ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ମେଲେରିଆରେ ୨ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତରେ ମ୍ୟାଲେରିଆ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଇସିଂ ଗଣ୍ଡ (୧୮) ଓ ବିଷ୍ଣୁ ଗଣ୍ଡ (୨୦)। ସୂଚନା ଅନୁସାରେ ବଡ଼ପାରା ଓ ସାନପାରା ଗ୍ରାମରେ ଏବେ ୧୫ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜ୍ୱର ହେଉଛି। ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଣଙ୍କ ମ୍ୟାଲେରିଆ ଯୋଗୁଁ ମୁର୍ତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଅନ୍ୟ ଜଣଙ୍କ ମୁର୍ତ୍ୟୁର କାରଣ ଜଣାପଡ଼ି ନଥିବା ପ୍ରକାଶ କରିଛନ୍ତି। ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଟିମ ଓ ଜିଲ୍ଲା ମ୍ୟାଲେରିଆ ଟିମ ଗ୍ରାମରେ ରହି ଚିକିତ୍ସା କରୁଛନ୍ତି। କିଛି ଦିନ ତଳେ ଏହି ଦୁଇ ଗ୍ରାମର ୨୩ ଜଣ ରାୟଗଡ଼ା ଜିଲ୍ଲା ପାଞ୍ଚବାଇକୁ ନୀଳଗିରି ଗଛ କାଟିବାକୁ ଯାଇ ସେହିଠାରୁ ଅସୁସ୍ଥ ହୋଇ ଦଶଦିନ ପୂର୍ବେ ଗ୍ରାମକୁ ଫେରି ଚିକତ୍ସା ଆରମ୍ଭ କରିଥିଲେ।

ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତ ଅନ୍ତର୍ଗତ ନୁଆଁଗଁl ସାନପାରା ଓ ବଡ଼ପାରା ଗ୍ରାମର ତେଇଶି ଜଣ ରାୟଗଡା ଜିଲ୍ଲା ପାଞ୍ଚବାଇକୁ ସ୍ଥାନୀୟ ସୋନପୁର ଗ୍ରାମର ବ୍ୟବସାୟୀ ବିମଳ ରାୟଙ୍କ ମାଧ୍ୟମରେ ନୀଳଗିରି କାଠ କାଟିବାକୁ ଯାଇଥିଲେ ।ସେହିଠାରେ ଅସ୍ୱାସ୍ଥକର ପରିବେଶରେ ରହି କାମ କରିବା ସମୟରେ ଏହି ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା। ଏଣୁ ପ୍ରାୟ ଦଶ ଦିନ କାମ କରିବା ପରେ ଚଳିତ ମାସ ପନ୍ଦର ତାରିଖରେ ଅସୁସ୍ଥ ଅବସ୍ଥାରେ ଘରକୁ ଫେରି ଆସି କେହି ହାଟଭରଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କିଛି ଲୋକ କ୍ୱାକ ଦ୍ୱାରା ଚିକିତ୍ସିତ ହେଉଥିଲେ।

ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ୱାବୋଧାନ ଘରେରହି ଚିକିତ୍ସିତ ହେଉଥିବା ବଡ଼ପାରା ଗ୍ରାମର ବିଷ୍ଣୁ ଗଣ୍ଡଙ୍କ ମୃତ୍ୟୁ ହୋଇଥିଲା ବେଳେ କ୍ୱାକ ନିକଟରେ ଚିକିତ୍ସିତ ହେଉଥିବା ସାନପାରାର ରାଇସିଂ ଗଣ୍ଡଙ୍କ ମଧ୍ୟ ମୁତ୍ୟୁ ହୋଇଛି। ଗ୍ରାମରେ ବର୍ତ୍ତମାନ ଅନେକ ଅସୁସ୍ଥ ଅଛନ୍ତି ଓ ଚିକିତ୍ସିତ ହେଉଛନ୍ତି। ଲୋକେ ବର୍ତ୍ତମାନ ଭୟଭୀତ ହୋଇ ଅଛନ୍ତି। ବିଷ୍ଣୁ ଗଣ୍ଡଙ୍କ ମ୍ୟାଲେରିଆ ପାଇଁ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ରାଇସିଂ ଗଣ୍ଡ ବାହାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୁର୍ତ୍ୟୁର କାରଣ ଜଣା ପଡ଼ିନାହିଁ। କିନ୍ତୁ ମ୍ୟାଲେରିଆ ସନ୍ଦେହ କରାଯାଉଛି। ସାନପାରା ଓ ବଡ଼ପାରା ଗ୍ରାମରେ ଡାକ୍ତରୀ ଟିମ ଓ ଜିଲ୍ଲାରୁ ମ୍ୟାଲେରିଆ ନିରାକାରଣ ଟିମ ଅଛନ୍ତି। ୨୫୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ବର୍ତ୍ତମାନ ଯାଏ ରାୟଗଡ଼ାରୁ ଫେରିଥିବା ତେଇଶି ଜଣଙ୍କ ମଧ୍ୟରୁ ଏଗାର ଜଣଙ୍କ ମ୍ୟାଲେରିଆ ପଜିଟିଭ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ଔଷଧ ଦିଆଯାଇଛି। ଲୋକଙ୍କୁ ସଚେତନତା କରାଯାଉଛି। ମଶାରି ବ୍ୟବହାର କରୁଛନ୍ତି କି ନାହିଁ ତାହାର ତଦାରଖ ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। 

Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

Leave a Reply

Your email address will not be published. Required fields are marked *