ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

କମୁଛି ମାଟି ଦୀପର ଚାହିଦା:ଚିନ୍ତାରେ କୁମ୍ଭାର ପରିବାର

ଝରିଗାଁ/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି। ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି। ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କରୁଛନ୍ତି। ବର୍ତ୍ତମାନ ଅଳ୍ପ କିଛି ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କିଛି କୁମ୍ଭାର ସଂପ୍ରଦାୟର ପରିବାର କହିଛନ୍ତି।

publive-image

ପୂର୍ବରୁ ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମରେ ଶହେରୁ ଊର୍ଦ୍ଧ୍ବ କୁମ୍ଭାର ସଂପ୍ରଦାୟର ପରିବାର ମାଟି ସାମଗ୍ରୀ ତିଆରି କରି କରିବା ପରେ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ଯୁଗ ପରିବର୍ତ୍ତନ ସହିତ ଷ୍ଟିଲ, ପ୍ଲାଷ୍ଟିକ, ଫାଇବର ଭଳି ଘରୋଇ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରୁ ମାଟି ସାମଗ୍ରୀ ପ୍ରତି ଆଉ ଲୋକ ମନ ବଳାଇଲେଣି। ଏଥିଯୋଗୁଁ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଝରିଗାଁ ବ୍ଳକ୍ର ପ୍ରାୟ କୁମ୍ଭାର ପରିବାର ନିଜ କୌଳିକ ବୃତ୍ତି ଛାଡି ଅନ୍ୟ କାମଧନ୍ଦା କରି ପରିବାର ଚଳାଉଛନ୍ତି।

ପୂର୍ବ ଭଳି ଦୀପାବଳିରେ ଅଧିକାଂଶ ଲୋକ ମାଟି ଦୀପ ନଜଳାଇ କ୍ୟାଣ୍ଡେଲ ଓ ପାଣିରେ ଜଳୁଥିବା ଦୀପ ଜଳାଉଥିବାରୁ ଅଧିକ ଦୀପ ବିକ୍ରି ହେଉନଥିବା କୁମ୍ଭାର ସଂପ୍ରୟାଦର ପରିବାର ସଦସ୍ୟ ମାନେ କହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ମାଟି ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ କୁମ୍ଭାର ପରିବାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବ ଓ  ଦୀପାବଳି ଦିନ ସମସ୍ତେ ଘରେ ଘରେ ମାଟି ଦୀପ ପ୍ରଜ୍ଵଳନ କରିବା ପାଇଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *