1 min read

ସ୍ବତନ୍ତ୍ର ଅଲିମ୍ପିକ୍ସ ଜାତୀୟ ବୋଲିଂ: ଓଡ଼ିଶାକୁ ସ୍ବର୍ଣ୍ଣ ଓ କାଂସ୍ୟ

ଭୁବନେଶ୍ବର/୦୮-୦୯-୨୦୨୪(ପିପିଏସ): ନୂଆଦିଲ୍ଲୀର ରୁବ୍ ମଲ୍ଲ ଜୋରେକୋରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଖେଳାଳିଙ୍କ ପ୍ରଥମ ଜାତୀୟ ବୋଲିଂ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଅସୀମା ଐଶ୍ବର୍ଯ୍ୟା ଓ ସଂଗୀତା ନାୟକଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଦେବାଶିଷ ଓ କିରଣ ନାଗଙ୍କୁ ନେଇ ଗଠିତ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହ ବିବେକାନନ୍ଦ ମହାନ୍ତି ଓ ଲିଲୁବାଳା ମହାପାତ୍ର […]

1 min read

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା! ୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର/୦୮-୦୯-୨୦୨୪(ପିପିଏସ): ପଶ୍ଚିମ ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳକୁ ବିପଦ ଥିବା ନେଇ ସୂଚନା ଦିଆଯାଇଛି । ଅବପାତ ଉତ୍ତର ଦିଗରେ ଗତି କରି ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗତି କରିବ ।ସୂଚନାନୁଯାୟୀ, ବନ୍ଦରଗୁଡ଼ିକୁ ବିପଦ ସଙ୍କେତ ଜାରି କରାଯାଇଛି । ଏହାର ପ୍ରଭାବରେ […]

1 min read

ଆଦିବାସୀସାହିରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

କଟକ/ବାରଙ୍ଗ/୦୮-୦୯-୨୦୨୪(ପିପିଏସ): ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀ ବାରଙ୍ଗସ୍ଥିତ ଏକ ଆଦିବାସୀସାହିରେ ପଖାଳ ଖାଇବା ସାଙ୍ଗକୁ ତୋରାଣି ପିଇବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଅତିଥିଭାବେ ତାଙ୍କୁ ଅରୁଆ ଅନ୍ନ ସାଙ୍ଗକୁ ୨୨ ପ୍ରକାର ବ୍ୟଞ୍ଜନ ବଢ଼ାଯାଇଥିଲେ ମଧ୍ୟ ସେ ଓଡ଼ିଆଙ୍କ ସବୁଦିନିଆ ପଖାଳ ଓ ତୋରାଣିକୁ ଅଧିକ ପସନ୍ଦ କରିଥିଲେ। ଗରିବ ଆଦିବାସୀଙ୍କ ଘରେ ସବୁଦିନିଆ ଖାଦ୍ୟ ଗ୍ରହଣ କରିବାକୁ ଗୁରୁତ୍ବ ଦେଇଥିଲେ।  ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାରଙ୍ଗ ବ୍ଲକ୍‌ […]

1 min read

ରୁଷିଆ-ୟୁକ୍ରେନ ଯୁଦ୍ଧ ରୋକିବାକୁ ଭାରତର ପ୍ରୟାସ: ଅଜିତ ଡୋଭାଲ ଶାନ୍ତି ଦୂତ !

ନୂଆଦିଲ୍ଲୀ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ଭାରତ ଉଦ୍ୟମ ଜାରି ରଖିଥିବା ଜଣାପଡିଛି। ବର୍ତ୍ତମାନ ଅଜିତ ଡୋଭାଲ ମସ୍କୋ ଯାଉଛନ୍ତି। ଫଳରେ ଏହି ଅନୁମାନ ଏବେ ଦୃଢ଼ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ରୁଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ବିଶ୍ୱର ସମସ୍ତ ଦେଶ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦୃଷ୍ଟି ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ଠିକ୍ ଏହି […]

1 min read

ଗଣେଶ ବିସର୍ଜନ ବେଳେ ଚାଲିଗଲା ଜୀବନ

ବଡଭାଇ ମୃତ , ସାନଭାଇ ଗୁରୁତର ସୋର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା ଅଘଟଣl ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ପରେ ବାଲେଶ୍ୱର ସ୍ଥାନାନ୍ତରl ବାବା ଗଣେଶଙ୍କର ଆଜି ଗାଁରେ ବିସର୍ଜନ କରାଯାଉଥିଲା l ତେଣୁ ଗାଁର ପିଲାମାନେ ଭସାଣି ପାଇଁ ଗାଁ ପୋଖରୀକୁ ନେଇଥିଲେ l ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା […]

1 min read

କଟକ ସାଂସଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗୟାଧର

କଟକ,୦୮-୦୯-୨୦୨୪(ପିପିଏସ) : କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ୬୭ ତମ ଜନ୍ମଦିନ କଟକସ୍ଥିତ ବାସ ଭବନରେ ଧୁମଧାମରେ ପାଳିତ ହୋଇଯାଇଛି l ଏହି ଅବସରରେ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ସାଂସଦ ଶ୍ରୀ ମହତାବଙ୍କୁ ତାଙ୍କ ବାସ ଭବନରେ ଭେଟି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି l ସାଂସଦ ଶ୍ରୀ ମହତାବ ତାଙ୍କ ୬୭ ତମ ଜନ୍ମଦିବସ ଅବସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସହ ଓଡ଼ିଶାରେ […]

1 min read

ଅକ୍ଟୋବର ୫ରୁ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ଅକ୍ଟୋବର ମାସ ୫ ତାରିଖରୁ “ରୂପାନ୍ତର ଅନୁଷ୍ଠାନ” ତାର ରୌପ୍ୟ ଜୟନ୍ତୀ ପାଳନ କରିବା ଅବସରରେ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି I ମହୋତ୍ସବ ଉଦଘାଟନୀ ସଂଧ୍ୟାରେ ଆୟୋଜକ “ରୂପାନ୍ତର” ପକ୍ଷରୁ ନିଜସ୍ୱ ନାଟକ “ଦୁର୍ଘଟଣା” ମଞ୍ଚସ୍ଥ ହେବ ବୋଲି ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ରନାଥ ସାହୁ ଜଣାଇଛନ୍ତି I ଇତିମଧ୍ୟରେ ନାଟକର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ […]

1 min read

୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ

ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଜଣେ ବ୍ରାଉନସୁଗାର ବେପାରୀକୁ ଧରିଛି ବାରିପଦା ଟାଉନ୍ ପୁଲିସ । ଅଭିଯୁକ୍ତଠାରୁ ୧୯୯.୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଉକ୍ତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାଛଡ଼ା ଏକ ଭିଭୋ ସ୍ମାର୍ଟ ଫୋନ୍ ଓ ନଗଦ ୫୧୫୦ ଟଙ୍କା ଜବତ କରାଯାଇଥିବା ନେଇ ପୁଲସ ପକ୍ଷରୁ ସୂଚନା ଦିଆଯାଇଛି ଅଭିଯୁକ୍ତର ନାମ ଗୋବିନ୍ଦ ପାଲ୍ (୪୨)ବୋଲି ଜଣାଯାଇଛି। ତାର ଘର ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର […]

1 min read

ସ୍କୁଲରେ ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ରେ ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁସ୍ଥ ହୋଇଛନ୍ତି । ଆଜି ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଶନିବାର ବାଙ୍ଗିରିପୋଷୀ ବ୍ଲକ୍‌ ଭୂଆଶୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା । ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ […]

1 min read

ମରିଗଲା ମାନବିକତା : ଡାକ୍ତରଖାନାରେ ଭଉଣୀର ଶବ ଛାଡ଼ି ଚାଲିଗଲା ଭାଇ

ରାଉରକେଲା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଭଉଣୀର ସ୍ନେହ ଓ ମମତା ଭୁଲିଗଲା ଭାଇ। ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଭଉଣୀର ଶବକୁ ଆର୍‌ଜିଏଚ୍‌ରେ ଫିଙ୍ଗିଦେଇ ଚାଲିଗଲା ଭାଇ। କେବଳ ଏତିକି ନୁହେଁ, ଭଉଣୀର ମୃତଦେହ ଘରକୁ ନ ଆଣିବାକୁ ବସ୍ତିରେ କାହାକୁ କିଛି ନ କହି ଚୁପ୍‌ ରହିଥିଲା। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଆଜିର ଏଭଳି ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ଡାକ୍ତରଖାନା କର୍ମଚାରୀଙ୍କ ସୂଚନା ଆଧାରରେ ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ […]