September 2024
ସାଉଦି ଆରବରେ ଫସିଲେ ୬ ଓଡ଼ିଆଙ୍କ ସମେତ ୮ ଜଣ
ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବଳରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଦାମୋଦରପୁର ଗ୍ରାମର ବନମାଳୀ ଖୁଣ୍ଟିଆ, ପଞ୍ଚୁଗାଁର ରଞ୍ଜିତ ବାରିକ, ଅସୁରିପାଟଣା ଗ୍ରାମର […]
ବଜ୍ରପାତ ନେଲା ୨ଚାଷୀଙ୍କ ଜୀବନ
ବୈଶିଙ୍ଗା/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଖଡ଼ିଶୋଳ ପଞ୍ଚାୟତର ଡ଼ୁମାପଦା ଗାଁରେ କ୍ଷେତରେ କାମ କରୁଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଦୁଇଜଣ ଭାଗ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର ସ୍ବର୍ଗତ ଅନୁକୂଳ ମହାନ୍ତଙ୍କ ପୁଅ ଗୋବିନ୍ଦ(୫୨) ଏବଂ ଶଙ୍ଖଯୋଡ଼ ଗ୍ରାମର ରାମ ହାଁସଦାଙ୍କ ପୁଅ ଶିବ ହାଁସଦା(୩୦)l ଗୋବିନ୍ଦ ଏବଂ ଶିବ ଡ଼ୁମାପଦା ଗ୍ରାମର ଉମେଶଚନ୍ଦ୍ର ମହାନ୍ତଙ୍କ ବିଲକୁ ଭାଗ ସୂତ୍ରରେ ନେଇ ଚାଷ କରୁଥିଲେl […]
ଲଗାଣ ବର୍ଷାରେ ଧୋଇଗଲା ସୋଲାର ଜଳ ପ୍ରକଳ୍ପ : ନିମ୍ନମାନର କାର୍ଯ୍ୟ ଅଭିଯୋଗ
ମାଲକାନଗିରି/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ରେ ଓ ଟି ଏଲ୍ ପି ପ୍ଲସ ପକ୍ଷରୁ ବିକାଶମୂଳକ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ‘ବିକାଶ’ ସଂସ୍ଥା ସହ 2021-22 ମସିହାରେ ଚୁକ୍ତିନାମା କରାଯାଇଥିଲା। ଆର୍ଥିକ ବର୍ଷ 2023-24 ରେ ଦୋରାଗୁଡା ପଞ୍ଚାୟତର ତାଟମାନଗୁଡା ଠାରେ ୬ଲକ୍ଷ ଟଙ୍କା ବ୍ୟୟରେ ଚାଷୀ ମାନଙ୍କ ଜମିରେ ଜଲସେଚନ ସୁବିଧା ନିମନ୍ତେ ଅଟକଳ କରାଯାଇ ଏକ ସୋଲାର ପ୍ରକଳ୍ପ କରାଯାଇଥିଲା। କିନ୍ତୁ ନିମ୍ନ ମାନର କାର୍ଯ୍ୟ ହେତୁ ସୋମବାର ଲଗାଣ […]
ରାତି ଅଧରେ ବୁଲିଲା ଖଣ୍ଡା : ଜଣେ ମୃତ ୨ ଗୁରୁତର
ବଲାଙ୍ଗୀର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ପଡ଼ୋଶୀଙ୍କ ଖଣ୍ଡା ଚୋଟରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମାଲଗୋଦାମ ପଡ଼ାରେ । ମୃତକ ହେଲେ ନିରଜ ହରପାଲ। ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିରଜ ଓ ତାଙ୍କର ଦୁଇ ସାଙ୍ଗଙ୍କ ସହିତ ପାନ ଦୋକାନକୁ ଯାଇଥିଲେ। […]
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ
ସୁନ୍ଦରଗଡ଼/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଛି। ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଗତକାଲି ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିଲା। ଏହି ସମୟରେ ନୂଆଗାଁ ନିକଟ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ […]
ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ […]
ସୁରକ୍ଷା ପାଇଁ ଚିନ୍ତିତ ଥିବା ବାପା ଝିଅ ମଥାରେ ଖଞ୍ଜିଲେ କ୍ୟାମେରା
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଦିନକୁ ଦିନ ସମାଜରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାଲରେ ଲାଗିଛି। ଏଭଳି କ୍ଷେତ୍ରରେ ନାରୀମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯାଇଛି। ଅଭିଭାବକମାନେ ସେମାନଙ୍କ କନ୍ୟାମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି। କନ୍ୟାମାନେ ସ୍କୁଲ, କଲେଜ ଓ ଚାକିରି କ୍ଷେତ୍ରରୁ ଘରକୁ ପହଞ୍ଚିବା ବିଳମ୍ବ ହେଲେ ବାପା ଓ ମା’ମାନେ ବିଚଳିତ ହୋଇପଡ଼ିଥାଆନ୍ତି। କନ୍ୟା ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାଉ, ସୁରକ୍ଷିତ ଭାବେ ଘରେ ପହଞ୍ଚିଯାଉ ବୋଲି ଅଭିଭାବକମାନେ ଭଗବାନଙ୍କ ନିକଟରେ […]
ସୁଭଦ୍ରା ଯୋଜନା ଆବେଦନ ପାଇଁ ଆସୁଥିବା ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ
ଜଳେଶ୍ଵର/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : କମର୍ଦ୍ଦା ଥାନା ନାଚିନ୍ଦା ଛକ ନିକଟରେ ଥିବା ଏକ ଜନସେବା କେନ୍ଦ୍ରକୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଆସୁଥିବା ବେଳେ ଜଣେ ମହିଳାଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ମଙ୍ଗୁଳି ଭୂୟାଁଙ୍କ ଝିଅ ମିଟି (୫୭)। ମିଟି ତାଙ୍କ ସାନ ଭଉଣୀ ସହ ସୁଭଦ୍ରା ଯୋଜନା ପାଇଁ ନାଚିନ୍ଦା ଛକ ନିକଟସ୍ଥ ଏକ ମୋ ସେବା କେନ୍ଦ୍ରକୁ ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଆବେଦନ କରିବାକୁ ଆସୁଥିବା […]
ଏସ୍ସିବିରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ
କଟକ/୦୯-୦୯-୨୦୨୪(ପିପିଏସ) : ଏସ ସି ବି ମେଡିକାଲ କଲେଜ ହସ୍ପିଟାଲରେ ଆଜି ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି । ନୟାଗଡ ଅଞ୍ଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସ ସି ବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି । ପ୍ରଫେସର ଡା ବାଲକ୍ରିଷ୍ଣନ ମେନନଙ୍କ ନେତୃତ୍ୱରେ […]
କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ଅଭାବ : ତର୍ଜମା କରୁଛନ୍ତି ସରକାର
ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରାଜ୍ୟ ରାଜଧାନୀ ଭୁବନେଶ୍ୱରର ସର୍ବ ବୃହତ ସରକାରୀ ହସ୍ପିଟାଲରେ ଡାକ୍ତର ଓ ମେଡ଼ିକାଲ୍ ଷ୍ଟାଫ୍ ମରୁଡ଼ି । ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ହସ୍ପିଟାଲର ୬୪ଟି ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ବେଳେ ୧୪ ଜଣ ଡାକ୍ତର ଠିକାରେ କାମ କରୁଛନ୍ତି। ସେହିପରି ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ମଧ୍ୟ ଫାଙ୍କା ପଡ଼ିଛି । […]
