ଓଡିଶା
ବାଘକୁ ମାରି ମାଂସ ଖାଇଲେ : ଗିରଫ ହେଲେ ୩ ଶିକାରୀ
ସମ୍ବଲପୁର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଲେ ଶିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛନ୍ତି । ଷୋମବାର ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା । ହଠାତ୍ ବନ ବିଭାଗ ଟିମ୍ର ଚଢ଼ାଉ ନେଇ କିଛି ଶିକାରୀ ଛତ୍ର ଭଙ୍ଗ […]
ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ରାଜ୍ୟସଭା ସାଂସଦ ଭାବେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା । ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ।କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ […]
ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର : ଉଭୟ ନାମାଙ୍କନ ଓ ପ୍ରତ୍ୟାହାର ଥିଲା ଦଳର ନିଷ୍ପତ୍ତି
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ହଟିଲା ପରଦା, ସରିଲା ସମସ୍ତ କଳ୍ପନା ଜଳ୍ପନା l ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗତ ୨୧ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ । ତେବେ ସେହିଦନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ […]
ଧାନ ବିକ୍ରିର ୮ମାସ ପରେ ମଧ୍ୟ ମିଳିଲାନି ଟଙ୍କା : ଧାରଣାରେ ଚାଷୀ
ବଲାଙ୍ଗିର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରୀ କରିଥିଵା ଚାଷୀଙ୍କ ପାଉଣା ୮ ମାସ ପରେ ମଧ୍ୟ ଅଦ୍ୟାବଧି ମିଳି ପାରିନାହିଁ l ଏହାକୁ ନେଇ ଚାଷୀମାନେ ଆଜି ଦ୍ଵିତୀୟ ଦିନରେ ଟିଟିଲାଗଡ଼ ଠାରେ ସମବାୟ ସମିତି ସହାୟକ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଗତକାଲି ଦୀର୍ଘ 3 ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଥାନା ଆଇଆଇସି […]
ଲୁଟେରା ଗ୍ୟାଙ୍ଗକୁ ଧରିବାରେ ପୋଲିସର ସଫଳତା, ୮୩ ମୋବାଇଲ ଜବତ : ୪ ନାବାଳକ ସମେତ ୭ ଗିରଫ
ରାଉରକେଲା/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ରାଜଗାଙ୍ଗପୁର ଥାନା ଅଞ୍ଚଳ ରୁ ମୋବାଇଲ ସହିତ ବିଭିନ୍ନ ସାମଗ୍ରୀ ଚୋରି କରୁଥିବା ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି l ଏଥିସହିତ ଚୋରି ମୋବାଇଲ ଗୁଡିକ କୁ ଜବତ କରିଛି l ରାଜଗାଙ୍ଗପୁର ପୋଲିସ ୬ଟି ଚୋରି ମାମଲା ରୁଜୁ କରିବା ପରେ ପୋଲିସ ମୁଣ୍ଡବ୍ୟସ୍ଥା ର କାରଣ ପାଲଟି ଯାଇ ଥିଲା l ଏହି ମାମଲା ଗୁଡିକ ଉପରେ ବିଶେଷ ଗୁରୁତ୍ୱ ଦେଇ ରାଜଗାଙ୍ଗପୁର ଏସଡିପିଓଙ୍କ ନିର୍ଦ୍ଦେଶରେ ଟିମ […]
ସମୁଦ୍ରରେ ବୁଡ଼ିଗଲା ପଣ୍ୟବାହୀ ଜାହାଜ : ୧୧ ନାବିକଙ୍କୁ ଉଦ୍ଧାର କଲା ତଟରକ୍ଷୀ ବାହିନୀ
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ପଶ୍ଚିମବଙ୍ଗ ସାଗରଦୀପଠାରୁ ୧୬୨ କି.ମି. ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି । ଖବରପାଇ ଭାରତୀୟ ତଟରକ୍ଷୀ ବାହିନୀ ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘପହଞ୍ଚି ୧୧ ଜଣ ନାବିକଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କୁ ନେଇ ଅମୋଘ ଜାହାଜରେ ପାରାଦୀପ ଅଭିମୁଖେ ଆସୁଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ପାରାଦୀପରେ ପହଞ୍ଚତ୍ବେ ବୋଲି ଜଣାପଡିଛି । ପରେ ତଟରକ୍ଷୀ ବାହିନୀ […]
ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ । ଅଗଷ୍ଟ ୨୧ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ । ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ । ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ […]
ହାତୀ ପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ : ଘଉଡ଼ାଇବାକୁ ଯାଇ ଫସିଲେ ବନ କର୍ମଚାରୀ
ବାଲେଶ୍ୱର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ବାଲେଶ୍ୱର ଜିଲ୍ଲା ନୀଔପଦା ବ୍ଲକ ଢୋଲପୁର ଗାଁରେ ହାତୀ ଘଉଡ଼ାଇବା ପାଇଁ ଯାଇଥିବା ମହିଳା ଫରେଷ୍ଟଗାର୍ଡଙ୍କ ସମେତ ୧୦ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ଦାବିରେ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାଯାଇଛି । ମଙ୍ଗଳବାର ସକାଳେ ଔପଦା ବ୍ଲକ ଢୋଲପୁର ଗାଁରେ ହାତୀ ପଲ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି । ବନ ବିଭାଗ କର୍ମଚାରୀ ହାତୀପଲଙ୍କୁ ଘଉଡାଇବା ପାଇଁ […]
ପାଣ୍ଡିଆନଙ୍କ ଶଳା କହି ଲକ୍ଷାଧିକ ଟଙ୍କା ଠକେଇ : ଜଣେ ଗିରଫ
ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର। ଆଉ ଏଭଳି ଠକେଇ ଅଭିଯୋଗରେ କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ଗିରଫ ରମେଶ ରାଉତ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ରମେଶଙ୍କ ସହ ଆଉ ୨ ଜଣ ଏହି ରାକେଟରେ ସଂପୃକ୍ତ ଥିବା […]
ଡିସେମ୍ବର ସୁଦ୍ଧା ସବୁ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଜ୍ଞାପନ : ଆସନ୍ତା ମାସରୁ ନିଯୁକ୍ତି ମେଳା
ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏବେ ପୁରା ଆକ୍ସନ ମୁଡ୍କୁ ଆସିଛନ୍ତି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ […]