1 min read

ପରିବହନ ବିଭାଗ ଉପରେ ଭିଜିଲାନ୍ସ ର ନଜର : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇମହଲା କୋଠା,ବାରିପଦା ଷ୍ଟେସନ ରୋଡରେ […]

1 min read

ରୁଷକୁ ଆଉ ଏକ ବଡ ଝଟକା

କିବ୍/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି ।  ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି ।ଯଦି ୟୁକ୍ରେନର ଏହି ଦାବି ସତ ହୁଏ ତେବେ ଋଷ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏହା କ୍ରମାଗତ ଦ୍ୱିତୀୟ ବଡ ଝଟକା । ଏହା ରୁଷସେନାର ମନୋବଳକୁ ଆହୁରି ଭାଙ୍ଗିବ। ଦୁଇ […]

1 min read

୨ବର୍ଷ ମଧ୍ୟରେ ଧରଣୀଧର ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ୨୨-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଗତବର୍ଷ ଫେବ୍ରୁଆରିରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ ହୋଇଛି। ଏହି ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ଜିଲ୍ଲାର ୩୮ଟି କଲେଜ ଅନୁବନ୍ଧିତ ରହିଛି। କିନ୍ତୁ ବିଶ୍ବବିଦ୍ୟାଳୟ ଭାବେ ଯେଉଁସବୁ ମୌଳିକ ସୁବିଧା ସୁଯୋଗ ଓ ଉନ୍ନତି ହେବା କଥା, ତାହା […]

1 min read

ଏକମାତ୍ର ପୁତ୍ରର ଅଙ୍ଗଦାନ କଲେ ପିତା : ଅନ୍ୟ ଜଣଙ୍କୁ ଦେଲେ ନୂଆ ଜୀବନ

ନୟାଗଡ଼/ଭୁବନେଶ୍ୱର,୨୨ -୮-୨୪ (ପିପିଏସ ) : ପଚିଶ ବର୍ଷ ବୟସର ଏକମାତ୍ର ପୁତ୍ରର ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇଲେ ଅଭିଭାବକ l ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛାତରୁ ଖସି ପଡ଼ି ଜୀବନ ହାରିଛନ୍ତି ନୟାଗଡ଼ ପୁରୁଣା ସହର ଅଞ୍ଚଳର ଶିବୁନ ସାହୁ । ମାତ୍ର ୨୫ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସତ, କିନ୍ତୁ ଆଜି ସେ ଅଙ୍ଗଦାନ କରି ଅନ୍ୟମାନଙ୍କ […]

1 min read

ମୋଦୀଙ୍କୁ ଚିଠି ଲେଖିଲେ ମମତା:ପ୍ରତିଦିନ ୯୦ଟି ଦୁଷ୍କର୍ମ ହେଉଛି!

କୋଲକାତା/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଲାପନା ବନ୍ଦୋପାଧ୍ୟାୟ ଏହି ବିଷୟରେ ସୂଚନା ଦେଇଛନ୍ତି। ମମତା ବାନାର୍ଜୀ ତାଙ୍କ ଚିଠିରେ ଲେଖିଛନ୍ତି, “ସାରା ଦେଶରେ ଦୁଷ୍କର୍ମ ମାମଲା କ୍ରମାଗତ ଭାବେ ବୃଦ୍ଧି […]

1 min read

୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ଡେପୁଟି କମିଶନର

ବେଗୁସରାଇ/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନର ଶିବ ଶକ୍ତି କୁମ‌ାର(୩୧)। ଏହି ବିବାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବିବାଦ ଆରମ୍ଭ ହୋଇଥିବା ବେଳେ ଯାହା କରିଛୁ ଠିକ୍ କରିଛୁ ବୋଲି କହିଛନ୍ତି ଝିଆରୀରୁ ପତ୍ନୀ ହୋଇଥିବା ସଜଲ ସିନ୍ଧୁ(୨୪)। ଦୁହେଁ ଅଗଷ୍ଟ ୧୪ରେ ବିହାରର ଖଗରିଆରେ ଥିବା କାତ୍ୟାୟନୀ ମନ୍ଦିରରେ ବିବାହ କରିଥିଲେ। ଏବେ ବିବାହ ପରେ ପରିବାର ତରଫରୁ […]

1 min read

ଶିଶୁଭବନ ପରିସରରେ ନର୍ସିଂ କର୍ମଚାରୀ ସଂଘର ଧାରଣା ଆରମ୍ଭ

କଟକ,୨୨ -୮-୨୪ (ପିପିଏସ ) : ନର୍ସିଂ କର୍ମଚାରୀ ସଙ୍ଘ ନିଜର ୧୦ ଦଫା ଦାବି ନେଇ ଗୁରୁବାର ଠାରୁ କଟକ ଶିଶୁ ଭବନ ପରିସରରେ ଧାରଣାରେ ବସିଛନ୍ତି l ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ନକରି ଆନ୍ଦୋଳନ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ l ଏହାପରେ ମଧ୍ୟ ସରକାର ଯଦି ଦାବି ପୁରଣ ନକରିବେ, ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶିଶୁଭବନ ନର୍ସିଂ ସଙ୍ଘ […]

1 min read

ଲଗାଇଲେ ଠୁମକା ହେଲେ ନିଲମ୍ବିତ ୪ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ/ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦେଶରେ ଧୁମଧାମରେ ପାଳନ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୁଲିସ ଷ୍ଟେସନରେ ନୃତ୍ୟ କରିଥିବା ୪ଜଣ ପୁଲିସ କର୍ମଚାରୀଙ୍କୁ ଏହା ମହଙ୍ଗା ପଡ଼ିଯାଇଛି।ଏହି ଘଟଣାକୁ ନେଇ ଡିସିପି ରାହୁଲ ମାଡାନେ କହିଛନ୍ତି,‘ଥାନା ଭିତରେ ଫିଲ୍ମ ଗୀତରେ ନାଚିବା ଦ୍ୱାରା ପୁଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହି କାରଣରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ପୁଲିସକର୍ମଚରୀଙ୍କୁ  ୩ମାସ ପାଇଁ […]

1 min read

ଯୁବକଙ୍କ ହାତକୁ ଦା’ରେ ହାଣିଲେ ଦୁର୍ବୃତ୍ତ

କଟକ/ପୋତାପୋଖରୀ /୨୨ -୮-୨୪ (ପିପିଏସ ): କଟକ ଜିଲ୍ଲା ପୋତାପୋଖରୀ ଅଞ୍ଚଳରେ ଜଣେ ଯୁବକଙ୍କ ହାତକୁ ଦୁର୍ବୃତ୍ତମାନେ ଦା’ରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ସୋମନାଥ ପୃଷ୍ଟି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ସୋମନାଥଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ମରାଣନ୍ତକ ଆକ୍ରମଣ କଲେ ତାହା ଜଣାପଡ଼ିନାହିଁ। ଆକ୍ରମଣ ପଛରେ ପୂର୍ବ ଶତ୍ରୁତା […]

1 min read

ଲେହରେ ବଡ଼ ଦୁର୍ଘଟଣା, ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍

ଲେହରୁ/ଭୁବନେଶ୍ବର,୨୨ -୮-୨୪ (ପିପିଏସ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାବାହିନୀର ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।୨୮ ଜଣ ଯାତ୍ରୀଙ୍କୁ […]