ଜାତୀୟ
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ
ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ। ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ। ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି ଗ୍ୟାସ। ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ। ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ। ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି ଗ୍ୟାସ। ଭୁବନେଶ୍ୱରର କେଶୁରା ପାଖ ମେହେରପାଲିରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହେବାକୁ ଥିବାବେଳେ […]
ଅଲବିଦା ଉସ୍ତାଦ
ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା […]
କୋଣାର୍କରେ ଲୁଟେରା ସକ୍ରିୟ
୪ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ଚୋର ଗିରଫ କୋଣାର୍କ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆନ୍ତଃରାଜ୍ୟ ଚୋରମାନେ ଟାଗେର୍ଟ କରିଛନ୍ତି। ଦେଶ-ବିଦେଶରୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକମାନେ ଦାମୀ ମୋବାଇଲ ରଖିଥିବେ ଭାବି ଚୋରମାନେ ଟାର୍ଗେଟ କରୁଛନ୍ତି। ସବୁଦିନ ଭଳି ଆଜି ଚୋରମାନେ ବର୍ତ୍ତିପାରି ନାହାନ୍ତି। ପୁଲିସ ହାତରେ ୪ ମହିଳାଙ୍କ ସମେତ ୬ ଜଣ ଆନ୍ତଃରାଜ୍ୟ ଲୁଟେରା ଧରାପଡ଼ିଛନ୍ତି। ପୁଲିସର ସୂଚନା ଅନୁସାରେ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପ୍ରତେକ […]
ଶପଥ ନେଲେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୩୯ ମନ୍ତ୍ରୀ
ବିଜେପିରୁ ସର୍ବାଧିକ ୧୯, ଶିବସେନାରୁ ୧୧ ଏବଂ ଏନସିପିରୁ ୯ ମନ୍ତ୍ରୀ ମୁମ୍ବାଇ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରିମଣ୍ଡଳ ରବିବାର ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର […]
ଅସୁସ୍ଥ ଲାଲକୃଷ୍ଣ ଆଡଭାନୀ
ନୂଆଦିଲ୍ଲୀ /ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୟାସାଧିକ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି। ଆଡଭାନୀଙ୍କୁ ଏବେ ୯୭ ବର୍ଷ। ୧୯୨୭ ନଭେମ୍ବର ୮ରେ ଆଡଭାନୀ ବ୍ରିଟିଶ ଇଣ୍ଡିଆର କରାଚୀରେ ଜନ୍ମଗ୍ରହଣ କରିଥିଲେ। ବିଜେପିର ସହପ୍ରତିଷ୍ଠାତା ଆଡଭାନୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଥିଲେ।
‘ଗରିବୀ ହଟାଓ’ ଦେଶର ସବୁଠୁ ବଡ଼ ଜୁମଲା ଥିଲା : ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୋଟିଏ ଶବ୍ଦ ଆମ କଂଗ୍ରେସ କର୍ମୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ରହିଆସିଛି । ସେହି ଶବ୍ଦଟି ହେଉଛି ‘ଜୁମଲା’ । କିନ୍ତୁ ସମଗ୍ର ଦେଶ ଜାଣେ ଯେ ଯଦି ଦେଶରେ କୌଣସି ବଡ଼ ଜୁମଲା ଥିଲା, ତେବେ ତାହା ଥିଲା ଗରିବୀ ହଟାଓ। ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ଲୋକସଭାରେ ସମ୍ବିଧାନ ଉପରେ ଚାଲିଥିବା ବିତର୍କର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ […]
ମହାକୁମ୍ଭରେ ଓଡ଼ିଆ ଭାଷା: ଷ୍ଟେସନରେ ସ୍ୱତନ୍ତ୍ର ଓଡ଼ିଆ କିଓସ୍କ
ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ପ୍ରୟାଗରାଜ/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ତା ପୁଣି ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ। ଓଡ଼ିଶାରୁ ମହାକୁମ୍ଭ ମେଳାକୁ ଆସୁଥିବା ଶ୍ରଦ୍ଧାଳୁ କେଉଁ ସ୍ଥାନକୁ […]
ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେଲା ୬ଷ୍ଠ ଇକୋ ରିଟ୍ରିଟ
ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। କୋଣାର୍କ/ରାମଚଣ୍ଡୀ,୧୪-୧୨-୨୦୨୪(ପିପିଏସ) : ଦୀର୍ଘ ୫ ବର୍ଷଧରି ଇକୋ ରିଟ୍ରିଟ କରି ସଫଳତା ସାଉଁଟିବା ପରେ ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ -କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ […]
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଲା
ବିଦାହେଲେ ଅଙ୍ଗନବାଡି କର୍ମୀ କୁଆରମୁଣ୍ଡା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି। ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖରେ କଚାରୁ-୧ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ ବାହାମନୀ ଲୁଗୁନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ମିଥ୍ୟା ଯୁକ୍ତ ୨ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ବିଭାଗ ପକ୍ଷରୁ ତାଙ୍କୁ […]
ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ
ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ। ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ […]