ପ୍ରମୁଖ ଖବର
ଇସ୍ରାଏଲ-ଆମେରିକାକୁ ଇରାନର ଖୋଲା ଧମକ
ଇସ୍ରାଏଲ୍ ଏବଂ ଇରାନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ଏହାଯୋଗୁ ଉଭୟ ପକ୍ଷର ଯେକୌଣସି ଆକ୍ରମଣ ପଶ୍ଚିମ ଏସିଆକୁ ଏକ ବଡ଼ଯୁଦ୍ଧ ମୁହଁକୁ ଠେଲି ଦେଇପାରେ ବୋଲି ଭୟ ରହିଛି। ଗାଜା ଷ୍ଟ୍ରିପ ଏବଂ ଲେବାନନରେ ଏକ ଯୁଦ୍ଧ ଚାଲିଛି। ଇସ୍ରାଏଲର ଆକ୍ରମଣ ଦ୍ବାରା ଉଭୟ ସ୍ଥାନରେ ଧ୍ୱଂସସ୍ତୁପ ସୃଷ୍ଟି କରିଛି… ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନି ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ ଏବଂ ଆମେରିକାକୁ ଖୋଲା ଧମକ ଦେଇଛନ୍ତି । […]
କନ୍ଧମାଳରେ ଶୀତ: ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଲା
ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୁକ୍ରବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହୋଇଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଲାଗୁଛି। ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ପଡ଼ିଲାଣି। ଫୁଲବାଣୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୁକ୍ରବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ […]
ପୋଡ଼ି ପାଉଁଶ ହୋଇଗଲା ପାର୍ବଣର ସ୍ବପ୍ନ
ରାତିଅଧରେ ନିଆଁ ଲାଗିଲା। ପାର୍ବଣ ଋତୁ ଚାଲିଥିବାରୁ ବ୍ୟବସାୟୀମାନେ ନିଜ ଦୋକାନରେ ଉଛୁଳିବା ଭଳି ପରିମାଣର ସାମଗ୍ରୀ ରଖିଥିଲେ। ଗୋଟିଏ ସ୍ଥାନରୁ ନିଆଁ ଆରମ୍ଭ ହୋଇ ଚାରିଆଡ଼କୁ ବ୍ୟାପିଗଲା। ଜାଣିବାବେଳକୁ ସାରା ଅଞ୍ଚଳ ନିଆଁରେ ଜଳୁଥିଲା। ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ରାତିଅଧରେ ନିଆଁ ଲାଗିଲା। ପାର୍ବଣ ଋତୁ ଚାଲିଥିବାରୁ ବ୍ୟବସାୟୀମାନେ ନିଜ ଦୋକାନରେ ଉଛୁଳିବା ଭଳି ପରିମାଣର ସାମଗ୍ରୀ ରଖିଥିଲେ। ଗୋଟିଏ ସ୍ଥାନରୁ ନିଆଁ ଆରମ୍ଭ ହୋଇ ଚାରିଆଡ଼କୁ ବ୍ୟାପିଗଲା। ଜାଣିବାବେଳକୁ ସାରା ଅଞ୍ଚଳ ନିଆଁରେ ଜଳୁଥିଲା। […]
ବାଲିଯାତ୍ରା ଆୟୋଜନ ଦ୍ବନ୍ଦ୍ବ
ତଳ ପଡ଼ିଆରେ ହେଲେ ଖିଲାପ ହେବ ଏନ୍ଜିଟି ନିର୍ଦ୍ଦେଶ ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ,୦୨-୧୧-୨୦୨୪(ପିପିଏସ) : ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଐତିହାସିକ କଟକ ବାଲିଯାତ୍ରା ଆୟୋଜନକୁ ନେଇ ଏବେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ହାଇକୋର୍ଟରେ ସହର ସମସ୍ୟା ଶୁଣାଣି […]
ନୂଆ ବିବାଦ ଛିଡ଼ାକଲା ଇସ୍କନ୍
ସ୍ନାନଯାତ୍ରା ବାତିଲ, ରଥଯାତ୍ରା ପାଇଁ ପ୍ରସ୍ତୁତି! ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍ ବାଦ୍ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା ସମ୍ପର୍କିତ ସୂଚନାକୁ ଇସ୍କନ୍ ହଷ୍ଟନ୍ ଶାଖା ହଟାଇ ଦେଇଛି। ପୁରୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍ […]
