ପୂଜା ଖେଡକରଙ୍କୁ ଆଶ୍ଵସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖେଡକରଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଦିଲ୍ଲୀ ପୁଲିସ ଏବଂ ୟୁପିଏସସିକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଖେଡକରଙ୍କ ଅଗ୍ରୀମ […]
୧୯୭୧ର ପ୍ରତିଶୋଧ ନେବାକୁ ପାକିସ୍ତାନର ଯୋଜନା : ଆଇଏସଆଇ ଓ ରୋହିଙ୍ଗ୍ୟା ମୁସଲମାନ ହାତ ବାରିସୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବାଂଲାଦେଶ ଉପକୂଳ ସମୁଦ୍ରରେ ଏକ ଛୋଟ ଜାଗା ରହିଛି, ଯାହାର ନାଁ ହେଉଛି ସେଣ୍ଟ ମାର୍ଟିନ। ଏହା ଏକ ଛୋଟିଆ ଦ୍ଵୀପ। ବାଂଲାଦେଶ ଉପକୂଳରୁ ମାତ୍ର ୯ କିଲୋମିଟର ଦୂର ସମୁଦ୍ର ଭିତରେ ରହିଛି ଏହି ଟାପୁ। ଦେଖିବାକୁ ଏହା ଖୁବ୍ ସୁନ୍ଦର। କିନ୍ତୁ ଏଥର ଏହି ଦ୍ଵୀପ ଏବେ ଚର୍ଚ୍ଚାକୁ ଆସିଛି। ଯାହା ପଛରେ ରହିଛି ବାଂଲାଦେଶରେ ସରକାର ପରିବର୍ତ୍ତନର କାରଣ। ଆମେରିକା ଏହି ଦ୍ଵୀପ ନେବାକୁ ଚାହୁଁଥିଲା। କିନ୍ତୁ ତାହାକୁ […]
କେଜ୍ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ତିହାର ଜେଲରେ ପହଞ୍ଚି କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ଏବଂ ପରେ ଜିଏଡି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳ ରାୟଙ୍କ ସହ କଥାବାର୍ତ୍ତା କରି କେଜ୍ରିଓ୍ବାଲ କହିଛନ୍ତି, ସ୍ବାଧୀନତା ଦିବସରେ ଏଥର କେବଳ […]
ବିଧାୟକଙ୍କୁ ଟ୍ରେନିଂ ଦେବେ ଜେପି ନଡ୍ଡା ଏବଂ କିରଣ ରିଜିଜୁ
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବିଧାୟକଙ୍କୁ ତାଲିମ ଦେବେ କେନ୍ଦ୍ରୀୟ ନେତା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶା ଆସି ବିଜେପି ବିଧାୟକଙ୍କୁ ତାଲିମ ଦେବେ। ପ୍ରଥମେ ଆସନ୍ତା ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଏହାପରେ ୧୮ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବିଧାୟକଙ୍କ ତାଲିମ କାର୍ୟ୍ୟକ୍ରମରେ ଯୋଗ […]
ନ୍ୟୁଜ୍ ଚ୍ୟାନେଲ ମାନଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : କେନ୍ଦ୍ର ସରକାର ସୋମବାର ବେସରକାରୀ ନ୍ୟୁଜ ଚ୍ୟାନେଲମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣା ରିପୋର୍ଟ କରୁଥିବାବେଳେ ଘଟଣାସ୍ଥଳରେ ତାରିଖ, ସ୍ଥାନ ଏବଂ ସମୟ ବିଷୟରେ ସୂଚନା ଦିଆଯିବା ଆବଶ୍ୟକ। ଏହି ସୂଚନା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି । ଦୀର୍ଘ ଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣାର କ୍ରମାଗତ […]
ଭାରତର ପ୍ରଶଂସା କଲା ମାଳଦ୍ୱୀପର “ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟି”
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ମାଳଦ୍ୱୀପର ବିରୋଧୀ ଦଳ “ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟି” ଭାରତର ପ୍ରଶଂସା କରିଛନ୍ତି। ମାଳଦ୍ୱୀଭିଆନ ଡେମୋକ୍ରାଟିକପାର୍ଟି କହିଛି ଯେ, ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଭାରତର ନୀତିରେ ଆସିଥିବା ଅଚାନକ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ। ଏମଡିପିର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ଶନିବାର ଦିନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ […]
ମହିଳାଙ୍କୁ ଟାଣିନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ,୧୨/୮/୨୪ (ପିପିଏସ) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ମହିଳାଙ୍କୁ ଟାଣିନେଲା କୁମ୍ଭୀର l ଅଳପୁଅ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା l ମହିଳା ଜଣଙ୍କ ହେଲେ ମଞ୍ଜୁଲତା ଭଞ୍ଜ l ବ୍ରାହ୍ମଣୀ ନଦୀ କୂଳରେ ବାସନ ମାଜିବା ସମୟରେ ନଦୀ ଭିତରକୁ ଟାଣିନେଲା କୁମ୍ଭୀର l ନଦୀ କୂଳରେ ବାଲଟି, ଚପଲ ଓ ବାସନ ପଡିଛି l ନଦୀ କୂଳରେ ପଡିଛି କୁମ୍ଭୀର ର ପଦଚିହ୍ନ l ଟର୍ଚ୍ଚ ଲାଇଟ ଓ ଠେଙ୍ଗା ଧରି […]
ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ, ବାଂଲାଦେଶର ନୂଆ ନେତା ମହମ୍ମଦ ୟୁନୁସଙ୍କ କଡ଼ା ନିନ୍ଦା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଂସା ପ୍ରଭାବିତ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେମାନଙ୍କୁ ଜଘନ୍ୟ ବୋଲି କହିଛନ୍ତି । ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରକୁ କ୍ଷତିରୁ ରକ୍ଷା କରିବା ପାଇଁ ନୋବେଲ ବିଜେତା ୟୁନୁସ ଆନ୍ଦୋଳନରେ ଅଗ୍ରଣୀ ଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ବାଂଲାଦେଶର ରାଜଧାନୀ ଢାକା ଏବଂ ଉତ୍ତର-ପୂର୍ବ ବନ୍ଦର ସହର ଛତାଗ୍ରାମରେ ଲଗାତାର ଦ୍ବିତୀୟ […]
ଭାସିଗଲା ଡ୍ୟାମ୍ ଗେଟ୍ : ଆଲର୍ଟ ଜାରି କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣା ପଡିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଥିଲା ବେଳେ ଗୋଟିଏ ଗେଟ୍ ଉପରୁ ଚାପ ହ୍ରାସ କରିବାକୁ ସମସ୍ତ ୫ ଟି ଗେଟ୍ […]
ବିଲରେ ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ
ବେଙ୍ଗାଲୁରୁ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ବାମୀ କର୍ନାଟକର ମାଣ୍ଡିଆର ଆରାଲାକୁପେ ଗାଁରେ ଧାନ ଚାଷରେ ଗ୍ରାମବାସୀଙ୍କୁ ସହଯୋଗ ଦେଇଛନ୍ତି। ସେ କ୍ଷେତକୁ ଯାଇ ନିଜ ହାତରେ ଧାନ ରୋଇଛନ୍ତି । କୁମାରସ୍ବାମୀ କହିଛନ୍ତି, ଏହା ମୋ ପରିବାର ସଦସ୍ୟଙ୍କ ଏକ କାର୍ଯ୍ୟକ୍ରମ। କୃଷକମାନେ ମୋର ପରିବାର ଏବଂ ଚଳିତ ବର୍ଷର ଚାଷରେ ଯୋଗଦେବା ମୋ ପାଇଁ ଏକ ଖୁସିର ମୁହୂର୍ତ୍ତ। ମୁଁ ମୋର କୃଷି ସମ୍ପ୍ରଦାୟ ସହିତ ଜଡିତ ହୋଇ ଖୁସି ଅଛି। କୁମାରସ୍ବାମୀ […]