ରାଜନୀତି
୨ବର୍ଷ ମଧ୍ୟରେ ଧରଣୀଧର ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ୨୨-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଗତବର୍ଷ ଫେବ୍ରୁଆରିରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ ହୋଇଛି। ଏହି ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ଜିଲ୍ଲାର ୩୮ଟି କଲେଜ ଅନୁବନ୍ଧିତ ରହିଛି। କିନ୍ତୁ ବିଶ୍ବବିଦ୍ୟାଳୟ ଭାବେ ଯେଉଁସବୁ ମୌଳିକ ସୁବିଧା ସୁଯୋଗ ଓ ଉନ୍ନତି ହେବା କଥା, ତାହା […]
ଆକ୍ସନ ମୋଡ଼ରେ ଅବକାରୀ ମନ୍ତ୍ରୀ : ମଦ ଭାଟିରେ ଚାଲିବ ବୁଲ୍ଡୋଜର
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚୋରା ମଦ କାରବାରକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆକ୍ସନ ମୋଡ଼କୁ ଆସିଛନ୍ତି । ମନ୍ତ୍ରୀ କହିଛନ୍ତି, ଯେଉଁଠି ଚୋରା ମଦଭାଟି ଥିବା ଜଣାପଡ଼ିବ ସେଠାରେ ବୁଲ୍ଡୋଜର ଚଲାଇ ତାକୁ ଧୂଳିସାତ୍ କରାଯିବ । ବର୍ତ୍ତମାନ ସାରା ରାଜ୍ୟରେ ଚଢ଼ାଉ କରାଯାଉଛି, ଏବଂ ୧୧୭ଟି ଚୋରା ମଦଭାଟି କୁ ଠାବ କରିବା ସହିତ ୧୧୭ ଜଣଙ୍କୁ ଗିରଫ କରାଗଲାଣି […]
ପୋଲାଣ୍ଡ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ
୪୫ ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରତିପକ୍ଷ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡ୍ରଜେ ଡୁଡାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ପାଇଁ ଆଲୋଚନା କରିବେ। ୪୫ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ପୋଲାଣ୍ଡ୍ ଗସ୍ତ ହେବ।ଭାରତ ଏବଂ ପୋଲାଣ୍ଡ କୂଟନୈତିକ ସମ୍ପର୍କ ଗଠନର ୭୦ […]
୬ ନୂଆ ରାଜପଥ ପ୍ରକଳ୍ପ ପାଇଁ ୮୯୨୩ କୋଟି
ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଓଡ଼ିଶାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ୮୯୨୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଗୋଟିଏ ନୂଆ ସେତୁ ଓ ୫ଟି ସଡ଼କ ନିର୍ମାଣ ହେବ। ସୂଚନା ଅନୁସାରେ ଜାତୀୟ ରାଜପଥ ୪୯ର କନକତୋରା-ଝାରସୁଗୁଡ଼ା ସେକ୍ସନରେ ଇବ ନଦୀ ଉପରେ ଛଅ ଲେନ ବିଶିଷ୍ଟ ନୂତନ ସେତୁ ପାଇଁ ୧୦୦ କୋଟି […]
ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି: କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଜୁଳି। ବିଦ୍ୟୁତକରଣ ହୋଇନଥିବା ଘରଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଖାଲି ସେତିକି ନୁହେଁ, ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ ଯୋଗାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଧାନସଭାରେ ବିଧାୟକ ପବିତ୍ର […]
ମଧ୍ୟାହ୍ନ ଭୋଜନ ସହାୟତା ରାଶି ଟଙ୍କାଏ ବଢିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ। ମିଲ୍ ପିଛା ସହାୟତା ୧ ଟଙ୍କା ବୃଦ୍ଧି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ମିଡ୍ ମେ ମିଲ୍ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମିଡ୍ ଡେ […]
ଆଉ ନାହାନ୍ତି ରଶ୍ମିତା ଦାସ
କଟକ/ମାହାଙ୍ଗା/-୨୧-୦୮-୨୪ (ପିପିଏସ ): ଆଉ ନାହାନ୍ତି ରଶ୍ମିତା ଦାସ, ବହୁ ଚର୍ଚିତ ମାହାଙ୍ଗା ଥାନା ସମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତୀ ଦେଇଥିବା ଖର୍ତାଙ୍ଗ ଗ୍ରାମର ରଶ୍ମିତା ଦାସ କଟକ ବଡ ମେଡିକାଲରେ ଚିକିଶ୍ଚିତ ହଉଥିବା ବେଳେ ଏବେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି
ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ
ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ। ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ […]
ବିଧାନସଭାରେ କଂଗ୍ରେସ ଓ ବିଜେଡିର ସଦସ୍ୟଙ୍କ ହୋହଲ୍ଲା: ଅପରାହ୍ଣ ୪ଟା ଯାଏ ମୁଲତବୀ
ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ପରେ ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲା। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଥିଲା ବିଜେଡି। ଏଣେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ପୁଣି ହଟ୍ଟଗୋଳ କରିଥିଲେ।ଏହାଫଳରେ ବାଚସ୍ପତି ସୁରମା ପାଢୀ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏ […]
ଆସନ୍ତା ୨୩ରେ ସ୍ଥାନାନ୍ତରଣ ହେବ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ
ପୁରୀ,୨୧-୮-୨୪ (ପିପିଏସ ) : ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ ସ୍ଥାନାନ୍ତରଣ ପାଇଁ, ସରକାରଙ୍କ ତରଫରୁ ଆସିଲା ନୂଆ ଏସଓପି l ଆସନ୍ତା ୨୩ ତାରିଖରେ ବାହାର ଏବଂ ଭିତର ରତ୍ନଭଣ୍ଡାର ରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର […]