ପ୍ରମୁଖ ଖବର
ଜାନୁଆରିରେ ୨୦ଲକ୍ଷଙ୍କୁ ସୁଭଦ୍ରା ଟଙ୍କା
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଯଦିଓ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ, ସମ୍ଭବତଃ ଏହା ଆଗାମୀ ଜାନୁଆରିରେ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍ଡେଟ୍ ଦେଇଛନ୍ତି। ରାଜ୍ୟ ସରକାର […]
ଆହୁରି ମହଙ୍ଗା ହେବ ବିଜୁଳି
ଓଇଆର୍ସିକୁ ଗ୍ରିଡ୍କୋର ପ୍ରସ୍ତାବ ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ମାଡ଼ି ଆସୁଛି ମହଙ୍ଗା ଯୁଗ। ବିଜୁଳି ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ନିକଟରେ ଗ୍ରିଡ୍କୋ ଦାଖଲ କରାଯାଇଥିବା ବାର୍ଷିକ ରାଜସ୍ବୂ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତ୍ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ […]
ଆସନ୍ତାକାଲିଠାରୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଜିପ୍ରାୟତଃକମିଯିବମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ , ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ। ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଆଜି କମିପରେ ବର୍ଷା। ଆଜି ଅନେକ ସ୍ଥାନରେ ବର୍ଷା ରହିବ। କିନ୍ତୁ ଆସନ୍ତାକାଲିଠୁଁବହୁ ପରିମାଣରେ କମିବ ବର୍ଷା। ଏନେଇ ସୂଚନା ଦେଇଛନ୍ତି […]
ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ […]
୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ
ପିପିଲି/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବା ପରେ ପୁରୀ କାରାଗାରକୁ ପଠାଇ ଦିଆଯାଇଛି। ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁସଲିମପଡ଼ାର ଇମାମ୍ ଅହମ୍ମଦ ରାଜା(୨୭) ଏବଂ ରାଉଲକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଆବୁ ତଲହା(୨୯)। ଉଭୟଙ୍କଠାରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ […]
ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା
ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ଭଦ୍ରକ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିବା ହେତୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ମନ୍ତ୍ରୀ ହରଦୀପ ସିଂପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଇଣ୍ଡିଆନ୍ ଅଏଲ୍ କୁ ବି ଧନ୍ୟବାଦ ଦେଇଛନ୍ତି […]
ହଜ ପାଇଁ ୫ କୋଟି ଚଳୁ
ତଦନ୍ତ ଦାବି କଲେ ସ୍ଥାନୀୟ ବାସୀନ୍ଦା ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ୫ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହେଲା। ତଥାପି ସରିଲାନି କପିଳପ୍ରସାଦ ସୁନ୍ଦରପଦା ହଜ ପୁନରୁଦ୍ଧାର କାମ। ଠିକାଦାର-ଯନ୍ତ୍ରୀ ସିନା ମାଲାମାଲ୍ ହେଲେ, କିନ୍ତୁ ସାଧାରଣ ଲୋକ ଏହାର କାଣିଚାଏ ବି ସୁବିଧା ପାଇଲେ ନାହିଁ। ରକ୍ଷଣାବେକ୍ଷଣ ନହେବାରୁ ଯେଉଁ କିଛି କାମ ହୋଇଥିଲା ତାହା ଏବେ ମାଟିରେ ମିଶିବାକୁ ବସିଲାଣି। ୨୦୧୭ ମସିହାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଓୟୁଆଇଡିଏଫ୍)ରୁ ୧୬.୮୧ […]
ବିନା ଅନୁମତିରେ ଜିରୋ ନାଇଟ ମନା
ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼ ରହିପାରେ। ମନ୍ଦିର, ପାହାଡ଼ ନିକଟରେ ଥିବା ଜଳପ୍ରପାତ, ବେଳାଭୂମି ନିକଟ ଝାଉଁବଣ, ନଦୀ-ନାଳକୂଳରେ ଭୋଜିର ଆସର ଅଧିକ ଜମିବ। ସବୁଠାରୁ ବର୍ଷର ଶେଷ ରାତିରେ ଓ ନୂଆବର୍ଷର ପ୍ରଥମ ରାତିରେ ଜୋରଦାର ଉତ୍ସବ ପାଳନ ହେବ। ଜିରୋ ନାଇଟ୍ […]
‘ବଣ୍ଡାଘାଟିରେ ସୁଭଦ୍ରା ପାଇଁ ଚିନ୍ତା’
ମାଲକାନଗିରି/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଦୁଲିପଡ଼ା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି। ଦୈନିକ ‘ସମ୍ବାଦ’ରେ ବଣ୍ଡାଘାଟିରେ ‘ସୁଭଦ୍ରା ଯୋଜନା ଅପହଞ୍ଚ’ ନେଇ ଖବର ପ୍ରକାଶନ ପରେ ଉପମୁଖ୍ୟମନ୍ତ୍ରୀ ନିଜେ ବଣ୍ଡାଘାଟି ଆସି ଏହାର ସମାଧାନ କରିବେ ବୋଲି କହିଥିଲେ। ମଧ୍ୟାହ୍ନରେ ରୁଦ୍ଧଦ୍ବାର ବୈଠକରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନାଗିରି ବିଧାୟକ […]
ବିଲ୍ କରାଇ ଦେବାକୁ କହି ୫ ହଜାର ଲାଞ୍ଚ ନେଉଥିଲେ, ଧରିପକାଇଲା ଭିଜିଲାନ୍ସ
ବୌଦ୍ଧ/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ସ୍ଥାନୀୟ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ସୂଚନା ଅନୁସାରେ ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ ଲାଗି ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଏନେଇ ବ୍ୟକ୍ତି […]
