ଖଣ୍ଡଗିରି ଥାନାରେ ନାଇଜେରୀୟ ପର୍ଯ୍ୟଟକ
1 min read

ଖଣ୍ଡଗିରି ଥାନାରେ ନାଇଜେରୀୟ ପର୍ଯ୍ୟଟକ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆଜି ରାତି ପ୍ରାୟ ୧୨ଟା ସମୟରେ ଖଣ୍ଡଗିରି ପୁଲିସ ଜଣେ ନାଇଜେରୀୟ ପର୍ଯ୍ୟଟକଙ୍କୁ ଥାନାକୁ ଉଠାଇଆଣିଛି। ତାଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଚର୍ଚ୍ଚା ହେଉଛି ଯେ ପୁଲିସ ଉକ୍ତ ଯୁବକଙ୍କ ନିକଟରୁ ପ୍ରାୟ ୨ଲକ୍ଷ ନଗଦ ଟଙ୍କା ଜବତ କରିଛି। ‌ତେବେ ସେ ଟଙ୍କା ତାଙ୍କ ବନ୍ଧୁଙ୍କର ବୋଲି ନାଇଜେରୀୟ ପର୍ଯ୍ୟଟକ କହୁଛନ୍ତି। ତାଙ୍କ ବନ୍ଧୁମାନେ ଦିଲ୍ଲୀ ଓ ଆଜମେରରେ ଥିବା ସେ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।ତେବେ ପୁଲିସ ଟଙ୍କା ମାମଲାରେ କିଛି କହୁନାହିଁ। ପୁଲିସ କହିଛି ଯେ ନାଇଜେୟୀୟ ଜଣକ ବରମୁଣ୍ଡା ନିକଟସ୍ଥ ‌ଏକ ହୋଟେଲରେ ରହୁଛନ୍ତି। ରାତିରେ ସେ ବାଟ ଭୁଲି ବୁଲୁଥିବାର ଦେଖି ପୁଲିସ ତାଙ୍କୁ ଥାନାକୁ ଆଣିଛି। ଏ ଖବର ଲେଖା ହେବା ପର୍ଯ୍ୟନ୍ତ ସେ ଯୁବକ ଥାନାରେ ଥିଲେ। ତେବେ ବାଟ ଭୁଲିଯାଇଥିବା ବିଦେଶୀ ପର୍ଯ୍ୟଟକଙ୍କୁ ପୁଲିସ ହୋଟେଲ୍‌ରେ ନଛାଡ଼ି ଥାନାରେ ରଖିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *