ଜାତୀୟ
୨-୧ ଗୋଲ୍ରେ ପାକିସ୍ତାନକୁ ପରାଜିତ କଲା ଭାରତ
ବେଜିଂ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ ଅହମ୍ମଦ ନାଦିମ ସ୍କୋର କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି।ଯେତେବେଳେ କି, ଏହା ପାକିସ୍ତାନ ଦଳର ପ୍ରଥମ ପରାଜୟ। ପଏଣ୍ଟ ଟେବୁଲରେ ଭାରତ […]
ଆସନ୍ତା ବର୍ଷ ଶେଷ ସୁଦ୍ଧା ୯୦,୦୦୦ ଛୁଇଁପାରେ ସୁନା !
ଅନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୨,୫୫୧.୧୯ ଡଲାର ରେ ପହଞ୍ଚିଥିବା ବେଳେ ଆମେରିକାର ସୁନା ଫ୍ୟୁଚର ୧.୪ ପ୍ରତିଶତ ବୃଦ୍ଧି ପାଇ ୨,୫୭୮.୯୦ ଡଲାରରେ ପହଞ୍ଚିଛି। ନୂଆଦିଲ୍ଲୀ/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ): ସୁନା ଦର ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବଢ଼ୁଥିବା ବେଳେ ଗୁରୁବାର ସୁନା ଦର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ […]
ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ ଦର୍ଶନ
ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ କନ୍ନଡ଼ ସୁପରଷ୍ଟାର ଦର୍ଶନ । ଭାଇରାଲ ହେଲା ଭିଡିଓ । ପ୍ରଶଂସକ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ଏବେ ଜେଲରେ ଅଛନ୍ତି ଦର୍ଶନ । ନୂଆଦିଲ୍ଲୀ/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ କନ୍ନଡ଼ ସୁପରଷ୍ଟାର ଦର୍ଶନ । ଭାଇରାଲ ହେଲା ଭିଡିଓ । ପ୍ରଶଂସକ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ଏବେ ଜେଲରେ ଅଛନ୍ତି ଦର୍ଶନ । ଗୁରୁବାର ସେ ନିଜ ପତ୍ନୀ ଓ ଭାଇ […]
ପ୍ରଜାତନ୍ତ୍ର ପରିସରରେ “ଡକ୍ଟର ଶଙ୍କର କୁମାର ସାନ୍ୟାଲ୍”
କଟକ,୧୩-୦୯-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ ର ଜାତୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ‘ପ୍ରଜାତନ୍ତ୍ର’ ପରିସରରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଡକ୍ଟର ସାନ୍ୟାଲ୍ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସାଂସଦ ଶ୍ରୀ ମହତାବଙ୍କୁ ଅବଗତ କରାଇବା ସହ ନୂଆଦିଲ୍ଲୀ ସ୍ଥିତ ସଂଘ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଆସିବାକୁ ଆମନ୍ତ୍ରଣ କରିଛନ୍ତି ।
‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ
ନୂଆଦିଲ୍ଲୀ/ଭୁବନେଶ୍ବର,୧୨-୦୯-୨୦୨୪ (ପିପିଏସ) : ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ବାୟୋ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି। ବାୟୋ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାରକରି ଆଗାମୀ […]
ପରଲୋକରେ ସିପିଆଇଏମ ନେତା ସୀତାରାମ ୟେଚୁରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀ ଏମ୍ସର ICU ରେ ସୀତାରାମ ୟେଚୁରୀ ଆଡମିଶନ ହୋଇଥିଲେ। ଫୁସ୍ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ୟେଚୁରୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର […]
ଅମିତ ଶାହା ହେଲେ ସଂସଦୀୟ ସରକାରୀ ଭାଷା କମିଟି ଅଧ୍ୟକ୍ଷ : ଶୁଭେଚ୍ଛା ଜଣାଇଲେ ସାଂସଦ ଭର୍ତ୍ତୃହରି ମହତାବ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ସର୍ବସମ୍ମତି କ୍ରମେ ସଂସଦୀୟ ସରକାରୀ ଭାଷା କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂତନ ସରକାର ଗଠନ ପରେ ଆଜି ନୂଆଦିଲ୍ଲୀରେ ସରକାରୀ ଭାଷା ଉପରେ ସଂସଦୀୟ କମିଟି ଗଠନ ପାଇଁ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ଅମିତ ଶାହା କମିଟିର ସଭାପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ […]
୧୫ରୁ ଓଡ଼ିଶାକୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ
ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ […]
ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା। ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା […]
ସୁରକ୍ଷା ପାଇଁ ଚିନ୍ତିତ ଥିବା ବାପା ଝିଅ ମଥାରେ ଖଞ୍ଜିଲେ କ୍ୟାମେରା
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଦିନକୁ ଦିନ ସମାଜରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାଲରେ ଲାଗିଛି। ଏଭଳି କ୍ଷେତ୍ରରେ ନାରୀମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯାଇଛି। ଅଭିଭାବକମାନେ ସେମାନଙ୍କ କନ୍ୟାମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି। କନ୍ୟାମାନେ ସ୍କୁଲ, କଲେଜ ଓ ଚାକିରି କ୍ଷେତ୍ରରୁ ଘରକୁ ପହଞ୍ଚିବା ବିଳମ୍ବ ହେଲେ ବାପା ଓ ମା’ମାନେ ବିଚଳିତ ହୋଇପଡ଼ିଥାଆନ୍ତି। କନ୍ୟା ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାଉ, ସୁରକ୍ଷିତ ଭାବେ ଘରେ ପହଞ୍ଚିଯାଉ ବୋଲି ଅଭିଭାବକମାନେ ଭଗବାନଙ୍କ ନିକଟରେ […]