ଓଡିଶା
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି : ମୟୂରଭଞ୍ଜ ଗସ୍ତ ବାତିଲ୍
ବାରିପଦା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି। ସେ କାରକେଟ୍ରେ ସଡ଼କ ପଥରେ କେନ୍ଦୁଝରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାରେ ଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୁଖ୍ୟମନ୍ତ୍ରୀ […]
“କୋଠ ମାଇପର ସନ୍ତାନ “
(ପୁରାତନ ରାଜୁଡ଼ା ଅମଳରେ ଆଜିଭଳି କୌଣସି ସ୍ୱତନ୍ତ୍ର ବେଶ୍ୟାଳୟ ନଥିଲା l ଫଳରେ ସମ୍ଭ୍ରାନ୍ତ ଶ୍ରେଣୀର ଉତ୍ସୃଙ୍ଖଳ ପୁରୁଷ ମାନେ ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ନଗର ବଧୂ ପ୍ରଥା ପ୍ରଚଳନ କରୁଥିଲେ l ସେଇ ପ୍ରଥା ଯେତେବେଳେ ଗ୍ରାମାଞ୍ଚଳକୁ ବ୍ୟାପିଲା, ସେତେବେଳେ ନିପଟ ମଫସଲି ଭାଷାରେ ନଗର ବଧୂକୁ “କୋଠ ମାଇପ” କୁହାଗଲା l ପୁରାତନ ଲୋକକଥାରୁ ଉଦୃତ ଏହି ଗଳ୍ପଟି ସମାଜକୁ ନିଶ୍ଚିନ୍ତ ଭାବରେ ସଚେତନ କରାଇବାରେ ସହାୟକ ହେବ। ) ଗାଁ ମୁଣ୍ଡ […]
ଓଲଟିଲା କପା ବୋଝେଇ ଟ୍ରକ୍ : ଡ୍ରାଇଭର ଆହତ
ସୋନପୁର/ଭୁବନେଶ୍ୱର,୨୨-୯-୨୦୨୪ : ସୋନପୁର ଭାରସାମ୍ୟ ହରାଇ ଓଟଲିଲା କପା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର । ଟ୍ରକ୍ଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ନେଇ ଯାଉଥିବାବେଳେ ଏହି ଅଘଟଣ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ଜୟ ଯବାନ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏକ ଟ୍ରକ୍ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ କପା ନେଇ ପଶ୍ଚିମବଙ୍ଗକୁ ଯାଉଥିଲା […]
୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ଲାଞ୍ଚୁଆ ପୁଲିସ
ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଜଣ ପୁଲିସ ଅଧିକାରୀ। ସେମାନେ ହେଉଛନ୍ତି ପ୍ରୋବେସନାରୀ ସବ୍-ଇନ୍ସପେକ୍ଟର (ପିଏସ୍ଆଇ) ରଘୁନାଥ ହାଁସନା ଓ ଏଏସ୍ଆଇ ଶିବ ପ୍ରସାଦ ଦଳେଇ। ଏକ ଜବତ ବାଇକ୍କୁ ଛାଡ଼ିଦେବା ପାଇଁ ଏହି ଦୁଇ ଜଣ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପିଏସ୍ଆଇ ରଘୁନାଥ ହାଁସଦାଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ଶ୍ରୀ ଦଳେଇ ଲାଞ୍ଚ […]
ଜାଲରେ ପଡ଼ିଲା ଅଦ୍ଭୁତ ମାଛ : ଦାମ ୧୫ ଲକ୍ଷ
ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ ଶନିବାର ଏହି ମାଛ ନିଲାମ ପାଇଁ ଆସିଥିଲା। ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଥମ ୨ଟି ମାଛ କ୍ରମାନ୍ବୟରେ ୨୫ ଓ ୨୩ କେଜି ଓଜନର ମୋଟ୍ ୪୮କେଜି ହୋଇଥିଲା ବେଳେ ଏହା କେ.ଜି ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ […]
୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ
ଭୁବନେଶ୍ବର,୨୧-୦୯-୨୦୨୪ (ପିପିଏସ): ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ ଖୋଜିବା ଜାରି ରଖିଛି। ଗତକାଲି ଭାଇରାଲ ଭିଡିଓ ଆଧାରରେ ୭ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି।୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ […]
ନନ୍ଦନକାନକାନନରେ ଆଖି ବୁଜିଲା ଜଳହସ୍ତୀ
କଟକ/ବାରଙ୍ଗ ,୨୧-୦୯-୨୦୨୪ (ପିପିଏସ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଳନ ପାଇଁ ପରସ୍ପର ସହ ସଂଘର୍ଷରେ ଗୁରୁତର ହୋଇଥିବା ୩ ବର୍ଷ ବୟସର ଯୁବ ଜଳହସ୍ତୀର ମୃତ୍ୟୁ ହୋଇଛି। ଚଳିତ ମାସ ୨ ତାରିଖରେ ଜଳହସ୍ତୀ ଘରର ୬୨ ନମ୍ବର ଓ ୬୩ ନମ୍ବର ଖୁଆଡ ମଝି ପାଚେରୀ ଭାଙ୍ଗି ଅପରପାର୍ଶ୍ଵର ମାଈ ସହ ମିଳନ ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିଲା। ଅପରପାର୍ଶ୍ଵର ପରିବାର ମୁଖିଆ ବୟସ୍କ ଜଳହସ୍ତୀ ସହ ଘମାଘୋଟ ଲଢେଇ ହୋଇଥିଲା। ବୟସ୍କର ଆକ୍ରମଣରେ ଯୁବ ଜଳହସ୍ତୀ […]
ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୯-୨୦୨୪ (ପିପିଏସ): ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସର। […]
ଡାକ୍ତର ହେବ ଦିନ ମଜୁରିଆଙ୍କ ପୁଅ : ବାଧକ ସାଜିଛି ଅର୍ଥ
କନ୍ଧମାଳ/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁର ଦିନ ମଜୁରିଆ ବାପା ମା’ଙ୍କ ପୁଅ ହେବାକୁ ଯାଉଛନ୍ତି ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । ପୁଅ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ମେଡିକାଲରେ ସିଟ୍ ବି ପାଇ ଯାଇଛି । ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ପାଦ ତଳେ ଲାଗୁନି। ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ ସାକାର ହୋଇଛି । […]
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ମୁଖ୍ୟଯନ୍ତ୍ରୀ
ବାଲେଶ୍ୱର/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍ଭି ହରିହର ରାଓଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀରେ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ୨ଟି କୋଠା, ଗୋଟିଏ ଫ୍ଲାଟ୍ ଓ ୪ଟି ପ୍ଳଟ୍ ଓ ଦୁଇଟି […]