ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଧାରଣାରେ ବସି ଗିରଫ ହେଲେ ରୁପା ଗାଙ୍ଗୁଲୀ

କୋଲକାତା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  ବାଂସଦ୍ରୋଣୀ ପୁଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ବିଜେପିର ବରି‌ଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ରୁପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍‌। ଏକ ସଡ଼କ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ ମୁକ୍ତ କରିବାକୁ ଗାଙ୍ଗୁଲି ଦାବି କରି ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ରାତି ସାରା ଧାରଣାରେ ବସିଥିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି।

ସେ ପୁଲିସ୍‌କୁ ତା’ର କାର୍ଯ୍ୟ କରିବାରେ ବାଧା ଉପୁଜାଉଥିବା ଅଭିଯୋଗ କରି ପୁଲିସ୍‌ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି। ଗିରଫ କରି ତାଙ୍କୁ ଲାଲବାହଜାର ନିଆଯାଇଛି। 

ଅକ୍ଟୋବର ୯ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହେବା ପରେ ପୁଲିସ୍‌ ଗିରଫ କରିଥିବା ବିଜେପି ନେତାଙ୍କୁ ମୁକ୍ତ କରିବା ଦାବିରେ ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଧାରଣାରେ ବସିଥିଲେ ରୁପା ଗାଙ୍ଗୁଲୀ। ଦୁର୍ଘଟଣାଟି ସକାଳ ପ୍ରାୟ ୭ଟା ସମୟରେ ଘଟିଥିଲା। ଦୁର୍ଘଟଣା ଘଟିବା ପରେ ୧୫ ବର୍ଷୀୟ ଯୁବକଙ୍କୁ ହସ୍ପିଟାଲ୍‌ ନିଆଯିବା ପରେ ବି ସେ ବଞ୍ଚି ପାରିନଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Leave a Reply

Your email address will not be published. Required fields are marked *