1 min read

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି : ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର,୧୪/୮(ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେପ୍ଟେମ୍ବର […]

1 min read

ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ‘ସୁଭଦ୍ରା’ ଏସଓପି – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସୁଭଦ୍ରା ଯୋଜନା ଏସଓପି ନେଇ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସଓପି ସାର୍ବଜନୀନ ହେବ । ଯୋଜନାରେ କିଏ ଉପକୃତ ହେବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ତେବେ ଆସନ୍ତା ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ରହିଛି। […]

1 min read

ହତ୍ୟାକାଣ୍ଡ ପଛରେ କିଏ ? : ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଏହି ମାମଲା ରିଓପନ୍‌ କରାଯିବ। ନବ ଦାସ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। […]

1 min read

୧୯୭୧ର ପ୍ରତିଶୋଧ ନେବାକୁ ପାକିସ୍ତାନର ଯୋଜନା : ଆଇଏସଆଇ ଓ ରୋହିଙ୍ଗ୍ୟା ମୁସଲମାନ ହାତ ବାରିସୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବାଂଲାଦେଶ ଉପକୂଳ ସମୁଦ୍ରରେ ଏକ ଛୋଟ ଜାଗା ରହିଛି, ଯାହାର ନାଁ ହେଉଛି ସେଣ୍ଟ ମାର୍ଟିନ। ଏହା ଏକ ଛୋଟିଆ ଦ୍ଵୀପ। ବାଂଲାଦେଶ ଉପକୂଳରୁ ମାତ୍ର ୯ କିଲୋମିଟର ଦୂର ସମୁଦ୍ର ଭିତରେ ରହିଛି ଏହି ଟାପୁ। ଦେଖିବାକୁ ଏହା ଖୁବ୍‌ ସୁନ୍ଦର। କିନ୍ତୁ ଏଥର ଏହି ଦ୍ଵୀପ ଏବେ ଚର୍ଚ୍ଚାକୁ ଆସିଛି। ଯାହା ପଛରେ ରହିଛି ବାଂଲାଦେଶରେ ସରକାର ପରିବର୍ତ୍ତନର କାରଣ। ଆମେରିକା ଏହି ଦ୍ଵୀପ ନେବାକୁ ଚାହୁଁଥିଲା। କିନ୍ତୁ ତାହାକୁ […]

1 min read

କେଜ୍‌ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ତିହାର ଜେଲରେ ପହଞ୍ଚି କେଜ୍‌ରିଓ୍ବାଲଙ୍କୁ ଭେଟିଥିଲେ ଏବଂ ପରେ ଜିଏଡି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳ ରାୟଙ୍କ ସହ କଥାବାର୍ତ୍ତା କରି କେଜ୍‌ରିଓ୍ବାଲ କହିଛନ୍ତି, ସ୍ବାଧୀନତା ଦିବସରେ ଏଥର କେବଳ […]

1 min read

ବିଧାୟକଙ୍କୁ ଟ୍ରେନିଂ ଦେବେ ଜେପି ନଡ୍ଡା ଏବଂ କିରଣ ରିଜିଜୁ

ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବିଧାୟକଙ୍କୁ ତାଲିମ ଦେବେ କେନ୍ଦ୍ରୀୟ ନେତା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶା ଆସି ବିଜେପି ବିଧାୟକଙ୍କୁ ତାଲିମ ଦେବେ। ପ୍ରଥମେ ଆସନ୍ତା ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଏହାପରେ ୧୮ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବିଧାୟକଙ୍କ ତାଲିମ କାର୍ୟ୍ୟକ୍ରମରେ ଯୋଗ […]

1 min read

ନ୍ୟୁଜ୍ ଚ୍ୟାନେଲ ମାନଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : କେନ୍ଦ୍ର ସରକାର ସୋମବାର ବେସରକାରୀ ନ୍ୟୁଜ ଚ୍ୟାନେଲମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣା ରିପୋର୍ଟ କରୁଥିବାବେଳେ ଘଟଣାସ୍ଥଳରେ ତାରିଖ, ସ୍ଥାନ ଏବଂ ସମୟ ବିଷୟରେ ସୂଚନା ଦିଆଯିବା ଆବଶ୍ୟକ। ଏହି ସୂଚନା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି । ଦୀର୍ଘ ଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣାର କ୍ରମାଗତ […]

1 min read

ଭାରତର ପ୍ରଶଂସା କଲା ମାଳଦ୍ୱୀପର “ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟି”

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ମାଳଦ୍ୱୀପର ବିରୋଧୀ ଦଳ “ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟି” ଭାରତର ପ୍ରଶଂସା କରିଛନ୍ତି। ମାଳଦ୍ୱୀଭିଆନ ଡେମୋକ୍ରାଟିକପାର୍ଟି କହିଛି ଯେ, ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଭାରତର ନୀତିରେ ଆସିଥିବା ଅଚାନକ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ। ଏମଡିପିର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ଶନିବାର ଦିନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ […]

1 min read

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ, ବାଂଲାଦେଶର ନୂଆ ନେତା ମହମ୍ମଦ ୟୁନୁସଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଂସା ପ୍ରଭାବିତ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେମାନଙ୍କୁ ଜଘନ୍ୟ ବୋଲି କହିଛନ୍ତି । ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରକୁ କ୍ଷତିରୁ ରକ୍ଷା କରିବା ପାଇଁ ନୋବେଲ ବିଜେତା ୟୁନୁସ ଆନ୍ଦୋଳନରେ ଅଗ୍ରଣୀ ଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ବାଂଲାଦେଶର ରାଜଧାନୀ ଢାକା ଏବଂ ଉତ୍ତର-ପୂର୍ବ ବନ୍ଦର ସହର ଛତାଗ୍ରାମରେ ଲଗାତାର ଦ୍ବିତୀୟ […]

1 min read

ବିଲରେ ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ବାମୀ କର୍ନାଟକର ମାଣ୍ଡିଆର ଆରାଲାକୁପେ ଗାଁରେ ଧାନ ଚାଷରେ ଗ୍ରାମବାସୀଙ୍କୁ ସହଯୋଗ ଦେଇଛନ୍ତି। ସେ କ୍ଷେତକୁ ଯାଇ ନିଜ ହାତରେ ଧାନ ରୋଇଛନ୍ତି । କୁମାରସ୍ବାମୀ କହିଛନ୍ତି, ଏହା ମୋ ପରିବାର ସଦସ୍ୟଙ୍କ ଏକ କାର୍ଯ୍ୟକ୍ରମ। କୃଷକମାନେ ମୋର ପରିବାର ଏବଂ ଚଳିତ ବର୍ଷର ଚାଷରେ ଯୋଗଦେବା ମୋ ପାଇଁ ଏକ ଖୁସିର ମୁହୂର୍ତ୍ତ। ମୁଁ ମୋର କୃଷି ସମ୍ପ୍ରଦାୟ ସହିତ ଜଡିତ ହୋଇ ଖୁସି ଅଛି। କୁମାରସ୍ବାମୀ […]