1 min read

ସୁପ୍ରିମକୋର୍ଟର ପତାକା ଓ ଚିହ୍ନ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାରା ଦେଶକୁ ଦେଇଛନ୍ତି ବଡ଼ ଉପହାର । ଏହି ପ୍ରତିଷ୍ଠା ଅବସରରେ ସୁପ୍ରିମକୋର୍ଟ ପାଇଁ ନୂଆ ପତାକା ଏବଂ ନୂଆ ପ୍ରତୀକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଏହି ନୂତନ ପତାକା ଏବଂ ଚିହ୍ନ ଭାରତର ନ୍ୟାୟ ଏବଂ ଗଣତନ୍ତ୍ରର ସଂକେତ ଭାବରେ ସ୍ଥାନ ପାଇଛି । ନେସନାଲ ଇନଷ୍ଟିଚ୍ୟୁଟ୍ […]

1 min read

ମଣିପୁରରେ ପୁଣି ଫୁଟିଲା ଗୁଳି : ମା’ ମୃତ, ଝିଅ ଆହତ

ଇମ୍ଫାଲ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହିଂସା ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଚାଲିଛି ଗୁଳି। ଆଜି ହିଂସାର ଫାଇଦା ନେଇ କିଛି ସନ୍ଦିଗ୍ଧ ବିଦ୍ରୋହୀ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୨ ବର୍ଷୀୟ ଝିଅ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ସେମାନେ ଏବେ ବିପଦ ମୁକ୍ତ ରହିଛନ୍ତି। ପୁଲିସ୍‌ ସୂତ୍ର ଅନୁସାରେ, […]

1 min read

ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ତେଜିନ୍ଦର ସିଂହ

ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶାଲ ତେଜିନ୍ଦର ସିଂହ ଆଜି ନୂଆଦିଲ୍ଲୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ନିଯୁକ୍ତି ପାଇବା ପରେ ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏୟାର ମାର୍ଶାଲ ତେଜିନ୍ଦର ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଏବଂ ୧୯୮୭ ଜୁନ ୧୩ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । […]

1 min read

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ : ଜାଣନ୍ତୁ ଆବେଦନର ନିୟମ ଓ ଫର୍ମ ସମ୍ପର୍କରେ

ଭୁବନେଶ୍ୱର,୧-୦୯-୨୪(ପିପିଏସ) : ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍‌ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହେଉଥିବା ବେଳେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ’ ସେବା କେନ୍ଦ୍ର ଓ ଜନସେବା […]

1 min read

ଶ୍ରୀମନ୍ଦିରରେ ଲାଗିଲା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କଡ଼ା ପହରା : ଆଉ ବିକି ପାରିବେନି ବାସି ଅବଢ଼ା

ପୁରୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଶ୍ରୀମନ୍ଦିର ଭିତରେ ଆନନ୍ଦ ବଜାରରେ ଶୃଙ୍ଖଳା ଓ ସଂସ୍କାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଆଜିଠୁ ଶ୍ରୀମନ୍ଦିରରେ ମୁତୟନ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ମୋଟ ଦୁଇଟି ସିଫ୍ଟରେ ୨୦ଜଣ ପୂର୍ବତନ ସେନା କର୍ମଚାରୀ ମୁତୟନ ହେବେ। ଆଜି ସକାଳେ ୧୦ଜଣ ଆନନ୍ଦ ବଜାର ଓ ମନ୍ଦିର ବେଢାରେ ମୁତୟନ ହୋଇଥିବା ବେଳେ ଅପରାହ୍ନ ୨ଟାରୁ ଆଉ ୧୦ଜଣ ମୁତୟନ ହେବେ। ଆନନ୍ଦ ବଜାର ଶୃଙ୍ଖଳା ଓ […]

1 min read

ମାସ ଆରମ୍ଭରୁ ଝଟ୍‌କା : ବଢ଼ିଲା ଏଲ୍‌ପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର। କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି ସିଲିଣ୍ଡର ପିଛା ୩୯ ଟଙ୍କା। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ଦର ୧୬୯୧.୫୦ ପଇସାକୁ ବୃଦ୍ଧି ହୋଇଛି। ସେହିପରି କୋଲକାତାରେ ନୂଆ ଦର ଲାଗୁ ହେବା ପରେ ସିଲିଣ୍ଡର ଦାମ୍‌ ୧୮୦୨.୫୦ ଟଙ୍କା, ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ୧୮୫୫ ଟଙ୍କାରେ ପହଞ୍ଚିଛି। ଗତମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢ଼ିଥିଲା। ତେବେ […]

1 min read

ହୃତଘାତରେ ପୂର୍ବତନ ବିଧାୟକ ଙ୍କ ପରଲୋକ

ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କର ଆଜି ଭୋର ପ୍ରାୟ ୪ଟା ସମୟରେ ପରଲୋକ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଅଶ୍ୱିନୀ ଗୁରୁ ୧୯୮୦ରେ ସମ୍ବଲପୁରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଧାୟକ ରହିଥିଲେ। ୨୦୧୮- ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ। ଜରାଜନଗର ସ୍ଥିତ ହରିଓଁ […]

1 min read

‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୫ ବିଜେପି କର୍ମୀ ନିଲମ୍ବିତ

ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ’ମନ୍ କୀ ବାତ’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୫ ବିଜେପି କର୍ମକର୍ତ୍ତାଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ […]

1 min read

ବନ୍ଧା ହେଲେ ବ୍ଲକ ଶିକ୍ଷା ଅଧିକାରୀ : ଗତକାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ବିଇଓଙ୍କର ୩ଟି ବହୁତଳ […]

1 min read

କନିଷ୍ଠ ଯନ୍ତ୍ରୀଙ୍କ ଘରୁ ବାହାରିଲା ବିଡ଼ା ବିଡ଼ା ନୋଟ୍‌ : ଭିଜିଲାନ୍ସ ଟିମ୍‌କୁ ଦେଖି ଚେତା ହରାଇଥିଲେ

ରାୟଗଡ଼ା/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବେହୋସ ହୋଇଯାଇଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି। ଏହା ସହିତ ତାଙ୍କର ଏକାଧିକ ପ୍ଲଟ ଠାବ କରାଯାଇଛି। ରାୟଗଡ଼ାରେ ଶ୍ରୀ ଚୌଧୁରୀଙ୍କର ୪ଟି ପ୍ଳଟ ଥିବା ବେଳେ […]