ଲାହୋର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। କାହୁଟାରୁ ରାଓ୍ବଲପିଣ୍ଡି ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆଉ କେତେକ ରିପୋର୍ଟ ଅନୁସାରେ ବସ ଦୁର୍ଘଟଣାରେ ମୋଟ ୨୯ ଜଣଙ୍କ ମୃତ୍ୟୁ ହୋଇଛି ।

ପାକିସ୍ତାନୀ ଚ୍ୟାନେଲ୍ ଜିଓ ନ୍ୟୁଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୬ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି କାହୁଟାରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା। କାହୁଟାର ଆଜାଦ୍ ରତନ ପାର୍କ ନିକଟରେ ଥିବା ଗିରାରି ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ କେବଳ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଛି । ପାହାଡ଼ିଆ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସ୍ଥାନୀୟ ବାସିନ୍ଦା ବସ୍ ରୁ ମୃତଦେହ ବାହାର କରୁଥିବା ବେଳେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି ପାକିସ୍ତାନର ବେଲୁଚିସ୍ତାନରେ ହୋଇଥିବା ଆଉ ଏକ ବସ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ମାରାକାନ କୋଷ୍ଟାଲ ହାଇଓ୍ବେରେ ଯାଉଥିବା ବସଟି ଏକ ନଦୀରେ ଖସିପଡ଼ିଥିଲା ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଦ ସରିଫ ଏସବୁ ବସ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।













Leave a Reply