ପ୍ରମୁଖ ଖବର
ମାଲକାନଗିରି ଜିଲ୍ଲାରୁ ମାଓବାଦୀ, ଗଂଜେଇ ଚାଷ ସଂପୂର୍ଣ୍ଣ ହଟିବ: ପୁଲିସ ଡିଜି
ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ଠାରୁ ଦୁଇଦିନିଆ ଗସ୍ତରେ ମାଲକାନଗିରି ଓ କେରାପୁଟ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ବିଏସ୍ଏଫ୍ ଓ ପୁଲିସ ସହିତ ମାଲକାନଗିରିରେ ସମୀକ୍ଷା କରିଛନ୍ତି। ସେ ଆସନ୍ତାକାଲି କେରାପୁଟ ଗସ୍ତରେ ଯିବି ସୁରକ୍ଷା ସଂପର୍କିତ ସମୀକ୍ଷା କରିବେ। -ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସ୍ବାଭିମାନ ଅଂଚଳକୁ ଗସ୍ତ-ବିଏସ୍ଏଫ୍, ପୁଲିସ ଅଧିକାରୀଙ୍କ ସହ କଲେ ରୁଦ୍ଧଦ୍ବାର ବୈଠକ ମାଲକାନଗିରି/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଲାଲଗଡ଼ରେ ନକ୍ସଲ ଗତିବିଧି […]
ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡ଼ିଲେ ୧୮ ସରପଞ୍ଚ-ନାଏବ ସରପଞ୍ଚ
ନିକଟରେ ନିର୍ବାଚନ ହେବାର ନାହିଁ। କିନ୍ତୁ ନେତା ଓ କର୍ମୀ ଦଳ ଛାଡୁଛନ୍ତି। ବିଜୁ ଜନତା ଦଳ ଛାଡ଼ି ଆଜି ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ ବିଜେପିରେ ଯୋଗ ଦେଇଛନ୍ତି। ଏହା ରେଢ଼ାଖୋଲ ଅଞ୍ଚଳରେ ବିଜେଡିକୁ ଶକ୍ତ ଧକ୍କା ବୋଲି କୁହାଯାଉଛି। ସମ୍ବଲପୁର/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ସାଧାରଣ ନିର୍ବାଚନ-୨୦୨୪କୁ ୬ ମାସ ପୂରଣ ହୋଇନାହିଁ। ରାଜ୍ୟରେ ଆଗାମୀ ୨ ବର୍ଷ ଭିତରେ କୌଣସି ବଡ଼ଧରଣର ନିର୍ବାଚନ […]
ଭାଙ୍ଗିବ ରେକର୍ଡ, ପ୍ରଥମ ଦିନରେ ‘ପୁଷ୍ପା ୨’ ଆୟ କରିବ ୨୭୦କୋଟି !
ଜାତୀୟ ପୁରସ୍କାର ବିଜେତା ଟଲିଉଡ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏମଧ୍ୟରେ ଫିଲ୍ମଟି ପ୍ରଥମ ଦିନରେ ୨୭୦କୋଟି ଆୟ କରିବ ବୋଲି ଦାବି କରାଯାଉଛି। ମୁମ୍ବାଇ/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଜାତୀୟ ପୁରସ୍କାର ବିଜେତା ଟଲିଉଡ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି […]
ଓଏଚ୍ଆରସିରେ ପହଁଚିଲା ଆମ୍ବଟାକୁଆ ମାମଲା
ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ ଅବଗତ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ (ଓଏଚ୍ଆରସି) ଅବଗତ ହୋଇଛନ୍ତି। ଆମ୍ବ ଟାକୁଆ […]
ଟ୍ରମ୍ପଙ୍କ ବିଜୟ ପରେ କମିଚାଲିଛି ସୁନା, ଦୁଇଦିନରେ କମିଲା ୨୧୦୦ ଟଙ୍କା
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଡଲାର ମଝବୁତ ହେବା କାରଣରୁ ସୁନା ଉପରେ ନିବେଶକଙ୍କ ଫୋକସ କମିବା ଆଶଙ୍କା ମଧ୍ୟରେ ଦର କମୁଛି । ନୂଆଦିଲ୍ଲୀ/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଏହି ହ୍ରାସ ସୁନା ପ୍ରେମୀ ଏବଂ ନିବେଶକଙ୍କ ପାଇଁ ଏକ […]
୧୭ ବର୍ଷ ପରେ ଗୋଟିଏ ଦଳରେ ଖେଳିବେ ଭାରତ-ପାକିସ୍ତାନର ଖେଳାଳି, ପୁଣି ଆରମ୍ଭ ହେବ ଏହି ଟୁର୍ନାମେଣ୍ଟ !
