ଓଡିଶା
ଓଏସଆରଟିସି ସିଏଓ ଙ୍କୁ ବାନ୍ଧିଲା ଭିଜିଲାନ୍ସ : କେରଳରେ ଠାବ ହେଲା ଦୁଇ ମହଲା କୋଠା
ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଶୁକ୍ରବାର ଶ୍ରୀ ମଙ୍ଗରାଜଙ୍କ ବାସଭବନ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଶ୍ରୀ ମଙ୍ଗରାଜଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍ ହୋଇଥିଲେ। ଏକାଧିକ କୋଠା ସାଙ୍ଗକୁ, ବିପୁଳ ବ୍ୟାଙ୍କ ଜମା ଓ ବୀମା […]
ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ : ବ୍ରିଜ୍ ଉପରେ ରହିଛି ସାଇକେଲ ଓ ଚପଲ
ସମ୍ବଲପୁର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ମହାନଦୀକୁ ଡେଇଁପଡିଲେ ହାଇସ୍କୁଲ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ ହାଇସ୍କୁଲ ଛାତ୍ରୀ ଜଣକ ଡେଇଁ ପଡିଥିବା ସୂଚନା ମିଳିଛି। ଛାତ୍ରୀ ଜଣଙ୍କ ନାଁ କାଜଲ ବୋଲି ଜଣାପଡିଛି। ଆଜି ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର […]
ଝରଣା ପାଣି ଏବେ ଜହର : ମାଟି ଓ ପାଣିରେ ହେକ୍ସାଭାଲେଣ୍ଟ କ୍ରୋମିୟମ୍
*ବିଷ ବଳୟରେ “ଲାଇଫ ଲାଇନ”*ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୭୦ରୁ ଅଧିକ ଗାଁ ପ୍ରଭାବିତ*ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି ଲୋକମାନେ କାଳିଆପାଣି/ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଦିନେ ଝରଣା ପାଣିକୁ ସିଧାସଳଖ ପିଇ ହେଉଥିଲା । ଶୋଷିଲା ପଥିକ ଓ ସ୍ଥାନୀୟ ଲୋକେ ଏହାକୁ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ । ଦୈତାରୀ ପର୍ବତମାଳା ଓ ମହାଗିରି ପର୍ବତମାଳାର ମଧ୍ୟବର୍ତ୍ତୀ ରାଇଘାଟିରୁ ଦକ୍ଷିଣରେ ସୁକିନ୍ଦା କ୍ରୋମ୍ ଉପତ୍ୟକା ଆଡ଼କୁ ପ୍ରବାହିତ ଚିରସ୍ରୋତା ଡମଶାଳ ନାଳ ଅଞ୍ଚଳବାସୀଙ୍କ […]
ଖଣି ମାଫିଆଙ୍କ ଆତଙ୍କରାଜ : ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
*ବର୍ଷକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଖଣି ଅଧିକାରୀଙ୍କୁ ଦ୍ୱିତୀୟ ଆକ୍ରମଣ ଘଟଣା*ଗତ ଜାନୁଆରୀ ୧୪ ତାରିଖରେ ଜଣେ ଖଣି ଅଧିକାରୀଙ୍କୁ ହୋଇଥିଲା ସଂଘବଦ୍ଧ ଆକ୍ରମଣ ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଖୋର୍ଦ୍ଧା ଜିଲ୍ଲାରେ ପୁଣି ଥରେ ଆରମ୍ଭ ହୋଇଛି ଖଣି ମାଫିଆଙ୍କ ଗୁଣ୍ଡାରାଜ । ଖଣି ଯାଞ୍ଚ କରିବାକୁ ଯାଇଥିବା ୫ ଜଣ ସରକାରୀ ଅଧିକାରୀଙ୍କୁ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନାର ବଡ଼ପୋଖରୀଆ ଗ୍ରାମରେ ଘଟିଛି ଘଟଣା । ଖଣି […]
ନଦୀ ମଧ୍ୟକୁ ଖସିଲା ବସ୍ : ୧୪ ମୃତ, ୧୬ ଗୁରୁତର
କାଠମାଣ୍ଡୁ/ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ନେପାଳରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାୟ ୪୦ ଭାରତୀୟ ଯାତ୍ରୀ ପୋଖରାର ଏକ ରିସର୍ଟରେ ଥିଲେ । ସେମାନଙ୍କୁ ଧରି ବସ୍ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ମାତ୍ର ଡ୍ରାଇଭର ଜଣକ […]
ପ୍ରକାଶ ପାଇଲା ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଫଳ
