August 2024
ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ
ଖୋର୍ଦ୍ଧା/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବନ ବିଭାଗର ତଦନ୍ତ ଜାରି ରଖିଛି। ଗତ ୨ ମାସ ତଳେ ସେହି ସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।
ପିଶାଚ ମାମୁଁର ବିଭତ୍ସ କାଣ୍ଡ : ଦୁଷ୍କର୍ମ ସହିତ ହତ୍ୟାର ଶିକାର ହେଲା ଭାଣିଜୀ
ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଓ ଅମାନୁଷିକ ଘଟଣା । ସମ୍ପର୍କୀୟ ମାମୁଁର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ଜଣେ ନାବାଳିକା । ପିଶାଚ ମାମୁଁ ଭାଣିଜୀକୁ ଦୁଷ୍କର୍ମ କରିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ସମ୍ପର୍କୀୟ ମାମୁଁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସମ୍ପର୍କୀୟ ମାମୁଁ ରବି ସିଂହକୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ରେମୁଣା ଅଞ୍ଚଳର ରହୁଥିବା ନାବାଳିକା […]
ସସ୍ମିତା ମାଝୀ ଗିରଫ : ୩ଦିନ ତଳେ ବିଜେଡିରୁ ହୋଇଥିଲେ ବହିଷ୍କୃତ
ମାଲକାନଗିରି/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଭି.କେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ଆଜି ଗିରଫ କରିଛି ମାଥିଲି ଥାନା ପୁଲିସ। ଜଗତସିଂହପୁରରୁ ପୁଲିସ ସସ୍ମିତାଙ୍କୁ ଗିରଫ କରିଥିବା ଜଣାଯାଇଛି। ୩ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା […]
ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆଉଜଣେ କର୍ମଚାରୀ : ୬ଟି ସ୍ଥାନରେ ଚଢ଼ାଉ
ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଗୁରୁବାର ଦିନ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ବନ୍ଧା ହେବା ପରେ ଆଜି ଶିକ୍ଷା ବିଭାଗର ଆଉଜଣେ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ପ୍ରଦୀପ ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି । ବାଲେଶ୍ୱର ଅଙ୍ଗାରଗାଡ଼ିଆରେ […]
ପାରାଅଲିମ୍ପିକ୍ସ: ବିଶ୍ୱ ରେକର୍ଡ ଅଳ୍ପକେ ମିସ୍ କଲେ ଭାରତର ହାତ ନଥିବା ତୀରନ୍ଦାଜ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭାରତର ତଥା ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ବିଶ୍ୱ ରେକର୍ଡକୁ ଅଳ୍ପକେ ମିସ୍ କରି ଯାଇଛନ୍ତି। ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଶୀତଲ କମାଲ କରିଥିଲେ ହେଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଙ୍କିଙ୍ଗ ରାଉଣ୍ଡରେ ଭାଗ ନେଇଥିବା ଶୀତଲ ୭୦୩ ପଏଣ୍ଟ ସ୍କୋର କରି ପ୍ରଥମେ ପାରା ଗେମ୍ସ ଓ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଥିଲେ। କିନ୍ତୁ ସମାନ ପ୍ରତିଯୋଗିତାରେ ଭାଗ ନେଇଥିବା ତାଙ୍କ ପ୍ରତିପକ୍ଷ […]
ଆରମ୍ଭ ହୋଇଗଲାଣି ସଜବାଜ : ଜମିବ ନୂଆଁଖାଇ
ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଜିଲ୍ଲାରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଛି । ସମ୍ବଲପୁରରେ ମା’ ସମଲେଇଙ୍କଠାରେ ୮ ତାରିଖ ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରି ନୂଆ ଖାଇ ପାରିବେ। ସୁବର୍ଣ୍ଣପୁରରେ ପୂର୍ବାହ୍ନ ୯ଟା […]
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ ଛୁଟି
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ଦିବସ ହୋଇଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା କରାଯାଇଛି। ସେହିଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଆସିଲା ‘ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ : ରାସନ୍ କାର୍ଡଧାରୀ ନଚେତ୍ ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିଲେ ମିଳିବ ସହାୟତା
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ ଆଜି ଜାରି ହୋଇଛି । ରାସନକାର୍ଡଧାରୀ ପରିବାର ସଦସ୍ୟ (ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବା ଜଣେ ୨୧ରୁ ୬୦ବର୍ଷ ବୟସର ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ‘ଆୟସୀମା’କୁ ସାମିଲ କରାଯାଇଛି ଓ ବାକି ଅପରିବର୍ତ୍ତିତ […]
କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ପୁରୀ ଜିଲ୍ଳାରେ ମାଡ଼ିଚାଲିଛି ବାର୍ଡ ଫ୍ଲୁ। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ବାର୍ଡ ଫ୍ଲୁ ନମୁନା ପଜିଟିଭ୍ ଆସିଥିବା ବେଳେ ଆଜି ସୁଦ୍ଧା ୩୦ ହଜାର କୁକୁଡା ମରା ଯାଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବାର୍ଡ ଫ୍ଲୁରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ। ସେ କହିଛନ୍ତି, ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ […]
ମଣିଷକୁ ବ୍ୟାପିନି ବାର୍ଡଫ୍ଲୁ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି, ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କର ଯେଉଁ ନମୁନା ପରୀକ୍ଷା ପାଇଁ ପୁଣେ ଯାଇଥିଲା, ତାହା ନେଗେଟିଭ ଆସିଛି। ତଥାପି ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ବାର୍ଡଫ୍ଲୁ ଯେଭଳି […]