ଓଡିଶା
ଆଦିବାସୀସାହିରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ
କଟକ/ବାରଙ୍ଗ/୦୮-୦୯-୨୦୨୪(ପିପିଏସ): ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀ ବାରଙ୍ଗସ୍ଥିତ ଏକ ଆଦିବାସୀସାହିରେ ପଖାଳ ଖାଇବା ସାଙ୍ଗକୁ ତୋରାଣି ପିଇବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଅତିଥିଭାବେ ତାଙ୍କୁ ଅରୁଆ ଅନ୍ନ ସାଙ୍ଗକୁ ୨୨ ପ୍ରକାର ବ୍ୟଞ୍ଜନ ବଢ଼ାଯାଇଥିଲେ ମଧ୍ୟ ସେ ଓଡ଼ିଆଙ୍କ ସବୁଦିନିଆ ପଖାଳ ଓ ତୋରାଣିକୁ ଅଧିକ ପସନ୍ଦ କରିଥିଲେ। ଗରିବ ଆଦିବାସୀଙ୍କ ଘରେ ସବୁଦିନିଆ ଖାଦ୍ୟ ଗ୍ରହଣ କରିବାକୁ ଗୁରୁତ୍ବ ଦେଇଥିଲେ। ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାରଙ୍ଗ ବ୍ଲକ୍ […]
ଗଣେଶ ବିସର୍ଜନ ବେଳେ ଚାଲିଗଲା ଜୀବନ
ବଡଭାଇ ମୃତ , ସାନଭାଇ ଗୁରୁତର ସୋର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା ଅଘଟଣl ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ପରେ ବାଲେଶ୍ୱର ସ୍ଥାନାନ୍ତରl ବାବା ଗଣେଶଙ୍କର ଆଜି ଗାଁରେ ବିସର୍ଜନ କରାଯାଉଥିଲା l ତେଣୁ ଗାଁର ପିଲାମାନେ ଭସାଣି ପାଇଁ ଗାଁ ପୋଖରୀକୁ ନେଇଥିଲେ l ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା […]
କଟକ ସାଂସଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗୟାଧର
କଟକ,୦୮-୦୯-୨୦୨୪(ପିପିଏସ) : କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ୬୭ ତମ ଜନ୍ମଦିନ କଟକସ୍ଥିତ ବାସ ଭବନରେ ଧୁମଧାମରେ ପାଳିତ ହୋଇଯାଇଛି l ଏହି ଅବସରରେ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ସାଂସଦ ଶ୍ରୀ ମହତାବଙ୍କୁ ତାଙ୍କ ବାସ ଭବନରେ ଭେଟି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି l ସାଂସଦ ଶ୍ରୀ ମହତାବ ତାଙ୍କ ୬୭ ତମ ଜନ୍ମଦିବସ ଅବସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସହ ଓଡ଼ିଶାରେ […]
ଅକ୍ଟୋବର ୫ରୁ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ
ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ଅକ୍ଟୋବର ମାସ ୫ ତାରିଖରୁ “ରୂପାନ୍ତର ଅନୁଷ୍ଠାନ” ତାର ରୌପ୍ୟ ଜୟନ୍ତୀ ପାଳନ କରିବା ଅବସରରେ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି I ମହୋତ୍ସବ ଉଦଘାଟନୀ ସଂଧ୍ୟାରେ ଆୟୋଜକ “ରୂପାନ୍ତର” ପକ୍ଷରୁ ନିଜସ୍ୱ ନାଟକ “ଦୁର୍ଘଟଣା” ମଞ୍ଚସ୍ଥ ହେବ ବୋଲି ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ରନାଥ ସାହୁ ଜଣାଇଛନ୍ତି I ଇତିମଧ୍ୟରେ ନାଟକର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ […]
୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ
ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଜଣେ ବ୍ରାଉନସୁଗାର ବେପାରୀକୁ ଧରିଛି ବାରିପଦା ଟାଉନ୍ ପୁଲିସ । ଅଭିଯୁକ୍ତଠାରୁ ୧୯୯.୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଉକ୍ତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାଛଡ଼ା ଏକ ଭିଭୋ ସ୍ମାର୍ଟ ଫୋନ୍ ଓ ନଗଦ ୫୧୫୦ ଟଙ୍କା ଜବତ କରାଯାଇଥିବା ନେଇ ପୁଲସ ପକ୍ଷରୁ ସୂଚନା ଦିଆଯାଇଛି ଅଭିଯୁକ୍ତର ନାମ ଗୋବିନ୍ଦ ପାଲ୍ (୪୨)ବୋଲି ଜଣାଯାଇଛି। ତାର ଘର ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର […]
ସ୍କୁଲରେ ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି
ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍ରେ ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁସ୍ଥ ହୋଇଛନ୍ତି । ଆଜି ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଶନିବାର ବାଙ୍ଗିରିପୋଷୀ ବ୍ଲକ୍ ଭୂଆଶୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା । ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ […]
ମରିଗଲା ମାନବିକତା : ଡାକ୍ତରଖାନାରେ ଭଉଣୀର ଶବ ଛାଡ଼ି ଚାଲିଗଲା ଭାଇ
ରାଉରକେଲା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଭଉଣୀର ସ୍ନେହ ଓ ମମତା ଭୁଲିଗଲା ଭାଇ। ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଭଉଣୀର ଶବକୁ ଆର୍ଜିଏଚ୍ରେ ଫିଙ୍ଗିଦେଇ ଚାଲିଗଲା ଭାଇ। କେବଳ ଏତିକି ନୁହେଁ, ଭଉଣୀର ମୃତଦେହ ଘରକୁ ନ ଆଣିବାକୁ ବସ୍ତିରେ କାହାକୁ କିଛି ନ କହି ଚୁପ୍ ରହିଥିଲା। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଆଜିର ଏଭଳି ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ଡାକ୍ତରଖାନା କର୍ମଚାରୀଙ୍କ ସୂଚନା ଆଧାରରେ ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ […]
ଲଘୁଚାପ ବର୍ଷାରେ ବେହାଲ କୋରାପୁଟ : ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର
କୋରାପୁଟ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩ ପଞ୍ଚାୟତ ଘୁମର,ମସିଗାଁ ଏବଂ ଦିଗାପୁର ବିରି ଏବଂ କୋଲାବ ନଦୀ ଉଛୁଳିବା ଯୋଗୁ ଜଳବନ୍ଦୀ ହୋଇଛି। ଏହା ଜାଣିବା ପରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ଜଳ ବନ୍ଦୀ ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛନ୍ତି। ବର୍ଷା ତୁହାକୁ ତୁହା ଲାଗି ରହିଥିବା ବେଳେ ପ୍ରାୟ ୮୦୦ ଏକର ଜମିରେ […]
ଟ୍ରକ୍କୁ ପିଟିଲା ୧୦୮ ଆମ୍ବୁଲାନ୍ସ, : ସହାୟକ ମୃତ, ଡ୍ରାଇଭର ସମେତ ୨ଗୁରୁତର
ଯାଜପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଟ୍ରକ୍ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଆମ୍ବୁଲାନ୍ସଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁ ଭବନରେ ଛାଡିଥିଲା । ଏହାପରେ ଗାଡ଼ିଟି ଫେରୁଥିବା ବେଳେ ରଥିଆ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଥିବା […]
ଚାଷୀଙ୍କୁ ନୂଆଁଖାଇ ଭେଟି : ଆରମ୍ଭ ହେବ ସିଏମ କିଷାନ ଯୋଜନା
ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଆଜି ଅପରାହ୍ନରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖରିଫ ଓ ରବି ଋତୁ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ଏହି ଟଙ୍କା ମିଳିବ। […]