December 2024
ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ
ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ। ଫସଲହାନୀର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟ୍କୁ ଯାଇ ତଦନ୍ତ କରିବ। ଫସଲହାନୀ ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି। ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ଚଳିତ ମାସ ୧୭ ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ଧରଣର ବର୍ଷା ହୋଇ ନଥିବା ବେଳେ ହାଲୁକାରୁ ମଧ୍ୟମଧରଣର ବର୍ଷା ଚାଷୀକୁଳଙ୍କୁ କ୍ଷତି ପହଞ୍ଚାଇଛି। ଫସଲ ଅମଳ ସମୟରେ […]
ଏମ୍ସ ଭୁବନେଶ୍ବର ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଅବସରରେ ଏମ୍ସ ବନେଶ୍ବରଭୁ ପକ୍ଷରୁ ଆଜି “ସୁଶାସନ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ ଏମ୍ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏନେଇ ଆଜି ଏମ୍ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ […]
ଆସନ୍ତା ମାର୍ଚ୍ଚରେ ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି ଟଙ୍କା ଆକାଉଣ୍ଟକୁ ଯିବ
ଆସନ୍ତା ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଯିବ। ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ଆସନ୍ତା ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ […]
ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ
ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ଖୁବ୍ ଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା। ଏନେଇ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ। ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଥିବା ନେଇ ସେ ସୂଚନା ଦେଇଛନ୍ତି।ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ। ସିଧାସଳଖ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା। କିନ୍ତୁ […]
ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅମରେଶ, ରାଜନୈତିକ ମହଲରେ ଚର୍ଚ୍ଚା
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି କର୍ପୋରେଟର ଅମରେଶ ଜେନା ଭେଟିବା ନେଇ ବଢିଲା ଚର୍ଚ୍ଚା। ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଅମରେଶଙ୍କୁ ଏବେ ଖୋଲାଖୋଲି ବିଜେପି ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଭୁବନେଶ୍ବରରେ ଅମରେଶଙ୍କୁ ଧର୍ମେନ୍ଦ୍ର ଡାକି କିଛି ପଚାରିବା ପରେ ସେ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ବଳ ଦେଇଛି ବିଜେପି ବିଧାୟକ ବାବୁ ସିଂଙ୍କ […]
ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି […]
କୋମାରେ ‘ଡାହାଣୀ ନିରୋଧ’ ଆଇନ
ମାମଲା ସଂଖ୍ୟା ବଢ଼ୁଛି, ୫ବର୍ଷରେ ଗଡ଼ିଲାଣି ୪୪ ମୁଣ୍ଡ ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଆଜି ବି ଓଡ଼ିଶାରେ ‘ଡାହାଣୀ’ ନାମକ ଅନ୍ଧବିଶ୍ବାସ ଦୂର ହୋଇନି। କୌଣସି ନା କୌଣସି କାରଣ ପାଇଁ ଜଣେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ହତ୍ୟା କରାଯାଉଛି। ଆଉ କେଉଁଠି ଗାଁରୁ ସାମାଜିକ ବାସନ୍ଦର ସାମ୍ନା କରିବାକୁ ପଡ଼ୁଛି। ଡାହାଣୀ ବିରୋଧରେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି ସତ ହେଲେ ଏହା ଏକପ୍ରକାର କୋମାରେ […]
ଓସିଏ ଆପେକ୍ସ କାଉନ୍ସିଲ ବୈଠକ
ବାରବାଟୀ ଏକଦିବସୀୟ ପାଇଁ ପ୍ରସ୍ତୁତି କଟକ,୨୪-୧୨-୨୦୨୪ (ପିପିଏସ) : ଆସନ୍ତା ବର୍ଷ ଫେବ୍ରୁଆରି ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍କୁ ଦୃଷ୍ଟିରେ ରଖି ରବିବାର ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଆପେକ୍ସ କାଉନ୍ସିଲ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ବିଷୟରେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା। ମ୍ୟାଚ୍ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ର ଆବଶ୍ୟକ ମରାମତି କରାଯିବା ସହ ଷ୍ଟାଡିୟମର ରୂପରେଖ ପରିବର୍ତ୍ତନ କରାଯିବା ବିଷୟରେ ଆଲୋଚନା […]
ଅଜ୍ଞାତ ମୃତଦେହ ଚିହ୍ନଟରେ ବାୟୋମେଟ୍ରିକ୍ସର ଉପଯୋଗ ପାଇଁ ଶାହଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଅଜ୍ଞାତ ମୃତଦେହ ଏବଂ ନିଖୋଜ ବ୍ୟକ୍ତି ମିଳିବା ପରେ ଚିହ୍ନଟ କରିବା ପାଇଁ ବାୟୋମେଟ୍ରିକ୍ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ସହିତ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାହ ଅପରାଧ ଅନୁସନ୍ଧାନର ସମସ୍ତ ପ୍ରସଙ୍ଗରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ମାମଲା ପାଇଁ […]
ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀ
ଦେଶକୁ ବିଶ୍ୱଗୁରୁ କରାଇବାକୁ ହେଲେ ଯୁବ ଗୋଷ୍ଠୀ ଆତ୍ମନିର୍ଭର ହେବା ଉଚିତ : ଆଇନ ମନ୍ତ୍ରୀ ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଓ ସେମାନଙ୍କ ସାମର୍ଥ୍ୟକୁ ଉଜାଗର କରୁଛି। ଭାରତର ଯୁବ ପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଓ ସବୁ କ୍ଷେତ୍ରରେ ସଫଳ ବୋଲି ସିଆର୍ପିଏଫ୍ ପକ୍ଷରୁ ଆଇଏମ୍ଏମ୍ଟି ପରିସରରେ ଅନୁଷ୍ଠିତ ରୋଜଗାର ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ […]
