ଘଟଣା-ଦୁର୍ଘଟଣା
ନିଆଁ ଆୟତ୍ତ ପାଇଁ କେତେ ପ୍ରସ୍ତୁତ ବନବିଭାଗ ?
ଆସୁଛି ଗ୍ରୀଷ୍ମଋତୁ: ଏହି ବନଖଣ୍ଡରେ ଜଣେ ବନପାଳ, ୨୨ ବନରକ୍ଷୀ ପଦବି ଖାଲି ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ପ୍ରତିରୋଧ ସହାୟକ ବା ପିଏମାନଙ୍କୁ ଜାନୁଆରି ମାସର ପ୍ରାପ୍ୟ ମିଳିନି। ଦୈନିକ ସର୍ବନିମ୍ନ ୪୫୨ ଟଙ୍କା ମଜୁରୀରେ ନିୟୋଜିତ ହୋଇଥିଲେ ସୁଦ୍ଧା ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ମିଳନଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ରାଇରଙ୍ଗପୁର/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଜଙ୍ଗଲ, ପରିବେଶ ସୁରକ୍ଷା ନିମନ୍ତେ ସରକାରଙ୍କର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ […]
ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ
ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪) । ବାସୁଦେବପୁର/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪)। ସୂଚନା ଅନୁଯାୟୀ, ରାଜେନ୍ଦ୍ର […]
ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର
ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ତୀବ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ବାପା ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ପୁଅ ଗୁରୁତର ହୋଇଥିଲା। ରେଢ଼ାଖୋଲ/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଘୁଙ୍ଗିନାଳୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା […]
ଡିଏସ୍ପିଙ୍କ ସମେତ ୨ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍
ଟ୍ରକ୍ ଧକ୍କାରେ ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍ପି ଅଛନ୍ତି। ଯାଜପୁର/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଟ୍ରକ୍ ଧକ୍କାରେ ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍ପି […]
୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଛି: ଉପମୁଖ୍ୟମନ୍ତ୍ରୀ
ଦେଶ ସ୍ବାଧୀନତାର ୭୮ବର୍ଷ ଅତିକ୍ରମ କରିସାରିଛି। ସରକାର ‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନରେ ପରିବର୍ତ୍ତନ ହୋଇଛି। ଅତ୍ୟାଧୁନିକ ସୁବିଧା ଥିବା ସମୟରେ ପୂରାତନ ମାନସିକତା ନେଇ ରାଜ୍ୟରେ ଲକ୍ଷଲକ୍ଷ ଲୋକଙ୍କୁ ବଞ୍ଚିବାକୁ ପଡୁଛି। ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ଦେଶ ସ୍ବାଧୀନତାର ୭୮ବର୍ଷ ଅତିକ୍ରମ କରିସାରିଛି। ସରକାର ‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନରେ ପରିବର୍ତ୍ତନ […]
ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କରେ ଅଚଳାବସ୍ଥା
କିଣାଯାଇ ପାରୁନି ସାଢ଼େ ୮ଲକ୍ଷ ଟଙ୍କାର ଫ୍ରିଜ୍ କଟକ ୧୫-୦୨-୨୦୨୫(ପିପିଏସ ) : ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରି ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଅସ୍ଥିଶଲ୍ୟ ବିଭାଗ (ଅର୍ଥୋପେଡିକ୍)ରେ ଗତବର୍ଷ ଅକ୍ଟୋବର ୮ତାରିଖରେ ନୂତନ ଅସ୍ଥି ବ୍ୟାଙ୍କକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଥିଲେ। ଏହି ଅସ୍ଥି ବ୍ୟାଙ୍କକୁ ଉଦ୍ଘାଟନ କରିବା ଅବସରରେ ଏହା ରାଜ୍ୟ ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ […]
ବନ୍ଦ ଡାକରା ଦେଲା ନକ୍ସଲ ସଂଗଠନ
ସୀମାନ୍ତ ଛତିଶଗଡ଼ର ଜାତୀୟ ଉଦ୍ୟାନ ଏବଂ ଟେକାମେଟା ଜଂଗଲରେ ପୁଲିସ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆଜି ନକ୍ସଲ ସଂଗଠନ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇଛି। ମାଲକାନଗିରି/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ସୀମାନ୍ତ ଛତିଶଗଡ଼ର ଜାତୀୟ ଉଦ୍ୟାନ ଏବଂ ଟେକାମେଟା ଜଂଗଲରେ ପୁଲିସ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆଜି ନକ୍ସଲ ସଂଗଠନ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇଛି। ଏହି ପ୍ରେସ ବିବୃତ୍ତିରେ ସଂଗଠନର ୨୧ […]
ପିଇଓଙ୍କ ଠାରୁ ୮.୫୯ ଲକ୍ଷ ଲୁଟ
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି। କୋରାପୁଟ/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି। […]
କେରଳ ଉତ୍ସବରେ ହାତୀ ମାତିଲେ: ୩ ଜଣଙ୍କ ମୃତ୍ୟୁ, ୩୬ ଆହତ
କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଉତ୍ସବ ସମୟରେ ହାତୀ ଆତଙ୍କ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କୁରୁଭଙ୍ଗଡ଼ର ମନାକୁଲାଙ୍ଗରା ଭଗବତୀ ମନ୍ଦିରରେ ବାର୍ଷିକ ଉତ୍ସବର ପଞ୍ଚମ ତଥା ଶେଷ ଦିନରେ ଏହି ଘଟଣା ଘଟିଛି। କୋଝିକୋଡ଼/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଉତ୍ସବ ସମୟରେ ହାତୀ ଆତଙ୍କ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। […]
ବନ୍ଦ ଘରୁ ୩ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଆଜି ଅପରାହ୍ଣରେ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ପରିଚୟ ମିଳିପାରି ନାହିଁ। ଢେଙ୍କାନାଳ/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଏକ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିମାନେ ହେଲେ […]