September 2024
ଗୁଣି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ପିଟି ପିଟି ମାରିଦେଲେ
ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଛତିଶଗଡ଼ର ସୁକମାରେ ଗୁଣି ଗାରେଡ଼ି ଓ କଳାଯାଦୁ କରୁଥିବା ସନ୍ଦେହରେ ୫ ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହି ଘଟଣା ଘଟିଛି କୋଣ୍ଟା ଥାନା ଅଧୀନ ଇଟାଲ ଗାଁରୁ। ସମସ୍ତ ମୃତକ ଇଟାଲ ଗ୍ରାମର ବାସିନ୍ଦା । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, କୋଣ୍ଟା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ […]
ପୁଣି ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ
ଘୁ.ଉଦୟଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ନଂ ୱାର୍ଡର ରେଟୁଡ଼ି ଗ୍ରାମରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ହାତୀ ରେଟୁଡ଼ି ଗ୍ରାମରେ ପଶି ଧାନ ବିଲ ନଷ୍ଟ କରିଥିବା ଚାଷୀମାନେ ସୂଚନା ଦେଇଛନ୍ତି। ଏହି ହାତୀପଲ ପ୍ରାୟ ରାତି ୧୧ଘଣ୍ଟା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ଉପଦ୍ରବ କରିବା ସହ […]
ଝାଡ଼ାବାନ୍ତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ
ନବରଙ୍ଗପୁର/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳାଙ୍କ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ ଚେପଟିଆମ୍ବା ଗ୍ରାମର ଡାଳ ଜାନୀ ଗତ ୬ ତାରିଖ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଡ଼ାବୁଗାଁ […]
ସୁଭଦ୍ରା ଶୁଭାରମ୍ଭ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଦିନକ ପରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହାର ସଫଳ ରୂପାୟନ ପାଇଁ ମୋହନ ଚରଣ ମାଝୀଙ୍କ ସରକାର ଓ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି […]
ବନ୍ୟା ପରର ବିପର୍ଯ୍ୟୟ, ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ : ଚିକିତ୍ସା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ
ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ପ୍ରଥମେ ପ୍ରବଳ ବର୍ଷା ଓ ତା’ପରେ ବନ୍ୟା l ଏବେ ଦେଖାଦେଇଛି ବନ୍ୟା ପରର ବିଭୀଷିକା l ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ଦେଖାଦେଇଛି ଡାଇରିଆ ଆତଙ୍କ। ବ୍ଳକର ତୁଳସୀ, ବାରା, କୋପ୍ରା, କର୍ତ୍ତନପାଲି, ଅଟାଳଗୁଡା ଭଳି ଗାଁ ମାନଙ୍କରେ ଝାଡାବାନ୍ତିର ପ୍ରକୋପ ଦେଖିବାକୁ ମିଳିଛି । ଭିନ୍ନଭିନ୍ନ ଗାଁ ରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରୋଗୀଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଗ୍ରାମବାସୀଙ୍କ […]
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ : ଜାଣନ୍ତୁ ଦୁଇଦିନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ l ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ତା’ ପରବର୍ତ୍ତୀ ୪୮ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହୋଇ […]
କାନ୍ଥ ପଡ଼ି ଜେଜେମା ମୃତ : ବୋହୁ ସହିତ ୭ ମାସର ନାତୁଣୀ ଗୁରୁତର
ସୁବର୍ଣ୍ଣପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି। ସୂଚନା ଅନୁସାରେ ଲାଲଚନଙ୍କ ୩ ପୁଅ ସୁରେନ, ବିପିନ ଓ ଅମର ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଛନ୍ତି । ଗାଁରେ ବୃଦ୍ଧ ଦମ୍ପତି ତିନି ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ। ଶନିବାର […]
ସୁଭଦ୍ରା ଯୋଜନା କୁ ସ୍ୱାଗତ ପାଇଁ ବିଶାଳ ପଦଯାତ୍ରା
ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନାକୁ ସ୍ୱାଗତ ପାଇଁ ଭୁବନେଶ୍ୱରରେ ଆଜି ବିଶାଳ ପଦଯାତ୍ରା ଆୟୋଜିତ ହୋଇଥିଲା। ରାଜଧାନୀର ୟୁନିଟ ୩ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ୱ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, କେଭି ସିଂହ ଦେଓ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ନେତା କର୍ମୀମାନେ ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନା ବାବଦରେ ସଚେତନତା ସୃଷ୍ଟି ପାଇଁ ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ […]
ସୁଭଦ୍ରା ଯୋଜନା : ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା
ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯାଇଛି ୧ଟଙ୍କା । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯାଇଛି । ସୁଭଦ୍ରା ଯୋଜନାକୁ ସ୍ୱାଗତ ପାଇଁ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ବିଶାଳ ପଦଯାତ୍ରାରେ ଯୋଗଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଶେଷ ଯୋଗ୍ୟ ମହିଳା ହିତାଧିକାରୀଙ୍କ […]
ରାଉରକେଲା ଓ ବ୍ରହ୍ମପୁର ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ରାଉରକେଲା/ବ୍ରହ୍ମପୁର/ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ଏକ୍ସପ୍ରେସ୍ ଟ୍ରେନ। ରାଉରକେଲା-ହାୱାଡ଼ା ଓ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନର ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି। ଏହାର ଶୁଭାରମ୍ଭ ବେଳେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ […]
