ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ ସାଧୁସନ୍ଥ, ମହିଳା
1 min read

 ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ ସାଧୁସନ୍ଥ, ମହିଳା

ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଜଗତଜନନୀ ମା’ ଦୁର୍ଗାଙ୍କର ପବିତ୍ର ଷଷ୍ଠୀ ଉତ୍ସବ ପାଳନ ରାଜଧାନୀ ଭୁବନେଶ୍ୱରସ୍ଥିତ ରାମମନ୍ଦିର ଠାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ରକ୍ଷା ମଞ୍ଚ ତରଫରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ସନାତନ ସଂସ୍କୃତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଭାରତ ରକ୍ଷା ମଞ୍ଚର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲେକରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଶୋକ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ। ପୂର୍ବାହ୍‌ଣରେ ସଂଗଠନର କର୍ମକର୍ତ୍ତାମାନେ ରାମମନ୍ଦିର ଠାରେ ସକାଳେ ଏକତ୍ରିତ ହୋଇଥିଲେ। ଏହାପରେ ହିନ୍ଦୁମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଭାରତ ରକ୍ଷା ମଞ୍ଚର କର୍ମକର୍ତ୍ତା ଓ କ୍ଷତ୍ରୀୟ ସଙ୍ଗଠନର ସଦସ୍ୟମାନେ ପାରମ୍ପରିକ ସାମରିକ କଳା ପ୍ରଦର୍ଶନ କରିଥିଲେ। ରାମମନ୍ଦିର ଠାରୁ ରାଜମହଲ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ବହୁପରିମାଣରେ ଜନସାଧାରଣ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଦେଖାଯାଇଥିଲା।

ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଓ ସନାତନ ସଂସ୍କୃତି ଶୋଭାଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରି ଶ୍ରୀ ଆଚାର୍ଯ୍ୟ କହିଲେ ଯେ ସନାତନ ଧର୍ମରେ ଶସ୍ତ୍ରପୂଜନ କାର୍ଯ୍ୟକ୍ରମ ବିଶେଷ ଭାବେ ବର୍ଣ୍ଣନ କରାଯାଇଛି। ଶସ୍ତ୍ରପୂଜନର ମୂଳ ଆଭିମୁଖ୍ୟ ହେଲା ଆମର ପାରମ୍ପରିକ ସାମରିକ କଳାକୁ ନିଜର ସୁରକ୍ଷା ଓ ଆତ୍ମରକ୍ଷା ପାଇଁ ଉଦ୍‌ଜୀବିତ କରି ରଖିବା। ଏହା ଦ୍ୱାରା ମଧ୍ୟ ଦେଶର ନାଗରିକମାନଙ୍କ ମନରେ ରାଷ୍ଟ୍ରୀୟ ଭାବନା ସୃଷ୍ଟି କରିବା ସହିତ ଦେଶର ସୁରକ୍ଷା ପାଇଁ ସେମାନଙ୍କ ଉଭୟ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ କରିବା। ପ୍ରାଚୀନ କାଳରେ ଗୁରୁକୁଳରେ ବିଦ୍ୟାର୍ଥୀମାନଙ୍କୁ ଅନ୍ୟାନ ବିଷୟ ସହିତ ଶସ୍ତ୍ର ବିଦ୍ୟା ଶିକ୍ଷା ପ୍ରଦାନ କରାଯାଉଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁମାନେ ଏହି ପରମ୍ପରାକୁ ବଜାୟ ରଖିବା ଆବଶ୍ୟକ। 

ଦେଶର ନାଗରିକମାନଙ୍କ ମନରେ ରାଷ୍ଟ୍ରୀୟ ଭାବନା ସୃଷ୍ଟି କରିବା ସହିତ ଦେଶର ସୁରକ୍ଷା ପାଇଁ ସେମାନଙ୍କ ଉଭୟ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ କରିବା। ପ୍ରାଚୀନ କାଳରେ ଗୁରୁକୁଳରେ ବିଦ୍ୟାର୍ଥୀମାନଙ୍କୁ ଅନ୍ୟାନ ବିଷୟ ସହିତ ଶସ୍ତ୍ର ବିଦ୍ୟା ଶିକ୍ଷା ପ୍ରଦାନ କରାଯାଉଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁମାନେ ଏହି ପରମ୍ପରାକୁ ବଜାୟ ରଖିବା ଆବଶ୍ୟକ। 

ଏହି କାର୍ଯକ୍ରମରେ ଅନ୍ୟାନ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତ ରକ୍ଷା ମଞ୍ଚର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ସୁବ୍ରତ ମିଶ୍ର, ଉପାଧ୍ୟକ୍ଷ ଅରୁଣ କୁମାର ନାୟକ, ସାଧାରଣ ସମ୍ପାଦକ ପୂରଂଜନ ପାଢ଼ୀ, ସହସଙ୍ଗଠନ ସମ୍ପାଦକ ସ୍ନେହ ରଂଜନ ଦାସ ଜୟସିଂହ, ଓଡ଼ିଶା ବିଧି ପ୍ରକୋଷ୍ଠ ଅଧ୍ୟକ୍ଷ ସୁଦାମ ଶତପଥୀ, ଯୁବ ସମ୍ପର୍କ ପ୍ରତିନିଧି ରାଜେଶ ପୃଷ୍ଟି, ମହିଳା ସମ୍ପର୍କ ପ୍ରତିନିଧି ପ୍ରଭାସିନୀ ପୃଷ୍ଟି, ଛାତ୍ର ସମ୍ପର୍କ ପ୍ରତିନିଧି ସ୍ମାରକ ପଣ୍ଡା ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ୍ମନାଭ ଦାଶ ପ୍ରମୂଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *