ବ୍ରହ୍ମା କୁମାରୀ ଭଳି ସଂସ୍ଥା ମାନଙ୍କ ଦ୍ଵାରା ନିଶା ନିବାରଣ ସମ୍ଭବ 

ବରଗଡ଼, ୦୭/୦୮: ଭାରତ ସରକାରଙ୍କ ଅଗଷ୍ଟ ୬ ତାରିଖ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ନିଶା ନିବାରଣ ପକ୍ଷ ପରିପ୍ରେକ୍ଷୀରେ ବରଗଡ଼ ସ୍ଥିତ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରବିନ୍ଦ୍ରନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମା କୁମାରୀ ଭଳି ସଂସ୍ଥା ମାନଙ୍କ ଦ୍ଵାରା ନିଶା ନିବାରଣ ସମ୍ଭବ ହୋଇ ପାରିବ ଏବଂ ଆପଣ ମାନଙ୍କ ସହିତ ଏହିପରି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ ବାହିନୀ ସଦା ସର୍ବଦା ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହିତ ନିଶା ନିବାରଣ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । 

ମଞ୍ଚାସିନ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଂପାଦକ ଶ୍ରୀ ଗୋବିନ୍ଦ ଦାଶ ଏବଂ ସମ୍ବାଦ ର ବିଜ୍ଞାପନ ମୁଖ୍ୟ ଜୟ ପ୍ରକାଶ ଶତପଥୀ ଯୋଗଦେଇ ନିଜ ନିଜର ଅନୁଭୂତି ତଥା ବ୍ରହ୍ମା କୁମାରୀ ର ଏହି ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ । ଏଥିରେ ଲାୟନ୍ସ କ୍ଳବ୍ ର ସଭାପତି ତଥା ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ସଂପାଦକ ଯୋଗଦେଇ ଏହି ପ୍ରୟାସ କୁ ଆହୁରି ବ୍ୟାପକ କରାଯିବ ବୋଲି ସମ୍ମତି ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଭାଇ ଭଉଣୀ ତଥା ବରଗଡ଼ ର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସଂଚାଳିକା ଯଶୋଦା ଭଉଣୀ ଅତିଥି ପରିଚୟ ପ୍ରଦାନ ଏବଂ ନିଶା ନିବାରଣ ଉପରେ ସଂକଳ୍ପ କରାଇଥିଲେ । ଝିଲ୍ଲୀ ଭଉଣୀ ମଞ୍ଚ ସଂଚାଳନ କରିଥିବା ବେଳେ ଡ଼ାକ୍ତର ବିମଳ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.