ମୁମ୍ବାଇ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ସାଙ୍ଗ ଏବଂ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ ।ସାଇବର ସେଲକୁ ଏହି ବିଷୟରେ ସୂଚନା ଦିଆଯାଇଛି। ପୁଲିସ୍ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ପୁଲିସ୍ ଏବଂ ସାଇବର ସେଲ ତାଙ୍କ ଫୋନ ରିକଭରି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ଫୋନ୍-ହ୍ବାଟସ୍ ଆପ୍ ହ୍ୟାକ୍ କରିଛନ୍ତି, ତାଙ୍କୁ ଖୋଜାଯାଉଛି। ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ସୂଚନାଯୋଗ୍ୟ, ସୁପ୍ରିୟା ସୁଲେ ମହାରାଷ୍ଟ୍ରର ବାରମତି ଲୋକସଭା ନିର୍ବାଚନମଣ୍ଡଳୀର ଜଣେ ସାଂସଦ। ସେ ଏନସିପି ନେତା ଶରଦ ପାୱାରଙ୍କ ଝିଅ। ରବିବାର ସକାଳେ ତାଙ୍କ ଫୋନ୍ ହଠାତ୍ ଆପେ ଆପେ କାମ କରିବା ଆରମ୍ଭ କରିଥିଲା। ପରେ ଜଣାପଡିଥିଲା ଯେ ତାଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ହ୍ବାଟସ୍ ଆପ୍ ମାଧ୍ୟମରେ କିଛି ବାର୍ତ୍ତା ମଧ୍ୟ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେ ନିଜ ଫୋନ୍ ବନ୍ଦ କରି ସିମ୍ କାର୍ଡ କାଢ଼ି ଦେଇଥିଲେ।ସେ ସଙ୍ଗେ ସଙ୍ଗେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଥିଲେ । ତାଙ୍କ ପାଖକୁ ଫୋନ୍ ନ କରିବାକୁ ଲୋକଙ୍କୁ ସଚେତନ କରିଥିଲେ। ତାଙ୍କୁ ଫୋନ୍ କରିବା କିମ୍ବା ମେସେଜ ନ କରିବାକୁ ସେ ଅନୁରୋଧ କରିଥିଲେ। ସହାୟତା ପାଇଁ ସେ ପୁଲିସ୍ ସହ ଯୋଗାଯୋଗ କରିଛନ୍ତି। ଅନ୍ୟ ଏକ ଫୋନ୍ ନ ଆଣିବା ପରେ ସେ ଶୀଘ୍ର ଯୋଗାଯୋଗ କରିବେ ବୋଲି ଏକ୍ସରେ କହିଛନ୍ତି। ସେ ଏହି ବାର୍ତ୍ତା ମଧ୍ୟ ଦେଇଛନ୍ତି ଯେ ଯଦି କେହି ତାଙ୍କ ନମ୍ବରରୁ କଲ୍ କରନ୍ତି କିମ୍ବା ମେସେଜ୍ କରନ୍ତି, ତେବେ ତୁରନ୍ତ ଏହାକୁ ତାଙ୍କ ନଜରକୁ ଆଣନ୍ତୁ।
Sign in
Sign in
Recover your password.
A password will be e-mailed to you.