ପ୍ରମୁଖ ଖବର
ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ
ଓଡ଼ିଶାର ନାମୀ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ ଚାଲିଛି। ତାଙ୍କର ଢେଙ୍କାନାଳସ୍ଥିତ ବାସଭବନ ଏବଂ ହନ୍ଦୋଳରେ ଫାର୍ମହାଉସ୍, ଅଫିସ୍ ଏବଂ ଭୁବନେଶ୍ୱରର ଅନ୍ୟ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ଓଡ଼ିଶାର ନାମୀ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ ଚାଲିଛି। ତାଙ୍କର ଢେଙ୍କାନାଳସ୍ଥିତ ବାସଭବନ ଏବଂ ହନ୍ଦୋଳରେ ଫାର୍ମହାଉସ୍, […]
ଆବୁଝମାଡ଼ରେ ଏନକାଉଣ୍ଟର ଘଟଣା: ୫ ନକ୍ସଲ ଚିହ୍ନଟ
ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଗତ ୩ ତାରିଖ ଦିନ ହୋଇଥିବା ଏନକାଉଣ୍ଟରରେ ୫ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହି ୫ ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇପାରିନଥିଲା। ମାଲକାନଗିରି/ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଗତ ୩ ତାରିଖ ଦିନ ହୋଇଥିବା ଏନକାଉଣ୍ଟରରେ ୫ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହି ୫ […]
ସ୍ଥିତି ଉପରେ ନଜର ରଖିଛି, ସମୟ ଆସିଲେ ଜବାବ ଦେବି: ପ୍ରଦୀପ ପାଣିଗ୍ରାହୀ
ଗଣତନ୍ତ୍ରିକ ଦେଶରେ ଯାହା ପାଖରେ ଲୋକ ଥାଆନ୍ତି ତାଙ୍କୁ ନେତା କୁହନ୍ତି। ବିଜେଡି ଶାସନରେ କିଛି ନିର୍ବାଚିତ ପ୍ରତିନିଧି ଟ୍ରାଫିକ ପରିଚାଳନା କରୁଥିଲେ। ନବୀନଙ୍କ ପଛରେ ଗୋଡେଇଲେ ନେତା ହୋଇପାରିବେ ନାହିଁ। ନେତା ହେବାକୁ ହେଲେ ଜନତାଙ୍କ ସହିତ ରହିବା ଦରକାର। ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ସାଧାରଣ ନିର୍ବାଚନ ପୂର୍ବରୁ ‘ଲେଖା ଛିଣ୍ଡିବ’ କହି ଚର୍ଚ୍ଚାକୁ ଆସିଥିବା ସାଂସଦ ପ୍ରଦୀପ ପାଣିଗ୍ରାହୀ ଏବେ ପାଞ୍ଜି ଖୋଲିବେ ବୋଲି କହିଲେଣି। ସେ କେଉଁ ପାଞ୍ଜି ଖୋଲିବେ ଏବଂ ଏହା […]
କାଲି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ବିମାନବିନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଓଡ଼ିଶାର କଳାକାରମାନେ ସେମାନଙ୍କର ପ୍ରଦର୍ଶନ […]
ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା: ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ
ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ବହୁଚର୍ଚ୍ଚିତ ସହଦେବ ସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଗରିଫ କରିଥିବା ଜଣାଯାଇଛି। ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ଆଜି ସକାଳୁ ବହୁଚର୍ଚ୍ଚିତ ସହଦେବ ସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। […]
ଚିଲିକାରେ ହେବ ପକ୍ଷୀ ମ୍ୟୁଜିୟମ୍:ଉପମୁଖ୍ୟମନ୍ତ୍ରୀ
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ୱତନ୍ତ୍ର ସ୍ଥାନ ରହିଛି। ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ପାଇଁ କେଉଁ କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଛି। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ୱରେ ପରିଚିତ। ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ୱତନ୍ତ୍ର ସ୍ଥାନ ରହିଛି। ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ପାଇଁ କେଉଁ କାଳରୁ […]
ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ
ମାଲେସିଆ ଭାୟା ଓଡ଼ିଶା ହୋଇ କୋଲକାତା ଯାଉଥିଲା ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ଧରଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍ ବିଭାଗ। ମାଲେସିଆ ରାଜଧାନୀ କ୍ବାଲାଲମ୍ପୁରରୁ ଉତ୍କଟ ନିଶାଦ୍ରବ୍ୟ ମାରିଜୁଆନା ନେଇ ଆସିବା ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ଧରଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍ ବିଭାଗ। ମାଲେସିଆ ରାଜଧାନୀ କ୍ବାଲାଲମ୍ପୁରରୁ ଉତ୍କଟ ନିଶାଦ୍ରବ୍ୟ ମାରିଜୁଆନା ନେଇ ଆସିବା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ଧରାପଡ଼ିଛନ୍ତି […]
କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ଆଜି ସକାଳେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି। ସେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଣାର୍କ/ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ଗତକାଲି ଆଜି କୋଣାର୍କ ଇକୋ ରିଟ୍ରିଟ୍ରରେ ରାତ୍ରିଯାପନ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଆଜି ସକାଳେ କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି। ସେ ସୂର୍ଯ୍ୟମନ୍ଦିର […]
ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ
ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନେ ପହଞ୍ଚିବା ଆରମ୍ଭ କଲେଣି। ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ଆସନ୍ତାକାଲିଠାରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେଉଥିବାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନେ ପହଞ୍ଚିବା ଆରମ୍ଭ କଲେଣି। ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। […]
ଏଚ୍ଏମ୍ପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
ଦେଶରେ ଏଚ୍ଏମ୍ପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ଦେଶରେ ଏଚ୍ଏମ୍ପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି […]