କଟକରେ ବାଣଫୁଟାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁଁହାମୁହିଁ
କଟକ,୦୨-୧୧-୨୦୨୪(ପିପିଏସ) : କଟକରେ ବାଣଫୁଟାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁଁହାମୁହିଁ ହୋଇଛନ୍ତି । କଟକ ବାରପଥର ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ମେରିଆବଜାର ଅଞ୍ଚଳର କିଛି ଲୋକ ଗତକାଲି ଏକାଠି ବାଣ ଫୁଟାଉଥିବାବେଳେ ବାରପଥର ଅଞ୍ଚଳର କିଛି ଯୁବକ ଵାରଣ କରିଥିଲେ। ଏହାପରେ ଦୁଇଗୋଷ୍ଠୀ ଯୁକ୍ତିତର୍କ ହେବାପରେ ଆରମ୍ଭ ହୋଇଥିଲା ଢେଲାପଥର ଓ କାଚ ବୋତଲ ମାଡ। ଗୋଟିଏ ଗୋଷ୍ଠୀର କିଛି ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହାସହ […]
ତୁଷୁରା ଏୟାର ଷ୍ଟ୍ରିପର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୯୦ କୋଟି ଟଙ୍କା ମୂଲ୍ୟରେ ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ, ସେତୁ ନିର୍ମାଣ, ସଡକ ନିର୍ମାଣ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱର/ଦେଓଗାଁ୦୨-୧୧-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗୀର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର […]
ପ୍ରଧାନଶିକ୍ଷୟିତ୍ରୀ ସ୍କୁଲରେ ଛାତ୍ରଙ୍କୁ ଘାସ କଟାଇବା ଘଟଣା
ଥାନାରେ ଏତଲା ସହ ଜିଲାପାଳଙ୍କ ନିକଟରେ ଅଭିଯୋଗ ଜିଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦେଶ କଟକ, ୦୨-୧୧-୨୦୨୪(ପିପିଏସ) : ଛାତ୍ରଛାତ୍ରୀଙ୍କୁ ପାଠପଢାଇବା ପରିବେର୍ତ୍ତ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଯଦି କୌଣସି ଛାତ୍ରଛାତ୍ରୀ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ମାଡ଼ ମରାଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଏପରିକି ସେ ନିଜ ସ୍ବାମୀଙ୍କ ସହାୟତାରେ ଅଭିଭାବକଙ୍କୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ଉଠିଛି। ବାଲୁଙ୍କେଶ୍ବର ନୋଡାଲ […]
୧୦ରେ ଲାସ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା
କୃତୀ ପ୍ରତିଯୋଗୀଙ୍କୁ ୪ର୍ଥ ଲାସ୍ୟ ଆୱାର୍ଡ ଫେଷ୍ଟିଭାଲରେ ସମ୍ମାନିତ କରାଯିବ କଟକ,୦୨-୧୧-୨୦୨୪(ପିପିଏସ) : ସଦର ଥାନା ଅନ୍ତର୍ଗତ ଗୋପାଳପୁରସ୍ଥିତ ଲାସ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଚତୁର୍ଥ ଲାସ୍ୟ ପ୍ରତିଭା ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ ଏବଂ ଆର୍ଟ ପ୍ରତିଯୋଗିତା ଟାଉନ୍ ହଲ୍ଠାରେ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ୪ର୍ଥ ଲାସ୍ୟ ଆୱାର୍ଡ ଫେଷ୍ଟିଭାଲରେ ପୁରସ୍କୃତ କରାଯିବ […]
୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ
କଟକ,୦୨-୧୧-୨୦୨୪(ପିପିଏସ) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍ଲାଇନ୍ ଲିଙ୍କ୍ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ […]