September 2024
ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨-୯-୨୪(ପିପିଏସ) : ପୁଣି ଥରେ ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗ। ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଉତ୍ତର ରଖିବା ପରେ ତେଜିଛି ରାଜନୀତି। ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଏହା ବିଶ୍ୱାଘାତକତା ବୋଲି ବିଜେଡି କହିଛି। ଆଉ ବିଜେଡି ସାଙ୍ଗରେ ସ୍ୱର ମିଳାଇଛି କଂଗ୍ରେସ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ହାଇକୋର୍ଟ ବେଞ୍ଚ ଦାବି ଯଥାର୍ଥ […]
ଦୋଷୀ ସାବ୍ୟସ୍ତ ହେଲେ ବି ବୁଲଡୋଜର ଚାଲିବା ଉଚିତ୍ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : ବୁଲଡୋଜର ସହ ଜଡ଼ିତ ମାମଲାର ଶୁଣାଣି ସେପ୍ଟେମ୍ବର ୨ ସୋମବାର ଦିନ ସୁପ୍ରିମକୋର୍ଟ(ଏସସି )ରେ ଆରମ୍ଭ ହୋଇଛ। ଯେଉଁଥିରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ଗଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ମେହେଟ୍ଟା କହିଥିଲେ ଯେ ପୌରସଂସ୍ଥା ଆଇନ ଅନୁଯାୟୀ ବୁଲଡୋଜିଂ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କେବଳ ପୌରସଂସ୍ଥା ନୋଟିସ ଦେବା ପରେ ବେଆଇନ ଅତିକ୍ରମଣ ମାମଲାରେ ଏହା କରାଯାଇଛି। ଜଷ୍ଟିସ ବିଶ୍ୱନାଥନ ସରକାରଙ୍କଠାରୁ ବିସ୍ତୃତ […]
କୃଷକଙ୍କୁ ମୋଦୀ ସରକାରଙ୍କ ଉପହାର : ୨୮୧୭ କୋଟି ବିନିଯୋଗରେ ଡିଜିଟାଲ କୃଷି ମିଶନ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର କ୍ୟାବିନେଟ୍ ୭ଟି ପ୍ରମୁଖ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଏହି ୭ଟି କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଛି […]
ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ : ୨ ମୃତ, ଅନେକ ଆହତ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଜଣ ଆହତ ହୋଇଛନ୍ତି । କୁହାଯାଉଛି କି ଭୂସ୍ଖଳନ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଫସିଥାଇପାରନ୍ତି । ସୂଚନା ମିଳିବା ପରେ ସ୍ଥାନୀୟ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଆହତ ଯାତ୍ରୀଙ୍କୁ […]
ଚର୍ଚ୍ଚାରେ ଆଇଏଏସ୍ ଦମ୍ପତି : ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ସ୍ୱାମୀ, ପଦ ସମ୍ଭାଳିଲେ ସ୍ତ୍ରୀ
ତିରୁଅନନ୍ତପୁରମ୍/ଭୁବନେଶ୍ୱର,୨-୯-୨୪(ପିପିଏସ) : ରୋଚକ ଏବଂ ବିରଳ ଘଟଣା । ଇତିହାସରେ ପ୍ରଥମ ଥର । ଏମିତି ଘଟଣା ଆପଣ କେବେ ଦେଖିନଥିବେ କି ଶୁଣି ବି ନଥିବେ । ଯାହା ଆଜି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି । ସ୍ୱାମୀ ମୁଖ୍ୟ ଶାସନ ସଚିବ ପଦରେ ରହି ଅବସର ନେବା […]
ମଧୁସୂଦନ ଲ’ବିଶ୍ୱବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ
କଟକ,୨-୯-୨୪(ପିପିଏସ) : ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପାଞ୍ଚବର୍ଷୀୟ ଆଇନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ର.ଡଃ ଅପରାଜିତା ଚୌଧୁରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟି ଜାତୀୟ ସଙ୍ଗୀତଗାନ ସହ ସରସ୍ୱତୀଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଇଥିଲା । କୁଳସଚିବ ନିରୂପମା ସ୍ୱାଇଁ ସଭାରେ ନିଜ ଅଭିଭାଷଣ ଦେଇ ବିଶ୍ୱବିଦ୍ୟାଳୟର ସମସ୍ତ ସୁବିଧାର […]
ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ସରକାରୀ ପଦବୀ, ସର୍ବାଗ୍ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨-୯-୨୪(ପିପିଏସ) : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ ପ୍ରାୟ ଏହାର ଅଧା ସଂଖ୍ୟକ ପଦବୀ ଖାଲି ରହିଛି। ରାଜ୍ୟରେ କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରୁ କେତେ ସଂଖ୍ୟକ ପଦବୀ ଖାଲି ରହିଛି […]
ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ, ମିଳିବ ସମସ୍ତ ସୂଚନା : ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨-୯-୨୪(ପିପିଏସ) : ମହିଳାଙ୍କୁ ହାତ ଖର୍ଚ୍ଚ ଦେବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ବହୁ କଳ୍ପନା ଜଳ୍ପନା ପରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in ଲଗ୍ ଇନ୍ କରି […]
ମହାପ୍ରଭୁଙ୍କ ଦର୍ଶନ କଲେ ଆର୍ ବି ଆଇ ଗଭର୍ଣ୍ଣର
ଭୁବନେଶ୍ୱର,୨-୯-୨୪(ପିପିଏସ) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି । ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି । ଉଭୟ ମହାପ୍ରଭୁଙ୍କ ଦର୍ଶନ ଓ ସାନିଧ୍ୟ ଲାଭକରୀ ଖୁବ ଭାବବିହ୍ବଳ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ […]
ଦନ୍ତା ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ
ବଲାଙ୍ଗୀର/ଭୁବନେଶ୍ୱର,୨-୯-୨୪(ପିପିଏସ) : ହାତୀ ପାଦ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ । ଛାରଖାର ହୋଇଗଲା ସଂସାର। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଲି ଗାଁରେ ଘଟିଛି। ମୃତ ଦମ୍ପତି ହେଲେ ନୀଳାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା । ଗତ ରାତିରେ ନିଜ କ୍ଷେତରେ ନୀଳାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା ଓ ସେମାନଙ୍କ ପୁଅବୋହୂ ବି ରହିଥିଲେ । ଭୋରୁ ଭୋରୁ କିଛି ଶବ୍ଦ ହେଉଥିବା ଶୁଣି […]
