କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
1 min read

କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

 ପୁରୀ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିମାପଡା ନିକଟସ୍ଥ ଦିଘାଳ ଠାରେ ଥିବା ବିଦ୍ୟୁତ ବଣ୍ଟନ କାରି କମ୍ପାନୀ ଟିପିକଲ ଡିଭିଜନ କାର୍ଯ୍ୟାଳୟ ଆଗରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ଟିପିକଲ ନିମାପଡା ଡିଭିଜନ ପରିଚାଳକ ବିଶ୍ୱଜିତ ବେହେରା ଙ୍କୁ ପ୍ରଦାନ କରା ଯାଇ ଥିଲା। କମ୍ୟୁନିଷ୍ଟ ପାର୍ଟି ର ଶତାଧିକ କର୍ମୀ ଏହି ଶୋଭାଯାତ୍ରା ରେ ଯାଇ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବା ଗ୍ରାହକ ଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରିବା, କୃଷିକ୍ଷେତ୍ର କୁ ମାଗଣା ବିଦ୍ୟୁତ ଶକ୍ତି ଯୋଗାଇଦେବା ,କମ୍ପାନୀ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କ ଉପରେ କରୁଥିବା ଜୁଲମ କୁ ବନ୍ଦ କରିବା ଇତ୍ୟାଦି ଦାବି ନେଇ ବିକ୍ଷୋଭ କରା ଯାଇଥିଲା। ସିପିଆଇ ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ, ରାଜ୍ୟ ପରିଷଦ ସଭ୍ୟ ପ୍ରଦୀପ୍ତ ମହାନ୍ତି, ଦେବେନ୍ଦ୍ର ସାହୁ, ରାଜ୍ୟ ପରିଷଦ ସଭ୍ୟ ବିପିନ ରାଉତ, ଗୋଲେଖ ନାୟକ, ନିମାପଡା ସମ୍ପାଦକ ପ୍ରଫୁଲ ସାହୁ, ଗୋପ ସମ୍ପାଦକ ପ୍ରସନ୍ନ ଦାସ, କାକଟପୁର ର ସୁରେଶ ବିଶ୍ୱାଳ, କୃଷକ ନେତା ସନାତନ ପାତ୍ର, ଯୁବ ସାମୁଖ୍ୟ ନେତା ସନ୍ତୋଷ ବେହେରା ପ୍ରମୁଖ ଏହି ବିକ୍ଷୋଭ ର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *