ବିପଦରେ ଗନ୍ଧମାର୍ଦନର ଔଷଧୀୟ ଗଛ
ସମ୍ବଲପୁର/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ। ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ। ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ ରହିଛି। ଏଥିରୁ ୫୮ ପ୍ରଜାତିର ଔଷଧୀୟ ଗଛ ଲୋପ ପାଇବା ଆରମ୍ଭ ହେଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲପୋଡ଼ି ସହିତ ଔଷଧ ପ୍ରସ୍ତୁତ ଉଦେଶ୍ୟରେ ସବୁ […]
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ:ମୁଖ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ୱର,୧୯-୦୯-୨୦୨୪(ପିପିଏସ): ରାଜ୍ୟରେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। କଥାକୁ କାର୍ଯ୍ୟରେ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି। ଏନେଇ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁନ୍ ୧୨ରେ ସରକାର ଶପଥ ନେଲେ। ୧୩ ଜୁନ୍ରେ ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲାଗଲା। ରତ୍ନଭଣ୍ଡାର ଖୋଲି ଗଣତି […]
ବଢ଼ିଲା ଖୁରାନିଆଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି […]
ସୁଭଦ୍ରା ଯୋଜନା ନାଁରେ ଯନ୍ତ୍ରଣା
ଝରିଗାଁ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି। ନିଶ୍ଚିତ ଭାବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କୁ ଏବେ ଆଧାର ସଂଶୋଧନ ଓ ଆଧାର ସହ ଫୋନ ନମ୍ବର ସଂଯୋଗ କରିବା ପାଇଁ […]
ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ବର,୧୯-୦୯-୨୦୨୪(ପିପିଏସ) : ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜିଲ୍ଲା ପାଇଁ ଏହି ଗାଇଡଲାଇନ ଜାରି ହୋଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି। ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ […]
ଗଣେଷ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ : ଭୁଜାଲି ଚୋଟରେ ୨ ଆହତ
ବାରିପଦା/ଭୁବନେଶ୍ୱର,,୧୯-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଯୁକ୍ତିତର୍କ, ପରେ ବୁଲିଲା ଖଣ୍ଡା ଓ ଭୁଜାଲି l ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଆହତ ଯୁବକ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଅଜୁ ମୁଖି ଓ ଚୈତନ୍ୟ ମୁଖି। ଗତକାଲି ରାତିରେ ଶୁନ ଗଡିଆ ଅଞ୍ଚଳରେ ଗଣେଷ ଭସାଣି ଚାଲିଥିଲା। ରାସ୍ତାରେ […]
କାଠଯୋଡ଼ି ନଦୀ ପଠାରୁ କୁମ୍ଭୀର ଛୁଆ ଉଦ୍ଧାର
କଟକ,୧୭-୦୯-୨୦୨୪(ପିପିଏସ) : କଟକ ସିଡିଏ ୧୧ ନମ୍ବର୍ ନିକଟ କାଠଯୋଡ଼ି ନଦୀପଠାରୁ କୁମ୍ଭୀର ଛୁଆ ଉଦ୍ଧାର। ଚାରି ମାସର କୁମ୍ଭୀର ଛୁଆ ଉଦ୍ଧାର କଲା ବନ ବିଭାଗ। ଘଡିଆଳ ପ୍ରଜାତିର ଚାରିମାସ ର କୁମ୍ଭୀର ଛୁଆ ଉଦ୍ଧାର ।ଉଦ୍ଧାର ପରେ କୁମ୍ଭୀର ଛୁଆ ଟିକୁ ସିଟି ଫରେଷ୍ଟ ରେଞ୍ଜ ଅଫିସ କୁ ଅଣାଯାଇଛି। ଉଦ୍ଧାର ସମୟରେ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଲମ୍ୱ ଦୁଇ ଫୁଟ ରହିଛି। ଆଗକୁ ସଂପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ପରେ କେଉଁଠି […]
କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ : ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି
କଟକ,୧୭-୦୯-୨୦୨୪(ପିପିଏସ) : କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି । ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ଏ ନେଇ ଆଜି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଓଡିଶାରେ ହୋଇଥିବା ଅନ୍ୟ […]
ପୁଣି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର
ପୁରୀ/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆସନ୍ତାକାଲି ପୁଣି ଖୋଲିବ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଦୀର୍ଘ ୬ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ସଙ୍ଗୀନ ଥିବା ବେଳେ ବୁଧବାର ଦିନ ରତ୍ନଭଣ୍ଡାର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ମରାମତି ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଏସଆଇ ରତ୍ନଭଣ୍ଡାର ଯାଞ୍ଚ କରିବ। ଭାରତୀୟ ପ୍ରନୃତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) […]
ଦାବି ମାନିବାକୁ ରାଜିହେଲେ ମମତା
କୋଲକାତା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି ଯେ ସେ ଆନ୍ଦୋଳନରତ ଡାକ୍ତରମାନଙ୍କ କଥା ମାନିବାକୁ ରାଜି। କୋଲକାତା ପୁଲିସ କମିସନର ଭିନିତ୍ ଗୋୟଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବ ବୋଲି ମମତା ସ୍ପଷ୍ଟ କରିଛନ୍ତି। କୋଲକାତାର ଏକ ଡାକ୍ତରଖାନାରେ ଟ୍ରେନି ଡାକ୍ତରଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଏକ ୬ ଘଣ୍ଟିଆ ବୈଠକ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ସେ। କୋଲକାତା ପୁଲିସର ଡେପୁଟି କମିସନରଙ୍କ ବିରୋଧରେ ପୀଡିତାଙ୍କ […]
