ଓଡିଶା
ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ପାଇଁ ସାଂସଦଙ୍କୁ ଦାବିପତ୍ର
କଟକ, ୧୩-୦୯-୨୦୨୪ (ପିପିଏସ) : କଟକ ନୟାସଡ଼କଠାରେ ଥିବା ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନଥିବାରୁ ନୂତନ ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ଖୋଲିବାରେ ମହାବିଦ୍ୟାଳୟର କର୍ତ୍ତପକ୍ଷ ଅସୁବିଧରୀ ସମ୍ମୁଖୀନ ହେଉଥିବରୁ ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ନିମନ୍ତେ କଲେଜ ପରିଚାଳନା ସମିତିର ସଭାପତି ଡାକ୍ତର ରବି ରଞ୍ଜନ ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଇମର୍ତ୍ତୀ ଦେବୀ ମସିଳା ମହାବିଦ୍ୟାଳୟ ନୟାସଡ଼କଠାରେ ଏକ ସଙ୍କୁଚିତ ସ୍ଥାନରେ ଦୀର୍ଘବର୍ଷ ଧରି ଚାଲି […]
ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ, ବହୁ ଦିନର ଦାବି : ଭର୍ତ୍ତୃହରି
ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ । ନାମ ପରିବର୍ତ୍ତନ ପାଇଁ ଏବେ ମୁଁ ନୁହେଁ, ୧୯୪୯ ମସିହାରୁ ଦାବି ହୋଇଆସୁଛି । ରେଭେନ୍ସା ନାଁ ପରିବର୍ତ୍ତନ ଏକ ବହୁ ଦିନର ଦାବି । ନଅଙ୍କ ଦୁର୍ଭିକ୍ଷ ସମୟରେ ଥୋମାସ ରେଭେନ୍ସାଙ୍କ ଭୂମିକା ନେଇ ଭୁବନେଶ୍ୱରରେ ଏକ ଆଲୋଚନା ଚକ୍ରରେ ଯୋଗଦେଇ ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରି କହିଛନ୍ତି, ୧୯୪୯ରେ ବୃହତ୍ତର ଓଡ଼ିଶା ଗଠନ ପରଠୁ ବିଭିନ୍ନ […]
ରାଜଧାନୀରେ ବାଲ୍ୟ ବିବାହ
ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ): ରାଜଧାନୀ ଭୁବନେଶ୍ୱରରେ ହେଉଥିଲା ବାଲ୍ୟ ବିବାହ। ଖବର ପାଇ ବାହା ବେଦୀ ପାଖରେ ପହଞ୍ଚିଲେ ଶିଶୁ ସୁରକ୍ଷା ଅଧିକାରୀ ଓ କମିଶନରେଟ୍ ପୁଲିସ୍। ବିବାହ ବନ୍ଦ କରିବା ସହିତ ବଧୂ ବେଶରେ ସଜେଇ ହୋଇଥିବା ନାବାଳିକାକୁ ଉଦ୍ଧାର କରିଛନ୍ତି। ପାଣ୍ଡରା ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ବନ୍ଧା ଯାଇଥିଲା ବେଦୀ। ଆଉ ବର ବେଶରେ ସଜେଇ ହୋଇଥିଲେ ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନୀଲ କୁମାର ପାତ୍ର। ସେ ପାଖରେ ବଧୂ ବେଶରେ ସଜେଇ ହୋଇଥିଲେ ୧୫ବର୍ଷୀୟା କରୀଶ୍ମା(ଛଦ୍ମନାମ)। ବୋଧହୁଏ […]
ଆସନ୍ତା ବର୍ଷ ଶେଷ ସୁଦ୍ଧା ୯୦,୦୦୦ ଛୁଇଁପାରେ ସୁନା !
ଅନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୨,୫୫୧.୧୯ ଡଲାର ରେ ପହଞ୍ଚିଥିବା ବେଳେ ଆମେରିକାର ସୁନା ଫ୍ୟୁଚର ୧.୪ ପ୍ରତିଶତ ବୃଦ୍ଧି ପାଇ ୨,୫୭୮.୯୦ ଡଲାରରେ ପହଞ୍ଚିଛି। ନୂଆଦିଲ୍ଲୀ/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ): ସୁନା ଦର ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବଢ଼ୁଥିବା ବେଳେ ଗୁରୁବାର ସୁନା ଦର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ […]
ଦଶହରା ପୂର୍ବରୁ ନୂଆ କୋର୍ଟକୋଠା ଉଦ୍ଘାଟନ
ଦଶହରା ପୂର୍ବରୁ ନିର୍ମାଣଧୀନ ଭୁବନେଶ୍ବର ନୂଆ କୋର୍ଟ ବିଲ୍ଡିଂ ଉଦ୍ଘାଟନ କରାଯିବ। ଚଳିତ ମାସ ୨୫ ତାରିଖ ସୁଦ୍ଧା ପୂର୍ତ୍ତବିଭାଗ ନୂତନ କୋଠାକୁ ହସ୍ତାନ୍ତର କରିବା ପରେ ଉଦ୍ଘାଟନ ତାରିଖ ଧାର୍ଯ୍ୟ କରାଯିବ। ସମ୍ଭବତଃ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଉଦ୍ଘାଟନ ଉତ୍ସବ ହେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଭୁବନେଶ୍ବର/୧୩-୦୯-୨୦୨୪ (ପିପିଏସ): ୨୦୧୭-୧୮ ମସିହାରେ ପୁରୁଣା କୋଠାକୁ ଭାଙ୍ଗି ସେଠାର ନୂଆ କୋର୍ଟକୋଠା ଆରମ୍ଭ ହୋଇଥିଲା। ପ୍ରଥମେ ୯୮ କୋଟି ଟଙ୍କାର ଟେଣ୍ଡର […]
ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପ୍ରାର୍ଥୀ; ହାଇକୋର୍ଟରେ ୩୦ଟି ମିଥ୍ୟା ସତ୍ୟପାଠ ମାମଲା
କଟକ/୧୩-୦୯-୨୦୨୪ (ପିପିଏସ) : ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିବାକୁ ୩ ମାସ ବିତିଲାଣି। ହେଲେ ଏବେ ଯାଏଁ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅଧିକାଂଶ ପ୍ରାର୍ଥୀ। ଯେଉଁଥିପାଇଁ ଏଥର ହାଇକୋର୍ଟରେ ଦାଖଲ ହୋଇଛି ସର୍ବାଧିକ ମିଥ୍ୟା ସତ୍ୟପାଠ ମାମଲା। କିଏ ଭୁଲ ତଥ୍ୟ ପାଇଁ ତ ଆଉ କିଏ ବିଜୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଜାତିଗତ ପ୍ରମାଣପତ୍ରକୁ ନେଇ ମାମଲା ଦାୟର କରିଛନ୍ତି। ତଥ୍ୟ ଅନୁଯାୟୀ, ୨୦୧୯ ମସିହା ନିର୍ବାଚନରେ ୧୦ରୁ ୧୫ଟି ମିଥ୍ୟା […]
ଅଫିସରଙ୍କ ଛୁଟି ବାତିଲ, ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ, ଖୋଲା ରହିବ ସବୁ ଅଫିସ୍
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ଆଜି ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସରକାରୀ ଅଫିସରମାନଙ୍କର ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ଉପରେ କଟକଣା ଜାରି କରିଛନ୍ତି । ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଆସନ୍ତାକାଲିଠୁ ୩ଦିନ ସରକାରୀ ଛୁଟିଦିନ ଥିଲେ ମଧ୍ୟ ଅଫିସରମାନଙ୍କ ହେଡକ୍ୱାର୍ଟର ଛାଡ଼ିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଛୁଟିଦିନରେ କୌଣସି ସରକାରୀ ଅଫିସର ହେଡକ୍ୱାର୍ଟର ନଛାଡ଼ିବା ପାଇଁ ରାଜ୍ୟ ସରକାର […]
ବିପଜ୍ଜନକ ଅବସ୍ଥାରେ ସ୍ମାର୍ଟ ସିଟି ରାସ୍ତାଘାଟ
ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ସ୍ଥିତି ସାଂଘାତିକ । ଯୁଆଡ଼େ ଯିବ, ସିଆଡ଼େ ଖାଲଖମା । ରାସ୍ତାରୁ ପିଚୁ ଉଠିଗଲାଣି । ଗୋଡ଼ି ବିଛାଇ ହୋଇ ପଡ଼ିଛି। କେଉଁଠି କାଦୁଅ, ଆଉ କେଉଁଠି ପାଣି । ଟିକିଏ ନଜର ହଟିଲେ, ଦୁର୍ଘଟଣା ହେବା ଥୟ । କେତେବେଳେ ଯେ ଏ ରାସ୍ତା ମାରିଦେବ, କହି ହେବନି । ସ୍ମାର୍ଟ ସିଟି ଭୁବନେଶ୍ୱରର ରାସ୍ତାଘାଟ ଅବସ୍ଥା ଏମିତି ବିପଜ୍ଜନକ ଅବସ୍ଥାରେ ରହିଛି । ଭୁବନେଶ୍ୱରର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, […]
ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ
ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ମୟୂରଭଂଜ ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଲଘୁଚାପ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଉତ୍ତର […]
ପାଳିରେ ଚାଲିଛି ପାଠପଢ଼ା
ଦୁଇଟି ସ୍କୁଲ ଦାୟିତ୍ବରେ ଜଣେ ପ୍ରଧାନଶିକ୍ଷକବିପଦସଙ୍କୁଳ ଘର, ବାଜି ଲାଗୁଛି ପିଲାଙ୍କ ଜୀବନ ବିଦ୍ୟାଳୟର ଗୁରୁତ୍ବକୁ ଅନୁଭବ କରି ତିନି ବର୍ଷ ତଳେ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ଲାସରୁମ୍ ସହ କୋଠାରେ ରଙ୍ଗ ବୋଳା ଯାଇ ଚକାଚକ୍ କରାଯାଇଥିଲା। ଯାହାକି ପିଲାଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମୃଦ୍ଧ ୪୮ବର୍ଷର ବିଦ୍ୟାଳୟ। ଆଉ ଦୁଇ ବର୍ଷ ପରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ। ବିଦ୍ୟାଳୟର ଗୁରୁତ୍ବକୁ ଅନୁଭବ କରି […]