ପରିବହନ ବିଭାଗ ଉପରେ ଭିଜିଲାନ୍ସ ର ନଜର : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଚଢ଼ାଉ
1 min read

ପରିବହନ ବିଭାଗ ଉପରେ ଭିଜିଲାନ୍ସ ର ନଜର : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି ।

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇମହଲା କୋଠା,ବାରିପଦା ଷ୍ଟେସନ ରୋଡରେ ଥିବା ଘର, ଭୁବନେଶ୍ୱର OSRTC ଅଫିସ ଚ୍ୟାମ୍ବର, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର IDCO ଟାୱାରରେ ଥିବା ଅଫିସରେ ଚଢ଼ାଉ କରାଯାଇଛି।

ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୮ ଜଣ DSP, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *