ଅଞ୍ଚଳରୁ ପାଚେରି ଡେଇଁ ଭିତରେ ପଶି ଲୁଟ୍ କରିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି।ଚୋରି ହୋଇଥିବା ଘରଟି ଆପାର୍ଟମେଣ୍ଟର ବି’ ବ୍ଲକ୍ ୨୦୪ ନମ୍ବର ଘରେ ଜଗଦଲପୁର ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ଦିଲ୍ଲୀପ କୁମାର ମହାପାତ୍ର ଓ ତାଙ୍କ ପତ୍ନୀ ମୀନାକ୍ଷୀ ମହାପାତ୍ରଙ୍କର। ସେମାନେ […]
୨-୧ ଗୋଲ୍ରେ ପାକିସ୍ତାନକୁ ପରାଜିତ କଲା ଭାରତ
ବେଜିଂ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ ଅହମ୍ମଦ ନାଦିମ ସ୍କୋର କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି।ଯେତେବେଳେ କି, ଏହା ପାକିସ୍ତାନ ଦଳର ପ୍ରଥମ ପରାଜୟ। ପଏଣ୍ଟ ଟେବୁଲରେ ଭାରତ […]
ସମ୍ବର ଶିକାର କରି ଶିକାରୀ ଗିରଫ
କପ୍ତିପଦା/ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ କରୁଛନ୍ତି। କିନ୍ତୁ ଜଙ୍ଗଲ ମାଫିଆ ଓ ଶିକାରୀମାନେ ଏହାକୁ ବିଫଳ କରୁଛନ୍ତି। ଶିକାରୀମାନଙ୍କ ଆକ୍ରୋଶ ପାଇଁ ବନ୍ୟଜନ୍ତୁଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଉଛି। ମୟୂରଭଂଜ ଜିଲ୍ଲା ବାରିପଦା ବନଖଣ୍ଡ କପ୍ତିପଦା ଅଞ୍ଚଳରୁ ବନବିଭାଗର […]
