1 min read

ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର : ଉଭୟ ନାମାଙ୍କନ ଓ ପ୍ରତ୍ୟାହାର ଥିଲା ଦଳର ନିଷ୍ପତ୍ତି

ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ହଟିଲା ପରଦା, ସରିଲା ସମସ୍ତ କଳ୍ପନା ଜଳ୍ପନା l ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗତ ୨୧ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ । ତେବେ ସେହିଦନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ […]

1 min read

ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ । ଅଗଷ୍ଟ ୨୧ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ । ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ । ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ […]

1 min read

ଡିସେମ୍ବର ସୁଦ୍ଧା ସବୁ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଜ୍ଞାପନ : ଆସନ୍ତା ମାସରୁ ନିଯୁକ୍ତି ମେଳା

ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏବେ ପୁରା ଆକ୍ସନ ମୁଡ୍‌କୁ ଆସିଛନ୍ତି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ […]

1 min read

ଜନ୍ମାଷ୍ଟମୀର କେନ୍ଦ୍ରମନ୍ତ୍ରୀଙ୍କ ଉପହାର : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ୧୦ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଅନୁଗୁଳ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଭବନ ଏବଂ ଛାତ୍ରୀନିବାସର ଉଦଘାଟନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କପଥଭିତ୍ତିକ ୯୪.୮୩ କୋଟି ଟଙ୍କା ଅର୍ଥାତ୍ ପାଖାପାଖି ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଆଠମଲ୍ଲିକ ବିଧାନସଭାକୁ ପାଖାପାଖି ୧୦୦ କୋଟି ଟଙ୍କାର ଜନ୍ମାଷ୍ଟମୀ ଉପହାର […]

1 min read

ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା : ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ, ୨୬ -୦୮-୨୪ (ପିପିଏସ) : କଟକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା ଆଜି କଟକ ସଦର ଜରିପଡ଼ା ସ୍ଥିତ ଡିଭାଇନ୍ ପ୍ୟାଲେସ ଠାରେ ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ସଦସ୍ୟତା ଅଭିଯାନ ବିଷୟରେ ଆଲୋକପାତ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିବା ଏହି […]

1 min read

ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ:ପରିବହନ ମନ୍ତ୍ରୀ

ବ୍ରହ୍ମପୁର/ଭୁବନେଶ୍ୱର/୨୫-୦୮-୨୪ (ପିପିଏସ):  ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉପରେ ବିଭାଗ ପ୍ରାଥମିକତା ଦେଉଛି। ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା […]

1 min read

ଇସ୍ରାଏଲକୁ ଇରାନର ଧମକ:ଚାଲିବ ଲମ୍ବା ଯୁଦ୍ଧ

ତେହେରାନ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ଇସ୍ରାଏଲ ଓ ଲେବାନନର ଉଗ୍ରବାଦୀ ସଙ୍ଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ବଡ଼ ବୟାନ ଦେଇଛନ୍ତି। ଆୟାତୋଲ୍ଲା ଖାମେନି କହିଛନ୍ତି ଯେ ଏହା ଏକ କେବେ ଶେଷ ନ ହେଉଥିବା ଯୁଦ୍ଧ। ଅର୍ଥାତ ଲମ୍ବା ସମୟ ପାଇଁ ଚାଲିବ ଯୁଦ୍ଧ । ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ୍ ମାଡ଼ ପରେ ଖୋମିନିଙ୍କ ଏହି ବୟାନ ଆସିଛି । ହିଜବୁଲ୍ଲା ଇରାନ ସମର୍ଥିତ ଏକ […]

1 min read

ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନା କରିବେ ଉଦ୍‌ଘାଟନ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଆସି ସୁଭଦ୍ରା ଯୋଜନା କରିବେ ଉଦ୍‌ଘାଟନ। ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ମୁତାବକ, ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ […]

1 min read

ସବୁଦିନ ପାଇଁ ରାଜ୍ୟରେ ଦୂର ହେବ ଆଳୁ ସମସ୍ୟା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ରାଜ୍ୟରେ ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି l ଅଗାମୀ ଦିନରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ଓୟୁଏଟି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବ ସରକାରଙ୍କର ଆଳୁ, ପିଆଜ, ପଣସ ମିଶନ ବିଫଳ ମାରିଥିଲା । ଫଳରେ ଆଳୁ ଦର ବଢିଥିଲା । ଯେଉଁ କାରଣରୁ ଚଳିତ ବର୍ଷ ସରକାରଙ୍କୁ ବହୁ ହଇରାଣ […]

1 min read

ଜଳବାୟୁ ସମ୍ବନ୍ଧିୟ ଫସଲ ସମସ୍ୟା ଉପରେ ଆଲୋଚନା ଓ ଯୋଜନା ପ୍ରସ୍ତୁତ କୃଷକଙ୍କ ଅଗ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : କନକ ବର୍ଦ୍ଧନ

କଟକ,୨୪-୦୮-୨୪ (ପିପିଏସ) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀ ଦ୍ୱାରା କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଏନ୍‌ଆର୍‌ଆର୍‌ଆଇ)ଠାରେ ଶନିବାର ଆଇସିଏଆର୍ ଆଞ୍ଚଳିକ କମିଟି-୨ର ୨୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷୀ ଏବଂ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଏବଂ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଭାଗୀରଥ ଚୌଧୁରୀ […]