October 2024
ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ୍, ଚାଳକ ଗୁରୁତର ୩ ଆହତ
ବ୍ରହ୍ମପୁର,୦୬-୧୦-୨୦୨୪ (ପିପିଏସ) : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଅଟୋ ଚାଳକଜଣଙ୍କ ହେଲେ ପଦ୍ମପୁର ଗ୍ରାମର ବିଜୟ ନାୟକ ଏବଂ ସାମାନ୍ୟ ଆହତ ହୋଇଥିବା ୩ଜଣ ମହିଳା ରଣ୍ଢା ହରିଜନ ସାହିର ବୋଲି ଜଣାପଡିଛି । ସୂଚନା ଅନୁଯାଇ ରବିବାର ସନ୍ଧ୍ୟା […]
ଜଗତସିଂହପୁର ସଦର ପୋଲିସର ବଡ଼ ସଫଳତା
ଚଢ଼େଇଗାଁ ଶିବ ମନ୍ଦିର ଚୋରା ଘଟଣା ଫର୍ଧାଫାସ ଜଗତସିଂହପୁର,୦୬-୧୦-୨୦୨୪ (ପିପିଏସ) : ଆଜି ଜଗତସିଂହପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ମାସ ୨୬ତାରିଖ ରାତ୍ରରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତୁମ୍ଭା ଅଣ୍ଡେଇସାହି ପଞ୍ଚାୟତ ଅନ୍ତର୍ଗତ ଚଢେଇଗା ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଓ ମାଁ ବୁଢ଼ୀ ବାସୁଲି ମନ୍ଦିର ସମେତ ବିଭିନ୍ନ ମନ୍ଦିର ରୁ ଚୋରିକରି ନେଉଥିବା ଏକ ମନ୍ଦିର ଚୋର ରାକେଟ ର ଫର୍ଦା ଫାସ କରିଛନ୍ତି ଏସପି ଭବାନୀ ଶଙ୍କର ଉଦଗତା। ଡି […]
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୢାଗିଂ ଘଟଣା
୧୭ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବ୍ରହ୍ମପୁର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୢାଗିଂ ଘଟଣାକୁ ନେଇ ଶୃଙ୍ଗଳା କମିଟିର ତଦନ୍ତ ପରେ ୧୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଗତ ମାସ ୨୧ ତାରିଖ ରାତିରେ ନୂତନ […]
ତେଲ ୧୦୦ ଡଲାର ଛୁଇଁବ!
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ମଧ୍ୟପ୍ରାଚ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଛି। ଇରାନରେ ଏଥିପାଇଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ସମ୍ଭାବନା ରହିଛି ବୋଲି ଏକ ଆକଳନରେ କୁହାଯାଇଛି। ଗୋଲ୍ଡମ୍ୟାନ ସାଚ୍ସ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦ରୁ ୨୦ ଡଲାର ବୃଦ୍ଧି ଘଟିପାରେ। ଯଦି ଦୈନିକ ୨ […]
ଜିଆରଏସ ପଦକୁ ପୁଣି ଫେରାଇନେବା ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ
କଟକ,୦୬-୧୦-୨୦୨୪ (ପିପିଏସ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଭାବେ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିବା ଗ୍ରାମରୋଜଗାର ସେବକ(ଜିଆରଏସ)ଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବା ପାଇଁ ୨୦୨୪, ସେପ୍ଟେମ୍ବର ୨୫ରେ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ହାଇକୋର୍ଟ ମାମଲାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ, ଜିଲ୍ଲା […]
ଟ୍ରକ୍-କଣ୍ଟେନର ଦୁର୍ଘଟଣାଗ୍ରସ୍ତ: ଜଣେ ଡ୍ରାଇଭର ମୃତ, ହେଲପର ଗୁରୁତର
୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ବଡରମା ଘାଟି ତଳ କଦଳିପାଲ ନିକଟରେ ଏକ ଟ୍ରକ ଓ ଗୋଟିଏ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। କୁଚିଣ୍ଡା/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ବଡରମା ଘାଟି ତଳ କଦଳିପାଲ ନିକଟରେ ଏକ […]
ପାରିବାରିକ ପର୍ବରୁ ସାମାଜିକ ମହୋତ୍ସବ
କଟକରେ ଦୁର୍ଗାପୂଜା ଓ ସୁନାଚାନ୍ଦି ମେଢ଼ କଟକ,୦୬-୧୦-୨୦୨୪ (ପିପିଏସ) : ଓଡ଼ିଶାରେ ଦଶହରାରେ ମୃଣ୍ମୟୀ ପୂଜାର ପରମ୍ପରା ଖୁବ୍ ଲୋକପ୍ରିୟ। କିନ୍ତୁ ଏହା ସ୍ବକୀୟ ଉତ୍କଳୀୟ ପରମ୍ପରା ନୁହେଁ। ରାଜ୍ୟର ପ୍ରାଚୀନ ସହର କଟକର ବଙ୍ଗୀୟ ଅଧିବାସୀ ଏହାର ମୂଳଦୂଆ ପକାଇଥିଲେ ବୋଲି କୁହାଯାଏ। ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ବଙ୍ଗରେ ଦୁର୍ଗାପୂଜା ଧନୀ ଜମିଦାରଙ୍କ ପାରିବାରିକ ପର୍ବ ଭାବେ ପାଳନ କରାଯାଉଥିଲା। ତେବେ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ବେଳକୁ ଦୁର୍ଗାପୂଜା ଏକ ଗଣପର୍ବରେ ପରିଣତ ହୋଇ […]
ଅଙ୍ଗନୱାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ତାତିଲେ ଗ୍ରାମବାସୀ
ବୈଶିଙ୍ଗା/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଅଙ୍ଗନଓ୍ୱାଡି କର୍ମୀଙ୍କ ମନମୁଖୀ କାମ ସାଙ୍ଗକୁ ଦୀର୍ଘଦିନ ଧରି ଚଳାଇ ଆସିଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଶନିବାର ବେତନଟୀ ବ୍ଳକ ଅନ୍ତର୍ଗତ ନଡପୁର ପଞ୍ଚାୟତ ଅଧୀନ ଟିକରଗଡିଆ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଖବରପାଇ ପାଇ ସୁପରଭାଇଜର ଏବଂ ଆଖପାଖର ଅଙ୍ଗନୱାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି । ଅଙ୍ଗନଓ୍ୱାଡି କର୍ମୀଙ୍କ ମନମୁଖୀ କାମ ସାଙ୍ଗକୁ ଦୀର୍ଘଦିନ ଧରି ଚଳାଇ ଆସିଥିବା […]
ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ ରାହିତ
କୋରାପୁଟ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିଅନସିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟ ରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ଜ୍ୟାକ୍ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟଙ୍କୁ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତଙ୍କ […]
ବିଜେପି ଉପରେ ସବୁ ବର୍ଗର ଲୋକଙ୍କ ଭରସା ବଢ଼ୁଛି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ସହିଦ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ବିଏମ୍ସି ପକ୍ଷରୁ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିବା ସହ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାସହ ଭୁବନେଶ୍ୱର ଠାରେ ଆମ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ନାଗରିକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅନ୍ଲାଇନ ମାଧ୍ୟମରେ ସଦସ୍ୟ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଥମେ ବୁଦ୍ଧଜୟନ୍ତୀ ପାର୍କରେ […]
