ଅକ୍ଟୋବର ୨ରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ

ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଆସନ୍ତା ଅକ୍ଟୋବର ୨ତାରିଖରେ ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ସମାରୋହ ପାଳନକରାଯିବ |ଦିବସବ୍ୟାପୀ ଦୁଇଟି ଅଧିବେଶନରେ ସମାରୋହ ଅନୁଷ୍ଠିତ ହେବ |ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହକୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଉଦ୍ଘାଟନ କରିବାର ପ୍ରସ୍ତାବ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ,ଆଇନି ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ,ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ତଥା ଉଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ,ବିଧାୟକ ବାବୁସିଂ ,ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଅତିଥିଭାବେ ଯୋଗଦେବାର ପ୍ରସ୍ତାବ ରହିଛି |

ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ଏବଂ ଗାନ୍ଧୀ ଅନୁଗାମୀଙ୍କ ସମ୍ମେଳନ ହେବ


ଦ୍ଵିତୀୟ ଅଧିବେଶନରେ ସ୍ଵାଦିନତା ସଙ୍ଗ୍ରାମୀ ଉତ୍ତରଦାୟାଦ ଏବଂ ଗାନ୍ଧୀ ଅନୁଗାମୀ ,ଲେଖକ ,ସାହିତ୍ୟକ ଓ ଗବେଷକଙ୍କର ସମ୍ମେଳନ କରାଯିବ | ଏହି ଅଧିବେଶନରେ ବିଭିନ୍ନ ମନ୍ତ୍ରୀ ,ସାଂସଦ ,ବିଧାୟକ ଓ ଗାନ୍ଧିବାଦୀ ଯୋଗଦେବେ |ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ଦାୟାଦଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ୟକ୍ରମ ରହିଛି |ରାଜ୍ୟସ୍ତରୀୟ ଗାନ୍ଧୀଜୟନ୍ତୀ କାର୍ଯ୍ୟକ୍ରମରେ ସକାଳ ୯ଟାରେ ଜାତୀୟପାଟକ ଉତ୍ତୋଳନ ପରେ ରାମଧୁନ କରାଯିବ ଏବଂ ପୂର୍ବାହ୍ନ ସାଢେ ୧୦ଟାରେ ପ୍ରଥମ ଅଧିବେଶନ ଆରମ୍ଭ ହେବ |ମାଧ୍ୟାନ୍ନ ଭୋଜନ ପରେ ଅପରାହ୍ନ ୨ଟାରେ ଦ୍ଵିତୀୟ ଅଧିବେଶନ କରାଯିବବୋଲି କାର୍ଯ୍ୟକ୍ରମର ଆବାହକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଜଣାଇଛନ୍ତି |

Leave A Reply

Your email address will not be published.