କଟକ,୨୩-୦୮-୨୪ (ପିପିଏସ) : ୨୦୨୪ ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥର ମୋଟ ୭୯୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୪୧ ଛାତ୍ରୀଛାତ୍ର ପାସ କରିଛନ୍ତି । ପାସ୍ ହାର ୫୫.୪% ରହିଛି । ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏସ୍ଓଏସ୍ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏଥିରେ ସମସ୍ତ ୫ଟି ବିଷୟରେ ୧୬ହଜାର ୯୦୮ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ଜଣ ପାସ୍ କରିଛନ୍ତି । […]
ଆଇପିଏସ୍ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ାଇ ପାରନ୍ତି ମୋହନ ସରକାର
*କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଗୃହ ବିଭାଗ*୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ*ଉତ୍ତର ନଦେଲେ, ଉଭୟଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଆଇପିଏସ୍ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ିଛି । ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଆଶିଷ ସିଂହ ଓ ଡିଏସ୍ କୁଟେ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଗୃହ ବିଭାଗ […]
କେଉଁମାନେ ପାଇବେ, କେଉଁମାନେ ପାଇବେ ନାହିଁ ସୁଭଦ୍ରା ସହାୟତା : କେଉଁଠାରେ କରିବେ ଆବେଦନ ?
ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଶୁକ୍ରବାର ରାଜ୍ୟ ସରକାର ସୁଭଦ୍ରା ଯୋଜନା ପାଇଁ ଏସ୍ଓପି ଆଣିଛନ୍ତି । ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ ନାହିଁ ଓ ହିତାଧିକାରୀ କେମିତି କରିବେ ଆବେଦନ, ସେ ସଂପର୍କରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଭଳି ଆବେଦନ କରିବେ *ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଆବେଦନ କରିହେବ*ଏସବୁ ଜାଗାରେ ମାଗଣାରେ […]
ରାଜ୍ୟ କଂଗ୍ରେସକୁ ମିଳୁନାହାନ୍ତି ମୁଖିଆ
ବିଳମ୍ବ ପରେ ବିଳମ୍ବନେତା କର୍ମୀଙ୍କ ଧର୍ଯ୍ୟଚ୍ୟୁତିବରିଷ୍ଠ ନେତାଙ୍କ ଉପରୁ ଭରସା ତୁଟୁଛି ଭୁବନେଶ୍ୱର/ ୨୩-୦୮-୨୪ (ପିପିଏସ ): ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବାର ମାସେ ପୂରିଲାଣି । ନୂଆ ପିସିସି ସଭାପତି ଚୟନ ପାଇଁ ଆହୁରି କେତେ ଦିନ ଲାଗିବ ତା’ର ଠିକ ଠିକଣା ନାହିଁ । ଅତି କମ୍ରେ ଆହୁରି ଦେଢ଼ ମାସ ଲାଗିପାରେ । ଲମ୍ବା ପ୍ରକ୍ରିୟା ପରେ ଯାଇ ପିସିସି ସଭାପତି ବଛା ହେବ। ରାଜ୍ୟର ୩୧୪ ବ୍ଲକରେ ଥିବା କଂଗ୍ରେସ […]
ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଚୋରି
ବୀରମହାରାଜପୁର/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରୁ ତାଲା କାଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଚୋରି ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଗନ୍ନାଥ ମନ୍ଦିରର ଗେଟ୍ ଓ କବାଟର ତାଲା କାଟି ହୁଣ୍ଡି ସମେତ ତିନୋଟି ଏମ୍ପ୍ଲିଫାୟାର, ମହାପ୍ରଭୁଙ୍କ ପାଟଶାଢ଼ୀ ଓ ଗାମୁଛା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ସକାଳୁ ପୂଜକ ପହଞ୍ଚିବା ପରେ ମନ୍ଦିରର ତାଲା […]