ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଜିଦ୍‌ରେ ଅଟଳ ନର୍ସିଂ ସଂଘ

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର  ନର୍ସିଂ ସଂଘ ପୁଣି ଆନ୍ଦୋଳନ କରିଛି । ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଯଦି ଗୁରୁବାର ସୁଦ୍ଧା କୌଣସି ପ୍ରତିଶ୍ରୁତି ନ ମିଳେ ତେବେ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ  ନର୍ସିଂ ସଂଘ  ପକ୍ଷରୁ ଚେତାବନୀ ଦିଆଯାଇଛି । ବୁଧବାର ଲୋକସେବା ଭବନରେ ସଚିବଙ୍କ ସହିତ ଆଲୋଚନା ହୋଇଥିଲା । ମାତ୍ର ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା । ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ଫଳରେ ନର୍ସିଂ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *