1 min read

ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଲେ ରୁବିନା : ଭାରତର ପଦକ ସଂଖ୍ୟା ୪ ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ପ୍ୟାରିସ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ (ଏସ୍‌ଏଚ୍‌ ୧) ରେ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ସେ ଏହି ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ କବଜା କରିଛନ୍ତି । ଏଥିସହ ଶୁଟିଂରେ ଭାରତର ପଦକ ସଂଖ୍ୟା ୪ ଓ ମୋଟ ଉପରେ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରୁବିନା ୧୦ ମିଟର ଏୟାର ପିସ୍ତଲ (ଏସଏଚ୍‌ ୧)ରେ ଆରମ୍ଭରୁ ଦମ ଦେଖାଇ […]

1 min read

ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା : କଣ୍ଟ୍ରାକ୍ଟର କୁ ବାନ୍ଧିଲା ପୁଲିସ୍‌

ମୁମ୍ବାଇ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ ପ୍ରଥମ ଗିରଫଦାରୀ ହୋଇଛି । ଏହି ମାମଲାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଆଜି ଭୋରରୁ ବାନ୍ଧିଛି ପୁଲିସ୍‌ । କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୁଲିସ୍‌ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି । ଏହାପରେ କୋହ୍ଲାପୁର ପୁଲିସ୍‌ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍‌କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ୍‌ […]

1 min read

ଲେଡିଜ ହଷ୍ଟେଲ ୱାଶରୁମରେ ଗୁପ୍ତ କ୍ୟାମେରା : ଚାଲିଛି ନଗ୍ନ ଚିତ୍ରର ବ୍ୟବସାୟ

*ବିକ୍ରି ହୋଇଛି ୩୦୦ ଫଟୋ-ଭିଡିଓ *ବଏଜ୍ ହଷ୍ଟେଲର ଜଣେ ଛାତ୍ର ଗିରଫ *ନ୍ୟାୟ ଦାବି କରି ଛାତ୍ରୀ ମାନଙ୍କର ଆନ୍ଦୋଳନ ଅମରାବତୀ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ମହିଳାଙ୍କ ସୁରକ୍ଷା ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ପୁଣି ଏକ ବିବ୍ରତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ ହଷ୍ଟେଲ ୱାଶରୁମରରୁ ମିଳିଛି ଲୁକ୍କାଇତ କ୍ୟାମେରା। ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। […]

1 min read

ପଦ୍ମ ଧରିଲେ ଚମ୍ପାଇ ସୋରେନ୍‌

ରାଞ୍ଚି/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇଥିଲେ ଚମ୍ପାଇ। ଏହାପରେ ସେ ଦିଲ୍ଲୀରେ ବିଜେପି ନେତୃତ୍ଵଙ୍କୁ ଭେଟିଥିଲେ।