କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ବିଗବି
1 min read

କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ବିଗବି

‘କୌନ ବନେଗା କରୋଡ଼ପତି’ର ସୋ ରେ ବୃଦ୍ଧାଙ୍କ ଦୁଃଖ ବଖାଣିଲେ ସୋନୁ କାନ୍ଦି‌ଲେ ଶ୍ରେୟା ଭାବବିହ୍ବଳ ହେଲେ ଦର୍ଶକ ଓ ବିଗବି। ଲେଖକ ପୁଅ ନିର୍ଯାତନା ଦେଇ ମା’ର ଜୀବନ ନେଲା।

ମୁମ୍ବାଇ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ‘କୌନ ବନେଗା କରୋଡ଼ପତି’ର ନିକଟତର ଅଧ୍ୟାୟରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ସୋନୁ ନିଗମଙ୍କୁ ସୋ’ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଶ୍ରେୟା ଓ ସୋନୁ ସ୍ମିତ ଫାଉଣ୍ଡେସନକୁ ସମର୍ଥନ କରିବା ଏହି ସୋ’ରେ ଯୋଗ ଦେଇଥିଲେ। ଏହି ସଂସ୍ଥା ଏକ ବୃଦ୍ଧାଶ୍ରମ। ଯେଉଁ ବୃଦ୍ଧ ଓ ବୃଦ୍ଧାଙ୍କୁ ସେମାନଙ୍କ ପିଲାମାନେ ଛାଡ଼ି ଦେଇଥାଆନ୍ତି ସେମାନଙ୍କ ଦେଖାଶୁଣା କରିବା ସହିତ ସାହାଯ୍ୟ ଓ ସହଯାଗ କରିବାର କାମ କରିଥାଏ। ସୋନୁ ଏହି ସଂସ୍ଥାରେ ଥିବା ଜଣେ ବୃଦ୍ଧ ମହିଳାଙ୍କ ଦୁଃଖଭରା କାହାଣୀ କହି କହିଥିଲେ, ‘ଉକ୍ତ ବୃଦ୍ଧ ମା’ଙ୍କୁ ତାଙ୍କ ପୁଅ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ଏହି ପୁଅ ଜଣକ ଜଣେ ଲେଖକ ଭାବେ ପରିଚିତ। ସେ ତାଙ୍କ ବୁଢ଼ି ମା’ଙ୍କ ସହିତ ମୁମ୍ବାଇ ଆସିଥିଲେ । ବୟସ ଅଧିକ ହୋଇଯାଇଥିବାରୁ ବୃଦ୍ଧା ସ୍ନାନ ପାଇଁ ଯିବା ସମୟରେ ପାଣି ପିଇଲା ବେଳେ ବଡ଼ପାଟି କରିଥାଆନ୍ତି। ଏହି କାରଣରୁ ଲେଖକ ପୁଅ ରାଗରେ ତାଙ୍କ ମା’ଙ୍କୁ ନିସ୍ତୁକଭାବେ ମାଡ଼ ମାରୁଥିଲେ। ଏହି ଘଟଣା ସମ୍ପର୍କରେ ସ୍ମିତ ଓଲ୍ଡ ଏଜ ହୋମ ଆଣ୍ଡ କେୟର ଫାଉଣ୍ଡେସନର ପ୍ରତିଷ୍ଠାତା ଖବର ପାଇବା ପରେ ବୃଦ୍ଧାଙ୍କୁ ପୁଅ କବଳରୁ ଉଦ୍ଧାର କରି ନିଜ ସହିତ ନେଇ ଆସି ୬ମାସ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲେ। ଏହାପରେ ଲେଖକ ପୁଅ ଆସି ମା’କୁ ପୁଣି ନିଜର ସହିତ ନେଇ ଯାଇଥିଲେ। କିଛିଦିନ ପରେ ସଂସ୍ଥାର ପ୍ରତିଷ୍ଠାତା ବୃଦ୍ଧାଙ୍କୁ ଦେଖା କରିବା ପାଇଁ ଯାଇଥିବା ବେଳେ ସେ ଘରେ କୋମାରେ ପଡ଼ିଥିଲେ। କିଛିଦିନ ପରେ ଶୁଣିବାକୁ ମିଳିଲା ଲେଖକ ତାଙ୍କ ମା’ଙ୍କୁ ମାଡ଼ମାରି ହତ୍ୟା କରି ଦେଇଛନ୍ତି। କେହି ପୁଅ ତାର ମା’କୁ ଏପରି ଭାବେ ନିର୍ଯାତନା ଦେଇ ହତ୍ୟା କରିପାରେ ମୁଁ ସ୍ବପ୍ନରେ ସୁଦ୍ଧା ଚିନ୍ତା କରି ପାରୁନାହିଁ।

Leave a Reply

Your email address will not be published. Required fields are marked *