ଆଫ୍ରୋ-ଏସିଆ କପରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ଦଳ ମୁହାଁମୁହିଁ ହୋଇଥାନ୍ତି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିମାନେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ, ଯେଉଁମାନଙ୍କ ମଧ୍ୟରେ ଗତ ଦେଢ଼ ଦଶନ୍ଧି ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ କୋଲକାତା/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଅଛି। ଆଫ୍ରୋ-ଏସିଆ କପ୍ ପୁଣି ଆରମ୍ଭ ହୋଇପାରେ। ଆଫ୍ରିକୀୟ କ୍ରିକେଟ୍ ଆସୋସିଏସନ୍ (ଏସିଏ) ଗତ ଶନିବାର ଏହାର […]
ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ): ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଯାତ୍ରୀମାନେ ବିମାନ ବନ୍ଦରରେ ଧାରଣା ଦେଇଛନ୍ତି। ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର […]
ବାର୍ହା ଫାସରୁ ଉଦ୍ଧାର କଲପତରିଆ ଗଲା ନନ୍ଦନକାନନ
ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଆଜି ସକାଳୁ ବାର୍ହା ଫାସରେ ଫସିଥିବା କଲରାପତରିଆକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଏହି ବାଘକୁ ଏକ ସ୍ବତନ୍ତ୍ର ବାହନରେ ନନ୍ଦନକାନନ ପଠାଯାଇଛି। କଙ୍କଡ଼ାହାଡ଼/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଏକ କଲରାପତରିଆ ବାଘ ଆଜି ଭୋର୍ ସକାଳୁ ବାର୍ହା ଫାସରେ ପଡ଼ିଛି। ଖବର ପାଇଲା ପରେ ବନ ବିଭାଗ […]
ସମ୍ବଲପୁରକୁ ଆଧୁନିକ ସହର କରିବା :ଧର୍ମେନ୍ଦ୍ର ପ୍ରଧାନ
‘ଦୀପାବଳି ବନ୍ଧୁମିଳନ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ସମ୍ବଲପୁର ସହରରେ ସ୍ୱଚ୍ଛତା, ପାନୀୟ ଜଳ, ଡ୍ରେନେଜ, ସ୍ୱାସ୍ଥ୍ୟସେବା, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାର ସମାଧାନ ସହ ରେଳ ଷ୍ଟେସନ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରି ଦେଇଛନ୍ତି। ସମ୍ବଲପୁରକୁ ଏକ ଅତ୍ୟାଧୁନିକ ସହର ରୂପେ ଗଢି ତୋଳିବା ଆମର ଦାୟିତ୍ୱ ବୋଲି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରଶିକ୍ଷା […]
ଛଟ୍ ପୂଜା: କୁଆଖାଇ ନଦୀରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ
ଭୁବନେଶ୍ବରର କୂଆଖାଇ ନଦୀପଠାରେ ବ୍ରତାଧାରୀମାନେ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଶ୍ରଦ୍ଧା ଓ ଆସ୍ଥାର ପର୍ବ ‘ଛଟ୍’ ଗୁରୁବାର ଠାରୁ ଆରମ୍ଭ ହୋଇଛି। କୂଆଖାଇ ନଦୀପଠାରେ ଆୟୋଜିତ ଏହି ପୂଜାରେ ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ […]