ଉଦଘାଟିତ ହେଲା ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ।
ଚାରିଛକ,( ପି ପି ଏସ) ନିକଟସ୍ଥ ଗଡ଼ ଅମରପ୍ରସାଦ ର ସାଇ ମନ୍ଦିର ସମ୍ମୁଖରେ ଆଜି ସଂଧ୍ୟା ରେ ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଗତ ୧ ତାରିଖ ଠାରୁ ମା ବାଇଦେଈ ଙ୍କ ପୀଠ ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ବାଇଦେଈ ମହୋତ୍ସବ କମିଟି ଓ ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ର ମିଳିତ ଅୟୋଜନ ରେ ତିନି ଦିନିଆ […]
ଚନ୍ଦ୍ରଭାଗା ଜଙ୍ଗଲରେ ଅଗ୍ନିକାଣ୍ଡ
ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଅଗ୍ନିକାଣ୍ଡ, ଜଗାରଖା କଡା କରିବାକୁ ଦାବୀ। କୋଣାର୍କ(ପି ପି ଏସ):-କୋଣାର୍କ- ପୁରୀ ବେଳାମାର୍ଗ ଚନ୍ଦ୍ରଭାଗା ଫିସାରି ନିକଟ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ପ୍ରାୟ ଏକରେ ଜଙ୍ଗଲ ପୋଡ଼ି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଖବର ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଏକ ବଡ଼ ବିର୍ପଯୟରୁ ଜଙ୍ଗଲକୁ ରକ୍ଷା କରିଥିଲେ।ଏଠାରେ ସୂଚନା ଥାଇପାରେକି ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଅଭୟାରଣ୍ୟରେ ଅଗ୍ନିକାଣ୍ଡ […]
ପାରାଦୀପ ସହର ମୁଖ୍ୟ ଜଳ ନିଷ୍କାସନ ପଥ ଏନଆରଏଲ ଦ୍ୱାରା ଅବରୋଧ : ପରିବେଶ ପ୍ରଦୂଷିତ !
ପାରାଦୀପ – ପାରାଦୀପ ବନ୍ଦର ସହରର ଏକମାତ୍ର ବର୍ଜ୍ୟ ଜଳ ନିଷ୍କାସନ ମୁଖ୍ୟ ପଥ ହେଉଛି ମଧୁବନ ର କପିଳ ଜୋର l ଏହି ଜୋରଟି ବଡ଼ପଡ଼ିଆ ଠାରୁ ଆରମ୍ଭ ହୋଇ ମଧୁବନ ଅଫିସର୍ସ କ୍ଲବ ଓ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ଯାଇ ସମୁଦ୍ରରେ ମିଶିଛି l ତେବେ ବର୍ଜ୍ୟ ପାଣି ସୁନିଷ୍କାସନ ପାଇଁ ତତ୍କାଳୀନ ବନ୍ଦର ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର ଏହି ଜୋର କୁ ଗଭୀର ଭାବେ ଖନନ କରାଇ ଷଣ୍ଢକୁଦ ନିକଟସ୍ଥ ସମୁଦ୍ରରେ ମିଶାଇଥିଲେ […]
ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ପରିବେଶ ଦିବସ ପାଳନ
କଳିଙ୍ଗନଗର,(ପିପିଏସ) ପରିବେଶଗତ ସ୍ଥିରତା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ଯାଜପୁର ପ୍ଳାଣ୍ଟ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରମୁଖ ପରିବେଶ ଦିବସଗୁଡ଼ିକୁ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ଅନ୍ତର୍ଜାତୀୟ ବନ ଦିବସ (୨୧ ମାର୍ଚ୍ଚ), ବିଶ୍ୱ ଜଳ ଦିବସ (୨୨ ମାର୍ଚ୍ଚ), ଏବଂ ଅନ୍ତର୍ଜାତୀୟ ଶୂନ୍ୟ ଅପଚୟ ଦିବସ (୩୦ ମାର୍ଚ୍ଚ) ଅନ୍ତର୍ଭୁକ୍ତ। କର୍ମଚାରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି କରିବା […]
ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ,
ଟିଟିଲାଗଡ଼, 3/4 ଟିଟିଲାଗଡ଼ ରେଳ ଜଙ୍କସନରୁ କେସିଙ୍ଗା ରେଳଧାରଣାର ସହରର ସିରଭଟା ରେଳବାଇ ଅଣ୍ଡରବ୍ରିଜ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସ୍ଥାନୀୟ ଜିଆରପି ପୁଲିସ ଉଦ୍ଧାର କରିଛି l ମୃତକ ସ୍ଥାନୀୟ ବ୍ଲକ ପଡାର କୃଷ୍ଣ ସାହୁଙ୍କ ପୁତ୍ର ସୁନିଲ ସାହୁ (45) ବୋଲି ଜଣାପଡିଛି l ମୃତ ସୁନିଲଙ୍କ ଶରୀର ଟ୍ରେନରେ କଟି ଅଣ୍ଟାରୁ ଦୁଇ ଫାଳ ହୋଇଥିବା ଦେଖାଯାଇଥିଲା l ମୃତକଙ୍କ ପତ୍ନୀ ତଥା ଦୁଇ ସନ୍ତାନ ରହିଛନ୍ତି l ଏନେଇ ଜିଆରପି ପକ୍ଷରୁ […]
ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତ
ନୂଆଦିଲ୍ଲୀ : ଆରବିଆଇର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ଜଣେ ମହିଳା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତି ହୋଇଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତିକୁ ଅନୁମୋଦନ ମିଳିଛି। ଜାନୁଆରୀରେ ମାଇକେଲ ଦେବବ୍ରତ ପାତ୍ର ଇସ୍ତଫା ଦେବା ପରେ RBIରେ ଡେପୁଟି ଗଭର୍ନର ପଦବୀ ଖାଲି ପଡ଼ିଥିଲା। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଗୁପ୍ତାଙ୍କ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ତିନି ବର୍ଷ ପାଇଁ ଆରବିଆଇରେ ଡେପୁଟି ଗଭର୍ନର ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନ, ଗୁପ୍ତା NCAERର ମହାନିର୍ଦ୍ଦେଶକ ଅଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଏବଂ ଷୋଡ଼ଶ ଅର୍ଥ କମିଶନର ପରାମର୍ଶଦାତା ପରିଷଦର ସଂଯୋଜକ ମଧ୍ୟ। ପ୍ରାୟ ଦୁଇ ଦଶନ୍ଧି ଧରି ୱାଶିଂଟନରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିବା ପରେ ସେ 2021 ମସିହାରେ NCAER ରେ ଯୋଗ ଦେଇଥିଲେ। ଗୁପ୍ତା ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ (ଆମେରିକା)ର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ପାଠପଢ଼ା କରୁଥିଲେ ଏବଂ ଦିଲ୍ଲୀର ISI (ଭାରତୀୟ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ)ରେ ପରିଦର୍ଶକ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ସେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (NIPFP)ରେ ଆରବିଆଇ ଚେୟାର ପ୍ରଫେସର ଏବଂ ICRIERରେ ପ୍ରଫେସର ମଧ୍ୟ ଥିଲେ। ଗୁପ୍ତା ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ପିଏଚଡି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୯୮ ମସିହାରେ ଆନ୍ତର୍ଜାତୀୟ ଅର୍ଥନୀତି ଉପରେ ପିଏଚଡି ପାଇଁ ଏକ୍ସିମ ବ୍ୟାଙ୍କ ପୁରସ୍କାର ଜିତିଥିଲେ।
ଧାମନଗର ଓକିଲ ସଂଘର ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ
ଧାମନଗର (ପି ପି ଏସ) ଏପ୍ରିଲ ଦୁଇ ତାରିଖ ବୁଧବାର ଧାମନଗର ଓକିଲ ସଂଘ ଗୃହରେ ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବତନ ସମ୍ପାଦକ ଅମରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ଵର୍ଦ୍ଧିତ କରାଯାଇଥିଲା।ଓକିଲ ସଂଘର ନିର୍ବାଚନ ଅଧିକାରୀ ନିରାକାର ଜେନା ସଭାପତି ଭାବେ ଅଶୋକ କୁମାର ଦାସ,ଉପସଭାପତି ଭାବେ ପ୍ରଜ୍ଞା ପାରମିତା ଦାଶ, ସାଧାରଣ ସମ୍ପାଦକ ଭାବେ ରଞ୍ଜିତ କୁମାର […]
କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ପୁରୀ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିମାପଡା ନିକଟସ୍ଥ ଦିଘାଳ ଠାରେ ଥିବା ବିଦ୍ୟୁତ ବଣ୍ଟନ କାରି କମ୍ପାନୀ ଟିପିକଲ ଡିଭିଜନ କାର୍ଯ୍ୟାଳୟ ଆଗରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ଟିପିକଲ ନିମାପଡା ଡିଭିଜନ ପରିଚାଳକ ବିଶ୍ୱଜିତ ବେହେରା ଙ୍କୁ ପ୍ରଦାନ କରା ଯାଇ ଥିଲା। କମ୍ୟୁନିଷ୍ଟ ପାର୍ଟି ର ଶତାଧିକ କର୍ମୀ ଏହି ଶୋଭାଯାତ୍ରା ରେ ଯାଇ ସ୍ମାର୍ଟ ମିଟର […]
ଖ୍ରୀଷ୍ଟକଲେଜରେ ଅଧ୍ୟାପିକା ଗାୟତ୍ରୀ ମହାପାତ୍ର ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା.
କଟକ ଖ୍ରୀଷ୍ଟ କଲେଜ ଶିକ୍ଷକ ସଂଘ ତରଫରୁ ଇତିହାସ ବିଭାଗମୁଖ୍ୟ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ଗାୟତ୍ରୀ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଲେଜର ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ପାତ୍ର ସଭାପତିତ୍ବ କରି ଶ୍ରୀମତୀ ମହାପାତ୍ରଙ୍କର ବନ୍ଧୁବତ୍ସଳତା, କାର୍ଯ୍ୟନିପୁଣତା, ସମୟାନୁବର୍ତିତା ସମ୍ପର୍କରେ ସ୍ମୃତିୟରଣ କରିଥିଲେ । ଶିକ୍ଷକ ସଂଘର ସଂପାଦକ ଡଃ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ ଅବସରରେ ଶ୍ରୀମତୀ ମହାପାତ୍ରଙ୍କର ଅଧ୍ୟାପନା ଓ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ […]
ହୋଲି ମହୋତ୍ସବ
ପ୍ରଜାତନ୍ତ୍ରରେହୋଲିମିଳନ
