1 min read

ଖାଇରେ ଖସିପଡ଼ିଲା ବସ, ୨୫ମୃତ

ଲାହୋର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। କାହୁଟାରୁ ରାଓ୍ବଲପିଣ୍ଡି ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆଉ କେତେକ ରିପୋର୍ଟ ଅନୁସାରେ ବସ ଦୁର୍ଘଟଣାରେ ମୋଟ ୨୯ ଜଣଙ୍କ ମୃତ୍ୟୁ ହୋଇଛି ।  ପାକିସ୍ତାନୀ ଚ୍ୟାନେଲ୍ ଜିଓ ନ୍ୟୁଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୬ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି କାହୁଟାରୁ ରାୱଲପିଣ୍ଡି ଅଭିମୁଖେ […]

1 min read

ଆରମ୍ଭ ହେଲା ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ କ୍ରୀଡା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଠିକ ରହେ | କିଛି ଏଭଳି ବାର୍ତ୍ତା ନେଇ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ | ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ | ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ବିଶ୍ୱ […]

1 min read

ସୁଶାନ୍ତ ଧଳସାମନ୍ତ ସେଲ୍ରୁ ମିଳିଲା ମୋବାଇଲ : ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର

ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି । ବଲାଙ୍ଗୀର ଜେଲରେ ରେଡ୍ ବେଳେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ମିଳିଥିବା ଜଣାପଡିଛି। ଶନିବାର ଜେଲରେ ଚଢ଼ାଉ କରିଥିଲା ପୋଲିସ। ସେଲ୍ ଭିତରୁ ମିଳିଥିଲା ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର। ଏଥିସହ ଜେଲର ଅନ୍ୟ ସେଲରୁ ପୁଲିସ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ […]

1 min read

ଜିଲ୍ଲା ମୁଖ୍ୟ କାରାଗାର ସମେତ ୪ ଜେଲରେ ପୋଲିସର ଚଢ଼ାଉ : ବିପୁଳ ନିଶା ସାମଗ୍ରୀ ଜବତ

ନୟାଗଡ଼/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ନୟାଗଡ଼ର ୪ଟି ଜେଲରେ ପୋଲିସ ରେଡ୍ କରିଛି । ନିଶା କାରବାର ନେଇ ଆଜି ଭୋରରୁ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ରେଡ୍ ଚାଲିଛି l ମାଜିଷ୍ଟ୍ରେଟ ଓ ନୟାଗଡ଼ ଏସପିଙ୍କ ଉପସ୍ଥିତିରେ ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ଜବତ ହୋଇଛି ବିପୁଳ ପରିମାଣର ନିଶା […]

1 min read

ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନା କରିବେ ଉଦ୍‌ଘାଟନ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଆସି ସୁଭଦ୍ରା ଯୋଜନା କରିବେ ଉଦ୍‌ଘାଟନ। ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ମୁତାବକ, ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ […]

1 min read

ଆଉ ନାହାନ୍ତି ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଥିଲେ ଚର୍ଚ୍ଚାରେ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ୱର ସ୍ଥିତ ଘରୁ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହାପଛର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିନାହିଁ । […]

1 min read

ଫୁଲୁଛି ମହାନଦୀ, ବଢୁଛି ଜଳସ୍ତର : ହୀରାକୁଦରେ ଖୋଲିଲା ୨୦ ଗେଟ

ସମ୍ବଲପୁର,ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ l ବଢୁଛି ହୀରାକୁଦଜଳ ଭଣ୍ଡାରର ଜଳସ୍ତର । ଏହି ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଡ୍ୟାମ୍‌ର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଥିଲା । ଉପରମୁଣ୍ଡରେ […]

1 min read

ରାସ୍ତା ମଝିରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଖୋର୍ଦ୍ଧା/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳ ବଜାରରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ବିଚ୍ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ମୃତକ ଯୁବକ ମୁକୁନ୍ଦପ୍ରସାଦ ଗାଁର ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୁଲିସ ଛାନଭିନ୍ ଆରମ୍ଭ କରିଛି ।

1 min read

ଉଚ୍ଛେଦ ଉଠା ଦୋକାନୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ,୨୫-୦୮-୨୪ (ପିପିଏସ) : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସହରରୁ ଜବରଦଖଲରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ସେମାନଙ୍କ ଥଇଥାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି l ଏହାକୁ ଗୁରୁତ୍ବଦେଇ, ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ପୌର ନିଗମର ଭାରପ୍ରାପ୍ତ କମିଶନର ଅନାମ ପାତ୍ରଙ୍କ ସମେତ ବହୁ ଅଧିକାରୀ ଓଏମପି ଛକ ପରିଦର୍ଶନ କରିଥିଲେ l ଓଏମପି ଛକରୁ ଉଚ୍ଛେଦ ହୋଇଥିବା ଉଠାଦୋକାନୀଙ୍କୁ ଷଷ୍ଠ ବାଟାଲିୟନ ପରିସରରେ ଥଇଥାନ କରିବାକୁ […]

1 min read

ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ପ୍ରତ୍ୟେକ ଅପରାଧ ଏସସି/ଏସଟି ଆଇନ ପରିସରଭୁକ୍ତ ହେବନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି)ଙ୍କ ବିରୋଧରେ କେଉଁ ଅପରାଧ କ୍ଷେତ୍ରରେ ଏସସି/ଏସଟି ଆଇନ ଲାଗୁ ହେବ ତାହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ବ୍ୟକ୍ତି ଏହି ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ଜାତି, ସମ୍ପ୍ରଦାୟ ଏବଂ ଅସ୍ପୃଶ୍ୟତାକୁ ଆଧାର କରି ଅପମାନିତ କରିନାହାନ୍ତି, ତେବେ ସେ କ୍ଷେତ୍ରରେ କଠୋର ଏସସି/ଏସଟି ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି । ବିଚାରପତି ଜେ.ବି. ପାର୍ଦିଓ୍ବାଲା […]