1 min read

ଗଣେଷ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ : ଭୁଜାଲି ଚୋଟରେ ୨ ଆହତ

ବାରିପଦା/ଭୁବନେଶ୍ୱର,,୧୯-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଯୁକ୍ତିତର୍କ, ପରେ ବୁଲିଲା ଖଣ୍ଡା ଓ ଭୁଜାଲି l ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଆହତ ଯୁବକ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଅଜୁ ମୁଖି ଓ ଚୈତନ୍ୟ ମୁଖି। ଗତକାଲି ରାତିରେ ଶୁନ ଗଡିଆ ଅଞ୍ଚଳରେ ଗଣେଷ ଭସାଣି ଚାଲିଥିଲା। ରାସ୍ତାରେ […]

1 min read

କାଠଯୋଡ଼ି ନଦୀ ପଠାରୁ କୁମ୍ଭୀର ଛୁଆ ଉଦ୍ଧାର

କଟକ,୧୭-୦୯-୨୦୨୪(ପିପିଏସ) : କଟକ ସିଡିଏ ୧୧ ନମ୍ବର୍ ନିକଟ କାଠଯୋଡ଼ି ନଦୀପଠାରୁ କୁମ୍ଭୀର ଛୁଆ ଉଦ୍ଧାର। ଚାରି ମାସର କୁମ୍ଭୀର ଛୁଆ ଉଦ୍ଧାର କଲା ବନ ବିଭାଗ। ଘଡିଆଳ ପ୍ରଜାତିର ଚାରିମାସ ର କୁମ୍ଭୀର ଛୁଆ ଉଦ୍ଧାର ।ଉଦ୍ଧାର ପରେ କୁମ୍ଭୀର ଛୁଆ ଟିକୁ ସିଟି ଫରେଷ୍ଟ ରେଞ୍ଜ ଅଫିସ କୁ ଅଣାଯାଇଛି। ଉଦ୍ଧାର ସମୟରେ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଲମ୍ୱ ଦୁଇ ଫୁଟ ରହିଛି। ଆଗକୁ ସଂପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ପରେ କେଉଁଠି […]

1 min read

କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ : ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି

କଟକ,୧୭-୦୯-୨୦୨୪(ପିପିଏସ) : କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି । ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ଏ ନେଇ ଆଜି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଓଡିଶାରେ ହୋଇଥିବା ଅନ୍ୟ […]

1 min read

ପୁଣି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର

ପୁରୀ/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆସନ୍ତାକାଲି ପୁଣି ଖୋଲିବ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଦୀର୍ଘ ୬ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ସଙ୍ଗୀନ ଥିବା ବେଳେ ବୁଧବାର ଦିନ ରତ୍ନଭଣ୍ଡାର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ମରାମତି ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଏସଆଇ ରତ୍ନଭଣ୍ଡାର ଯାଞ୍ଚ କରିବ। ଭାରତୀୟ ପ୍ରନୃତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) […]

1 min read

ରାମ୍‌କୋ କାରଖାନାର ଜମି କେଳେଙ୍କାରୀ: ଭୂମିହୀନଙ୍କ ସିଲିଂ ଜମି ଛଡ଼ାଇ ନେଇଛି କମ୍ପାନି

ଯାଜପୁର/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ସରକାରୀ ଜମି ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। କୋଟିକୋଟି ଟଙ୍କା ମୂଲ୍ୟର ଏକର ଏକର ସରକାରୀ ଜମି ସହିତ ପ୍ରଭୁ ଜଗନ୍ନାଥ ମନ୍ଦିର ଜମି ଓ ଭୂମିହୀନ ଦଳିତ ପରିବାରଗୁଡ଼ିକର ସିଲିଂ ଜମି ହରିଦାସପୁରରେ ଥିବା ରାମ୍‌କୋ କମ୍ପାନି ଛଡ଼ାଇ ନେଇଥିବା ଅଭିଯୋଗ ସାମନାକୁ ଆସିଛି। ବର୍ତ୍ତମାନର ରାଜ୍ୟ ସରକାରଙ୍କ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନୀତିକୁ ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଆନ୍ଦୋଳନ […]

1 min read

ଓଡ଼ିଶାରେ ଆବାସ ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ‌ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍ କରି ଲେଖିଛନ୍ତି, ‘ଚା’ ପିଇବା ସହ ଆନନ୍ଦଦାୟକ ବାର୍ତ୍ତାଳାପ ସ୍ମରଣୀୟ ରହିବ। ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି। ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି […]

1 min read

ଅସୁସ୍ଥ ବିଶ୍ବଭୂଷଣଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେ ଯେପରି ଶୀଘ୍ର ଆରୋଗ୍ୟ ଲାଭ କରିବେ ସେଥିପାଇଁ […]

1 min read

କାରଖାନାରେ ଦୁର୍ଘଟଣା: ୨ ଜଣ ଶ୍ରମିକଙ୍କ ମୃତ୍ୟୁ, ୬ ଗୁରୁତର

ଝାରସୁଗୁଡ଼ା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ସ୍ଥାନୀୟ ଏମଏସପି ପ୍ଲାଣ୍ଟରେ ମଙ୍ଗଳବାର ପୂର୍ବାହ୍‌ଣରେ ବଡ଼ ଦୁର୍ଘଟଣା ଘଟିଛି। ଏହି କାରଖାନାର ବର୍ଣିଫିକେସନ୍ ପ୍ଲେଟ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୫ଜଣ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି। ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଆଲୋକ ଦେଓ। ସୂଚନା ଅନୁସାରେ ଝାରସୁଗୁଡ଼ାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏମଏସପି ପ୍ଲାଣ୍ଟ)ରେ ମଙ୍ଗଳବାର ଅନ୍ୟ ଦିନ ଭଳି ଶ୍ରମିକମାନେ କାର୍ଯ୍ୟରତ ଥିଲେ। ପୂର୍ବାହ୍ନ ୧୧ଟା ବେଳେ ବ୍ଲାଷ୍ଟ ଫଣ୍ଡାସ […]

1 min read

ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ

ଢେଙ୍କାନାଳ/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ସଦର ଆର୍‌ଆଇ ବରୁଣ ଜେନା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି l ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା । ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ […]

1 min read

ବିଶ୍ବକର୍ମା ଭସାଣ ହେଲା କାଳ : ବୁଡ଼ିଗଲେ ଦୁଇ ଆଇଟିଆଇ ଛାତ୍ର

ବାରିପଦା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଗଣେଶ ଭସାଣ ଅଘଟଣର ଦୁଃଖ ମନରୁ ଲିଭି ନଥିବା ବେଳେ, ବିଶ୍ବକର୍ମା ଭସାଣରେ ସମାନ ଘଟଣା । ବିଶ୍ବକର୍ମା ଭସାଣ ବେଳେ ବୁଡ଼ି ଦୁଇ ଆଇଆଇଟି ଛାତ୍ରଙ୍କ ମୃତ୍ୟୁ । ଏମିତି ଘଟଣା ଘଟିଛି ବାରିପଦା ଉପକଣ୍ଠ କାଠପାଳ ବନ୍ଧରେ । ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି। ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି। ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର […]