ଜାତୀୟ
୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ ହେବ: ଜେଲ୍ ଡିିଜି
ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : କଏଦୀଙ୍କ ସଜା କୋହଳ ହେବ। ଜେଲ୍ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍ ବିଭାଗ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ ହେବାକୁ ଯାଉଛି। ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି କଏଦୀମାନଙ୍କ ସଜା କୋହଳ କରାଯିବ। ଫଳରେ ସେମାନେ ଧାର୍ଯ୍ୟ ଜେଲ୍ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ।ମୁକ୍ତି ପାଇବାକୁ ଯାଉଥିବା […]
ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ ରାଜ୍ୟରୁ ପ୍ରାର୍ଥୀ ଘୋଷଣା କଲା ବିଜେପି
ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ […]
ସଂଜୟ ମାଲହୋତ୍ରା ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର
ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ସେ ୧୧ ତାରିଖରେ ଦାୟିତ୍ବ ଗ୍ରହଣ କରିବେ ଓ ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ […]
ଚାକିରି ଯିବା ପରେ ମୋଦୀଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଗିରଫ ଅଭିଯୁକ୍ତର ବୟସ ୩୬ ବର୍ଷ ଥିବା ବେଳେ ନାମ ତାର ମହମ୍ମଦ ବାଗ ମିର୍ଜା ବୋଲି ଜଣାପଡ଼ିଛି । ମହମ୍ମଦ ଅଜମେରର ଏକ ଘରୋଇ କମ୍ପାନିରେ କାମ କରୁଥିଲା। ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି। ମୁମ୍ବାଇର ୱର୍ଲି ପୁଲିସ ଅଭିଯୁକ୍ତକୁ ରାଜସ୍ଥାନର ଅଜମେରରୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା […]
ପୁରୀ ବିଚ୍ ମାରାଥନ୍: ଭାଗନେଲେ ୫ଶହ କ୍ରୀଡ଼ାବିତ୍
ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍ ଆଡ୍ଭେଞ୍ଚର୍ କ୍ଲବ୍ (ବିସିଏସି) ପକ୍ଷରୁ ଆୟୋଜିତ ‘ପୁରୀ ବିଚ୍ ମାରାଥନ୍’ ଚତୁର୍ଥ ସଂସ୍କରଣରେ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟ, ଦେଶ ଓ ଦେଶ ବାହାରୁ ୫ଶହ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିବା ପୁରୀ,୦୯-୧୨-୨୦୨୪(ପିପିଏସ) : ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍ ଆଡ୍ଭେଞ୍ଚର୍ କ୍ଲବ୍ (ବିସିଏସି) ପକ୍ଷରୁ ଆୟୋଜିତ ‘ପୁରୀ ବିଚ୍ ମାରାଥନ୍’ ଚତୁର୍ଥ ସଂସ୍କରଣରେ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟ, ଦେଶ ଓ ଦେଶ ବାହାରୁ ୫ଶହ […]
ଭଦ୍ରକରେ ଖୁବ ଶୀଘ୍ର ମେଡିକାଲ କଲେଜ:ସ୍ୱାସ୍ଥ୍ୟ ମନ୍ତ୍ରୀ
୫୦୦୦ ଡାକ୍ତର ଓ ୩୦୦୦ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେବେ ସରକାର ଭଦ୍ରକ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଆଜି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନକ୍ରମେ ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ଦୁଇଟି ସଂଶୋଧନ କରାଯାଇଛି। ଏହି କ୍ରମରେ ଖୁବ୍ ଶୀଘ୍ର ୫୦୦୦ ଡାକ୍ତର ଓ ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ରାଜ୍ୟ ସରକାର […]
ମହାକୁମ୍ଭରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଯୋଗ ଦେବା ଲାଗି ଉତ୍ତର ପ୍ରଦେଶ ସରକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛନ୍ତି। ଉତ୍ତର ପ୍ରଦେଶର ଦୁଇ ଜଣମନ୍ତ୍ରୀ ଆସି ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ କରିଛନ୍ତି। ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଯୋଗ ଦେବା ଲାଗି ଉତ୍ତର ପ୍ରଦେଶ ସରକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ […]
ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି। ୨୩୦୦ ଟଙ୍କାର ଏମଏସପି ସହ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ଏହି ଟଙ୍କା ମିଳିଛି। ବରଗଡ଼/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି। ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ […]
ଧନୁଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଦେଖିବା ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘୋଷଣା କରିଛନ୍ତି। ବରଗଡ଼/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ଧନୁଯାତ୍ରା ଦେଖିବା ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍ପୁଟ ସହାୟତା […]
ଉଦ୍ଘାଟନ ହେବ କୋଣାର୍କ ଇକୋ ରିଟ୍ରିଟ
ବେଳାଭୂମିରେ ପଞ୍ଚତାରକା ହୋଟେଲ ଓ ବାରର ମଜା ନେବେ ପର୍ଯ୍ୟଟକ କୋଣାର୍କ/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ଡିସେମ୍ବର ୧୩ରୁ ଆରମ୍ଭ ହେବ କୋଣାର୍କ ଇକୋ ରିଟ୍ରିଟ। ଏବେଠୁ ରାମଚଣ୍ଡୀ ମୁହାଣ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସମୁଦ୍ର ବେଳାଭୂମି ଚଳଚଞ୍ଚଳ ହୋଇଉଠିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଆଉ ଦିନ କେଇଟା ପରେ କୋଣାର୍କ ଇକୋ ରିଟ୍ରିଟ ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଏଥି ନିମନ୍ତେ ବେଳାଭୂମିରେ ବଡ଼ ତୋରଣ, […]