1 min read

ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ

ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ): ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଯାତ୍ରୀମାନେ ବିମାନ ବନ୍ଦରରେ ଧାରଣା ଦେଇଛନ୍ତି।  ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର […]

1 min read

ବାର୍‌ହା ଫାସରୁ ଉଦ୍ଧାର କଲପତରିଆ ଗଲା ନନ୍ଦନକାନନ

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଆଜି ସକାଳୁ ବାର୍‌ହା ଫାସରେ ଫସିଥିବା କଲରାପତରିଆକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଏହି ବାଘକୁ ଏକ ସ୍ବତନ୍ତ୍ର ବାହନରେ ନନ୍ଦନକାନନ ପଠାଯାଇଛି। କଙ୍କଡ଼ାହାଡ଼/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଏକ କଲରାପତରିଆ ବାଘ ଆଜି ଭୋର୍‌ ସକାଳୁ ବାର୍‌ହା ଫାସରେ ପଡ଼ିଛି। ଖବର ପାଇଲା ପରେ ବନ ବିଭାଗ […]

1 min read

ସମ୍ବଲପୁରକୁ ଆଧୁନିକ ସହର କରିବା :ଧର୍ମେନ୍ଦ୍ର ପ୍ରଧାନ

‘ଦୀପାବଳି ବନ୍ଧୁମିଳନ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ସମ୍ବଲପୁର ସହରରେ ସ୍ୱଚ୍ଛତା, ପାନୀୟ ଜଳ, ଡ୍ରେନେଜ, ସ୍ୱାସ୍ଥ୍ୟସେବା, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାର ସମାଧାନ ସହ ରେଳ ଷ୍ଟେସନ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରି ଦେଇଛନ୍ତି। ସମ୍ବଲପୁରକୁ ଏକ ଅତ୍ୟାଧୁନିକ ସହର ରୂପେ ଗଢି ତୋଳିବା ଆମର ଦାୟିତ୍ୱ ବୋଲି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରଶିକ୍ଷା […]

1 min read

ଛଟ୍‌ ପୂଜା: କୁଆ‌ଖାଇ ନଦୀରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ବରର କୂଆଖାଇ ନଦୀପଠାରେ ବ୍ରତାଧାରୀମାନେ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଶ୍ରଦ୍ଧା ଓ ଆସ୍ଥାର ପର୍ବ ‘ଛଟ୍‌’ ଗୁରୁବାର ଠାରୁ ଆରମ୍ଭ ହୋଇଛି। କୂଆଖାଇ ନଦୀପଠାରେ ଆୟୋଜିତ ଏହି ପୂଜାରେ ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ […]

1 min read

ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି

ବାଲିଯାତ୍ରାରେ ରାସ୍ତାକଡ଼ରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କଲେ ହାଇକୋର୍ଟ ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କଟକ,୦୭-୧୧-୨୦୨୪ (ପିପିଏସ ) : ଐତିହାସିକ ବାଲିଯାତ୍ରା ନେଇ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ […]

1 min read

ବିଜେପିରେ ଯୋଗ ଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବିଜେଡି ଛାଡ଼ିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ତାଙ୍କର ବହୁ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି।  ଯାଜପୁର/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ନିକଟରେ ବିଜେଡି ଛାଡ଼ିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ତାଙ୍କର […]

1 min read

ମହଙ୍ଗା ପଡିଲା ରାଗିଂ

ଯାନ୍ତ୍ରିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବଡ଼ ପଦକ୍ଷେପ : ବ‌ହିଷ୍କାର ପରେ ୫ ଛାତ୍ର ଗିରଫ କେନ୍ଦୁଝର/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ରେ ଛାତ୍ରଙ୍କୁ ରାଗିଂ କରିବା ଅଭିଯୁକ୍ତ ଛାତ୍ରଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ବୁଧବାର ୫ଜଣ ଛାତ୍ରଙ୍କୁ କର୍ତ୍ତୃପକ୍ଷ ମହାବିଦ୍ୟାଳୟରୁ ବହିଷ୍କାର କରିଛନ୍ତି। ଏମିତିକି ସେମାନଙ୍କୁ ବର୍ଷକ ପାଇଁ ହଷ୍ଟେଲରେ ରହିବାକୁ ବାରଣ କରାଯାଇଛି।ମହାବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମ‌ରେ ସେମାନଙ୍କୁ ସାମିଲ କରାଯିବ ନାହିଁ। ଅନ୍ୟପକ୍ଷରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ‌ କେନ୍ଦୁଝର ଟାଉନ […]

1 min read

ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ନିୟନ୍ତ୍ରଣରେ ନରହି ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍‌ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଭୁବନେଶ୍ବର: ସହରାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ବସ୍‌’ ସେବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସେବା ଦ୍ବାରା ଅନେକଙ୍କ ଜୀବନକୁ ବିଗତ ଦିନରେ […]

1 min read

ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ମାମଲା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି ବୈଶିଙ୍ଗା/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ […]

1 min read

କଟକ ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି

କଳାପଥର (ବାଙ୍କୀ)/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କଟକ ସାଂସଦ ଭର୍ତ୍ତୁହରି ମହତାବ ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ଜନଅଭିଯୋଗ ଶୁଣାଣି କରିଥିଲେ। ଏହି ଶିବିରରେ ପ୍ରାୟ ୧୫୫ରୁ ଉର୍ଦ୍ଧ୍ୱ ଅଭିଯୋଗପତ୍ର ସାଂସଦଙ୍କୁ ଜନସାଧାରଣ ପ୍ରଦାନ କରିଛନ୍ତି। ବିଶେଷ କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ମହାପ୍ରଣାୟ ଗାଡିର ଅଚଳା ଅବସ୍ଥା, କୁଶୁପଙ୍ଗି ଅଞ୍ଚଳର ଶତାଧିକ ଚାଷଜମି କ୍ଷତିଗ୍ରସ୍ତ ଓ ବାଙ୍କୀରେ ସହୀଦ ସ୍ତମ୍ଭ ନିର୍ମାଣ ଆଦି ବହୁ ଅଭିଯୋଗପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଛି। ଏହି ଜନଅଭିଯୋଗ ଶୁଣାଣିରେ […]