ଭିନ୍ନ ଏକ ନଗଡ଼ା : ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି
ଦଶପଲ୍ଲା୧୧/୮/୨୪(ପିପିଏସ) : ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ । ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି। ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା ନାଁ ଧରିଲେ ସେମାନଙ୍କ ପରିବାର ମୁହଁ ମୋଡ଼ୁଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୋହ୍ଲସାହିରେ “ନଗଡ଼ା”ର ଆଉ ଏକ […]
ପାଉଁଶ ଗୁଣ୍ଡରେ ଅଣନିଶ୍ୱାସ ଜନସାଧାରଣ : ବିନା ଅନୁମତିରେ ୫୦ ପାଉଁଶ ପାହାଡ଼
ଝାରସୁଗୁଡ଼ା,୧୧/୮/୨୪(ପିପିଏସ) : ବର୍ଷେ ହେଲା ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ କୌଣସି ଖାଲୁଆ ଜମିରେ ପାଉଁଶ ପୋତିବାକୁ ଅନୁମତି ଦିଆଯାଇନାହିଁ। ଖୋଦ ଏସ୍ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଏହା ସୂଚନା । ଅଥଚ ଏହି ଅବଧି ଭିତରେ ଝାରସୁଗୁଡ଼ା ସହର ଓ ଆଖପାଖ ପଞ୍ଚାୟତରେ ପ୍ରାୟ ୫୦ଟି ସ୍ଥାନରେ ପାଉଁଶର ପାହାଡ଼ ସୃଷ୍ଟି କରିଦିଆଗଲାଣି । ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେଦାନ୍ତ କାରଖାନାର ଯେଉଁ ହାତଗଣତି ୧୦-୧୨ଟି […]
କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟ ଡବଲ ମର୍ଡର ଘଟଣା : କ୍ରାଇମ୍ସିନ୍ ରିକ୍ରିଏଟ କଲା ପୋଲିସ
ଭୁବନେଶ୍ୱର,୧୧/୮/୨୪(ପିପିଏସ) : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏଟ କରିଛି ପୋଲିସ । ୨ ଅଭିଯୁକ୍ତ ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି କମିଶନରେଟ୍ ପୋଲିସ୍ । ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନା ଅନୁସାରେ ଗତକାଲି ରାତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା […]
ସ୍ୱାଧୀନତା ଦିବସରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ
ଭୁବନେଶ୍ୱର,୧୧/୮/୨୪(ପିପିଏସ) : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡିଛି। ସେହିପରି ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି କଟକରେ ଉପମୁଖ୍ୟମନ୍ତ୍ରୀ […]
ଦେଶର ପ୍ରଥମ ବୃହତ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରିବ ରିଲାଏନ୍ସ
ମୁମ୍ବାଇ/ଭୁବନେଶ୍ୱର: ୧୧-୦୮-୨୪( ପିପିଏସ ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହାର ପ୍ରଥମ ସୌର ଗିଗା-କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ୨୦୩୫ ସୁଦ୍ଧା କାର୍ଯ୍ୟରୁ ନିଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ଦିଗରେ ଅଗ୍ରସର ହେଉଛି।ରିଲାଏନ୍ସ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୌର ଫଟୋଭୋଲ୍ଟାଇକ୍ (ପିଭି) ଉତ୍ପାଦନ କାରଖାନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ […]
ପରୀକ୍ଷାବେଳେ ବିମାନ ଦୁର୍ଘଟଣା: ୨ ପାଇଲଟ ଆହତ
ଭୋପାଳ/ଭୁବନେଶ୍ୱର: ୧୧-୦୮-୨୪( ପିପିଏସ ): ମଧ୍ୟପ୍ରଦେଶର ଗୁନାରେ ଏକ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଇଞ୍ଜିନ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି । ବିମାନରେ ଦୁଇଜଣ ପାଇଲଟ ଥିଲେ। ବିମାନ ଉଡ଼ାଣର ମାତ୍ର ୪୦ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଗୁନାର ଏୟାରଷ୍ଟ୍ରିପ୍ ଅଞ୍ଚଳରେ ପଡିଛି। ଏହା ଶିବ ଏକାଡେମୀର ବିମାନ ଥିବାବେଳେ ଦୁଇ ପାଇଲଟ୍ ପରୀକ୍ଷା ଉଡ଼ାଣ କରୁଥିଲେ | ଏହି ଘଟଣାରେ ଉଭୟ ପାଇଲଟ […]
ଅଗ୍ନିକାଣ୍ଡ ଗୁଜବ:ଚଳନ୍ତା ଟ୍ରେନ୍ରେ ଦଳାଚକଟା
ଲକ୍ଷ୍ନୌ/ଭୁବନେଶ୍ୱର: ୧୧-୦୮-୨୪(ପିପିଏସ ) ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ହଠାତ୍ ୫୦ ବେଗରେ ଚାଲୁଥିବା ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ବଞ୍ଚାଅ ବଞ୍ଚାଅ ଚିତ୍କାର ସହିତ ଲୋକେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଦଳାଚକଟା ଆରମ୍ଭ କରିଥିଲେ।ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁବା ଆରମ୍ଭ କରିଥିଲେ। ତେବେ ଟ୍ରେନକୁ ତୁରନ୍ତ ବନ୍ଦ କରାଯାଇଥିଲା। ପାଇଲଟମାନେ ଯାତ୍ରୀମାନଙ୍କୁ ବିଶୃଙ୍ଖଳାର କାରଣ ପଚାରିଥିଲେ। ଯାତ୍ରୀମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି। […]
ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ହ୍ବାଟସ୍ ଆପ୍ ହ୍ୟାକ୍
ମୁମ୍ବାଇ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ସାଙ୍ଗ ଏବଂ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ ।ସାଇବର ସେଲକୁ ଏହି ବିଷୟରେ ସୂଚନା ଦିଆଯାଇଛି। ପୁଲିସ୍ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ପୁଲିସ୍ ଏବଂ ସାଇବର ସେଲ ତାଙ୍କ ଫୋନ ରିକଭରି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ଫୋନ୍-ହ୍ବାଟସ୍ […]
